ଭୟଙ୍କର ଆତଙ୍କ: ଗୁହାଳେ ପଶି ୧୫ ଛେଳିମେଣ୍ଢାଙ୍କୁ ମାରିଲା କଲରାପତରିଆ

ନୂଆପଡ଼ା/ବୋଡେନ,୩ା୧୨ (ମକାରୁ ବେମାଲ/ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡେନ ବ୍ଲକ କର୍ଲାକୋଟ ପଞ୍ଚାୟତ କିରେଝୋଲା ଗାଁ ସର୍ଗିମୁଣ୍ଡାରେ ସୋମବାର ରାତିରେ ଏକ କଲରାପତରିଆ ବାଘ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ୧୫ରୁ ଊର୍ଦ୍ଧ୍ୱ ଛେଳିମେଣ୍ଢାଙ୍କୁ ମାରିଦେଇଛି।ଏହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ସୂଚନା ଅନୁଯାୟୀ, ସର୍ଗିମୁଣ୍ଡାର ଛେଳି ଚାଷୀ ବେଦବର ମାଝି ନିଜର ୪୦ରୁ ଅଧିକ ଛେଳିମେଣ୍ଢାଙ୍କୁ ଜଙ୍ଗଲରୁ ଚରାଇ ଆଣି ସନ୍ଧ୍ୟାରେ ଗୁହାଳରେ ବାନ୍ଧି ରଖିଥିଲେ। ଏପରିସ୍ଥଳେ ସୋମବାର ମଧ୍ୟରାତ୍ରରେ ନିକଟ ଜଙ୍ଗଲରୁ ଏକ କଲରାପତରିଆ ବାଘ ଆସି ଗୁହାଳ ଭିତରେ ପଶି ୧୫ ଛେଳିମେଣ୍ଢାଙ୍କୁ ମାରିଥିଲା। ବାଘଟି ୨ଟି ମେଣ୍ଢାର ପେଟକୁ ଫାଡି ଖାଇଥିବାବେଳେ ୧୩ଟିକୁ ମାରି ଦେଇଛି। ଗୁହାଳ ପାଖରେ କେତେକ ମୃତ ମେଣ୍ଢା ପଡିରହିଥିବା ବେଳେ ଆଉ କେତେକଙ୍କୁ ଗୁହାଳରୁ ଜଙ୍ଗଲ ଭିତରକୁ ଟାଣି ନେଇଛି। ମଙ୍ଗଳବାର ଖଇରା ପ୍ରାଣୀ ସମ୍ପଦ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ଛେଳିମେଣ୍ଢାଙ୍କ ବ୍ୟବଚ୍ଛେଦ କରିଛନ୍ତି। ଖଡିଆଳ ବନ ବିଭାଗ କର୍ମଚାରୀ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାଁ ଓ ଜଙ୍ଗଲ ଭିତରେ ଟ୍ରାପ କ୍ୟାମେରା ଲଗାଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ଘଟଣା ପରେ ଲୋକେ ଭୟରେ ବାହାରକୁ ଯାଉ ନାହାନ୍ତି। ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି। ଗାଁ ପାଖରେ ଥିବା ଗୁରୁ ଡଙ୍ଗର ଜଙ୍ଗଲରୁ ବାଘ ଆସିଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି। ଖଡିଆଳ ବନ ବିଭାଗ ରେଞ୍ଜର ଜୟଦେବ ମାଝି ମୃତ ଛେଳିମେଣ୍ଢାଙ୍କ ମୂଲ୍ୟ ଆକଳନ କରି କ୍ଷତିପୂରଣ ବାବଦକୁ ସହାୟତା ଯୋଗାଇ ଦିଆଯିବ। କଲରାପତରିଆ ବାଘ ଏଭଳି ଘଟଣା ଘଟାଇଥିବା ଅନୁମାନ କରାଯାଉଛି ବୋଲି ରେଞ୍ଜର କହିଛନ୍ତି। ଗୁହାଳ ଓ ମୃତ ଛେଳିମେଣ୍ଢା ପଡିଥିବା ସ୍ଥାନରେ ବାଘର ପାଦଚିହ୍ନ ରହିଥିବା ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ଚିହ୍ନଟ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନିର୍ମାଣ ଦାବିରେ ଶିକ୍ଷକଙ୍କ ଆମରଣ ଅନଶନ

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତରେ ଦୀର୍ଘ ଦିନରୁ ପଡ଼ି ରହିଥିବା ଅଧାପନ୍ତରିଆ ରାସ୍ତା କାମକୁ ନେଇ ଅସନ୍ତୋଷ ତେଜିଛି। ଛେଦାଭୂମୀ...

ଯୁବକଙ୍କୁ ଗୁଳି ମାଡ: ବାଇକରେ ଆସି ଫାୟାରିଂ କରି ଫେରାର୍‌ ହୋଇଗଲେ…

ଖୋର୍ଦ୍ଧା,୧୯।୧(ପ୍ରଭାତ ପାଣିଗ୍ରାହୀ): ଗୁଳି ମାଡରେ ଯୁବକଙ୍କ ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସହିରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ...

ଅଞ୍ଚଳ ପାଇଁ ଗୌରବ ଆଣିଲେ ଗୋରା ସିଂ: OPSC ପରୀକ୍ଷାରେ ୬୩ତମ ର଼୍ୟାଙ୍କ ରଖି କୃତକାର୍ଯ୍ୟ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କିର୍ତ୍ତି): ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ହାର ମାନିଛି ଦାରିଦ୍ର୍ୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସୁଯୋଗ୍ୟ ସନ୍ତାନ ଗୋରା...

ଆକ୍ସନ ମୋଡରେ ଯୋଗାଣ ନିରୀକ୍ଷକ: ଗାଁରେ ପହଞ୍ଚି ନିଜେ ବାଣ୍ଟିଲେ ବଞ୍ଚିତ ହିତାଧିକାରୀଙ୍କୁ ଚାଉଳ

ଥୁଆମୂଳ ରାମପୁର,୧୯।୧(ଦୁର୍ଗା କୀର୍ତ୍ତି): ଚମ୍ପାଛୁଆଁ ଗ୍ରାମର ହିତାଧିକାରୀମାନେ ଚଳିତ ବର୍ଷର ୩ ମାସର ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ଥିବା ନେଇ ‘ଧରିତ୍ରୀ’ ରେ ଖବର...

ଭାରତ ମାତା ପୂଜନ ଉତ୍ସବରେ ଦୁଲୁକିବ ମଞ୍ଚ, ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ରହିଛି…

ଦାରିଙ୍ଗବାଡି, ୧୯।୧ (ଅରୁଣ ସାହୁ ): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୧୪ ତମ ଭାରତ ମାତା ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ସିମନବାଡି ଦୁର୍ଗା...

ବ୍ରାଉନସୁଗାର କାରବାର ସୂଚନା ପାଇ ଅଚାନକ ଚଢାଉ କଲା ପୋଲିସ, ଜବତ ହେଲା…

ଜୟପୁର,୧୯।୧(ପବନ ପାଣିଗ୍ରାହୀ): ବ୍ରାଉନସୁଗାର କାରବାର ସମୟରେ ଟାଉନ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ଗିରଫ କରି ବ୍ରାଉନସୁଗାର ଜବତ କରିଛି।...

ମା’ ସହ ୨ ଝିଅଙ୍କୁ ହତ୍ୟା ଉଦ୍ୟମ କରି ମାରିଥିଲେ ଚମ୍ପଟ, ଧରାପଡିବା ପରେ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ...

ଏମ୍‌ପି ସପ୍ତଗିରି ଉଲାକାଙ୍କ ବଡ଼ ସୂଚନା: ଏହି ସବୁ ରୁଟ୍‌ରେ ବସିବ…

ରାୟଗଡା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ରେଳ ଡିଭିଜନ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଟ୍ରେନ ଯାତାୟାତ ସିଗନାଲ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଟେକ୍ନିକାଲ ବ୍ୟବସ୍ଥାର କଣ୍ଟ୍ରୋଲ ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri