ହୃଦ୍‌ରୋଗ ଚିହ୍ନଟ କରିପାରୁଥିବା ଆପ୍‌ ତିଆରି କଲେ ମାତ୍ର ୬ ବର୍ଷର ବାଳକ

ସିଦ୍ଧାର୍ଥ ନନ୍ଦୟାଲା, ବୟସ ମାତ୍ର ୬ ବର୍ଷ । ହେଲେ ଏଇ ବୟସରେ ସେ ଡେଭଲପ୍‌ କରିଛନ୍ତି ‘ସର୍କେଡିୟାଭି’ ନାମକ ଏକ ଏଆଇ ସଞ୍ଚାଳିତ ଆପ୍‌, ଯାହା କେବଳ ୭ ସେକେଣ୍ଡରେ ହୃଦ୍‌ରୋଗଗୁଡ଼ିକୁ ଚିହ୍ନଟ କରିଦେବ। ସିଦ୍ଧାର୍ଥଙ୍କର ଏହି ଆପ ଏକ ମେଡିକାଲ ସଫଳତା କହିଲେ ଭୁଲ୍‌ ହେବ ନାହିଁ। ଏହା ସ୍ମାର୍ଟ ଫୋନ ଆଧାରିତ ହୃଦଧ୍ୱନିର ରେକର୍ଡିଂକୁ ଉପଯୋଗ କରି ହୃଦ୍‌ ସମ୍ବନ୍ଧୀୟ ରୋଗଗୁଡ଼ିକର ପ୍ରାରମ୍ଭିକ ସମୟରୁ ଚିହ୍ନଟ କରିବାରେ କ୍ରାନ୍ତି ଆଣିବ। ଏହି ଟେକ୍‌ନିକ୍‌ର ପରୀକ୍ଷଣ ଆମେରିକାରେ ୧୫୦୦୦ରୁ ଅଧିକ ରୋଗୀଙ୍କଠାରେ ଓ ଭାରତରେ ୭୦୦ ରୋଗୀଙ୍କ ଉପରେ କରାଯାଇଛି। ତାଙ୍କର ଏହି ପ୍ରତିଭାରେ ପ୍ରଭାବିତ ହୋଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ତାଙ୍କୁ କାର୍ଯ୍ୟାଳୟକୁ ଡାକିଥିଲେ। ସେ କୁହନ୍ତି,‘ ସିଦ୍ଧାର୍ଥଙ୍କ ଅସାଧାରଣ ପ୍ରତିଭା ଓ ମାନବଜାତିର ମଙ୍ଗଳ ପାଇଁ ଟେକ୍ନଲୋଜିର ଉପଯୋଗ କରିବା ପ୍ରତି ସମର୍ପଣ ଭାବ ପ୍ରତି ମୁଁ ବହୁତ ପ୍ରଭାବିତ। ଏତେ କମ୍‌ ବୟସରେ ସେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେଥିପାଇଁ ସେ ଆଗକୁ ବଢ଼ନ୍ତୁ ବୋଲି ଆମେ ପ୍ରୋତ୍ସାହିତ କରୁଛୁ। ’ ସୂଚନାଯୋଗ୍ୟ ଯେ, ସିଦ୍ଧାର୍ଥ ହେଉଛନ୍ତି ପୃଥିବୀର ସର୍ବକନିଷ୍ଠ ଏଆଇ ସାର୍ଟିଫାଇଡ୍‌ ପ୍ରଫେଶନାଲ। ସେ ଜଣେ କନିଷ୍ଠ ଏଣ୍ଟରପ୍ରେନ୍ୟୁର ଭାବେ ବି ପରିଚିତ। ସେ STEM ITର ସଂସ୍ଥାପକ ଓ ସିଇଓ, ଯାହାକି ବିଶ୍ୱସ୍ତରରେ STEM ଶିକ୍ଷାକୁ ବଢ଼ାଇବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ସେ ଛାତ୍ରଙ୍କୁ କୋଡିଂ, ରୋବୋଟିକ୍ସ ଓ ଏଆଇ ସମ୍ପର୍କରେ ଜଣାଇଥାନ୍ତି। ସିଦ୍ଧାର୍ଥଙ୍କ ବାପା ମହେଶ ମୂଳ ରୂପରେ ଆନ୍ଧ୍ରପ୍ରଦେଶର ଅନନ୍ତପୁରର। ୨୦୧୦ରେ ସେ ଆମେରିକା ଚାଲି ଯାଇଥିଲେ। ପରେ ସେଠି ରହିଯାଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍‌ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...

ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ

ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…

ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...

ଗାଈକୁ ମାରି ଖାଇଲା ବାଘ, ପାଦଚିହ୍ନ ଦେଖି ଲୋକେ ଭୟଭୀତ

କଣ୍ଟାମାଳ,୧୦ା୧୨(ଆଦିତ୍ୟେଶ୍ୱର ମିଶ୍ର): ସମାକୁପା ଅଞ୍ଚଳରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଏକ ଗାଈକୁ ମାରି ଖାଇଦେଇଛି ବାଘ। ଜଙ୍ଗଲରେ ବାଘର ପାଦଚିହ୍ନ ଏବଂ ମଳ ଦେଖି...

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri