Posted inଜାତୀୟ

ଉଠିଲା ୭ ଦିନିଆ କ୍ୱାରାଣ୍ଟାଇନ୍‌ ନିୟମ

ନୂଆଦିଲ୍ଲୀ,୧୧।୨(ପି.ଟି.):କୋଭିଡ୍‌ ସଂକ୍ରମଣ କମିଥିବାରୁ କେନ୍ଦ୍ର ସରକାର ଭାରତ ଆସୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ସଂଶୋଧିତ ଗାଇଡ୍‌ଲାଇନ ଜାରି କରିଛନ୍ତି। ବିଦେଶୀ ଯାତ୍ରୀଙ୍କ ପାଇଁ ୭ ଦିନିଆ ବାଧ୍ୟତାମୂଳକ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ଅଷ୍ଟମ ଦିନରେ ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ବାଦ୍‌ ଦିଆଯାଇଛି। ନୂଆ ଗାଇଡ୍‌ଲାଇନ ଫେବୃୟାରୀ ୧୪ରୁ ଲାଗୁ ହେବ। ବିମାନବନ୍ଦରରେ ପହଞ୍ଚତ୍ବା ପରେ ମୋଟ ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତଙ୍କ ର଼୍ୟାଣ୍ଡମ୍‌ ପରୀକ୍ଷା କରାଯିବ। ଉକ୍ତ ଯାତ୍ରୀମାନେ ସେମାନଙ୍କ ସ୍ବାବ୍‌ ନମୁନା ଦେଇ ବିମାନବନ୍ଦରରୁ ଯାଇପାରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ପୂର୍ବରୁ ରହିଥିବା ୭ ଦିନିଆ ବାଧ୍ୟତାମୂଳକ ହୋମ୍‌ କ୍ୱାରାଣ୍ଟାଇନ ବଦଳରେ ଯାତ୍ରୀମାନେ ପହଞ୍ଚତ୍ବାର ୧୪ ଦିନ ପର୍ଯ୍ୟନ୍ତ ନିଜ ସ୍ବାସ୍ଥ୍ୟ ଉପରେ ନଜର ରଖିବେ। ବିମାନ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଆର୍‌ଟି-ପିସିଆର୍‌ ପରୀକ୍ଷା ନେଗେଟିଭ୍‌ ରିପୋର୍ଟ ଅପ୍‌ଲୋଡ୍‌ ସହିତ କୋଭିଡ୍‌ ଟିକାର ସମ୍ପୂର୍ଣ୍ଣ ଡୋଜ୍‌ ନେଇଥିବାର ସାର୍ଟିଫିକେଟ ଅପ୍‌ଲୋଡ୍‌ କରିବା ଲାଗି ବିକଳ୍ପ ରହିବ। ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଆମେରିକା, ନ୍ୟୁଜିଲାଣ୍ଡ, ସୁଇଜରଲାଣ୍ଡ, ଅଷ୍ଟ୍ରେଲିଆ, ହଂକଂ, ସିଙ୍ଗାପୁର, ସାଉଦି ଆରବ, ଇସ୍ରାଏଲ୍‌, ବାଂଲାଦେଶ, ଇରାନ, ନେପାଳ, ମେକ୍ସିକୋ, ନେଦରଲାଣ୍ଡସ୍‌ ସମେତ ୮୨ ଦେଶର ତାଲିକା ଦିଆଯାଇଛି। ସେହିପରି ଅଷ୍ଟମ ଦିନରେ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇ ଏହାକୁ ଏୟାର ସୁବିଧା ପୋର୍ଟାଲରେ ଅପ୍‌ଲୋଡ୍‌ କରିବାକୁ ହେବ। ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେଲେ ସ୍ବାସ୍ଥ୍ୟସେବା ପ୍ରୋଟୋକଲ ଅନୁଯାୟୀ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଆଇସୋଲେଶନରେ ରଖାଯିବ। ପଜିଟିଭ୍‌ ଚିହ୍ନଟ ହେଲେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯିବ। ପଜିଟିଭ୍‌ ଚିହ୍ନଟ ହୋଇଥିବା ଯାତ୍ରୀଙ୍କ ନମୁନା ଜିନୋମ୍‌ ପରୀକ୍ଷା ଲାଗି ଆଇଏନ୍‌ଏସ୍‌ଏସିଓଜି ଲାବରେଟୋରିକୁ ପଠାଯିବ। ସେହିପରି ସାମୁଦ୍ରିକ ବନ୍ଦର ବା ସ୍ଥଳଭାଗ ବନ୍ଦର ଦେଇ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ମଧ୍ୟ ସମାନ ପ୍ରୋଟୋକଲ ଲାଗୁ ହେବ। ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ବିମାନ ବନ୍ଦରରେ ପହଞ୍ଚତ୍ବା ପୂର୍ବରୁ ଓ ପରେ କୋଭିଡ୍‌ ପରୀକ୍ଷା କରାଇବାକୁ ପଡ଼ିବ ନାହିଁ। ବିମାନ ବନ୍ଦରରେ ପହଞ୍ଚତ୍ବା ପରେ କିମ୍ବା ସ୍ବାସ୍ଥ୍ୟ ଉପରେ ନଜର ରଖିବା ସମୟରେ ଯଦି ସେମାନଙ୍କଠାରେ ଲକ୍ଷଣ ଦେଖାଯାଏ, ତେବେ କୋଭିଡ୍‌ ପରୀକ୍ଷା କରାଇବାକୁ ହେବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri