ହୃଦ୍‌ରୋଗ ଚିହ୍ନଟ କରିପାରୁଥିବା ଆପ୍‌ ତିଆରି କଲେ ମାତ୍ର ୬ ବର୍ଷର ବାଳକ

ସିଦ୍ଧାର୍ଥ ନନ୍ଦୟାଲା, ବୟସ ମାତ୍ର ୬ ବର୍ଷ । ହେଲେ ଏଇ ବୟସରେ ସେ ଡେଭଲପ୍‌ କରିଛନ୍ତି ‘ସର୍କେଡିୟାଭି’ ନାମକ ଏକ ଏଆଇ ସଞ୍ଚାଳିତ ଆପ୍‌, ଯାହା କେବଳ ୭ ସେକେଣ୍ଡରେ ହୃଦ୍‌ରୋଗଗୁଡ଼ିକୁ ଚିହ୍ନଟ କରିଦେବ। ସିଦ୍ଧାର୍ଥଙ୍କର ଏହି ଆପ ଏକ ମେଡିକାଲ ସଫଳତା କହିଲେ ଭୁଲ୍‌ ହେବ ନାହିଁ। ଏହା ସ୍ମାର୍ଟ ଫୋନ ଆଧାରିତ ହୃଦଧ୍ୱନିର ରେକର୍ଡିଂକୁ ଉପଯୋଗ କରି ହୃଦ୍‌ ସମ୍ବନ୍ଧୀୟ ରୋଗଗୁଡ଼ିକର ପ୍ରାରମ୍ଭିକ ସମୟରୁ ଚିହ୍ନଟ କରିବାରେ କ୍ରାନ୍ତି ଆଣିବ। ଏହି ଟେକ୍‌ନିକ୍‌ର ପରୀକ୍ଷଣ ଆମେରିକାରେ ୧୫୦୦୦ରୁ ଅଧିକ ରୋଗୀଙ୍କଠାରେ ଓ ଭାରତରେ ୭୦୦ ରୋଗୀଙ୍କ ଉପରେ କରାଯାଇଛି। ତାଙ୍କର ଏହି ପ୍ରତିଭାରେ ପ୍ରଭାବିତ ହୋଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ତାଙ୍କୁ କାର୍ଯ୍ୟାଳୟକୁ ଡାକିଥିଲେ। ସେ କୁହନ୍ତି,‘ ସିଦ୍ଧାର୍ଥଙ୍କ ଅସାଧାରଣ ପ୍ରତିଭା ଓ ମାନବଜାତିର ମଙ୍ଗଳ ପାଇଁ ଟେକ୍ନଲୋଜିର ଉପଯୋଗ କରିବା ପ୍ରତି ସମର୍ପଣ ଭାବ ପ୍ରତି ମୁଁ ବହୁତ ପ୍ରଭାବିତ। ଏତେ କମ୍‌ ବୟସରେ ସେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେଥିପାଇଁ ସେ ଆଗକୁ ବଢ଼ନ୍ତୁ ବୋଲି ଆମେ ପ୍ରୋତ୍ସାହିତ କରୁଛୁ। ’ ସୂଚନାଯୋଗ୍ୟ ଯେ, ସିଦ୍ଧାର୍ଥ ହେଉଛନ୍ତି ପୃଥିବୀର ସର୍ବକନିଷ୍ଠ ଏଆଇ ସାର୍ଟିଫାଇଡ୍‌ ପ୍ରଫେଶନାଲ। ସେ ଜଣେ କନିଷ୍ଠ ଏଣ୍ଟରପ୍ରେନ୍ୟୁର ଭାବେ ବି ପରିଚିତ। ସେ STEM ITର ସଂସ୍ଥାପକ ଓ ସିଇଓ, ଯାହାକି ବିଶ୍ୱସ୍ତରରେ STEM ଶିକ୍ଷାକୁ ବଢ଼ାଇବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ସେ ଛାତ୍ରଙ୍କୁ କୋଡିଂ, ରୋବୋଟିକ୍ସ ଓ ଏଆଇ ସମ୍ପର୍କରେ ଜଣାଇଥାନ୍ତି। ସିଦ୍ଧାର୍ଥଙ୍କ ବାପା ମହେଶ ମୂଳ ରୂପରେ ଆନ୍ଧ୍ରପ୍ରଦେଶର ଅନନ୍ତପୁରର। ୨୦୧୦ରେ ସେ ଆମେରିକା ଚାଲି ଯାଇଥିଲେ। ପରେ ସେଠି ରହିଯାଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ମନ୍ଦିରରୁ ରୂପା ଅଳଙ୍କାର ନେଇଗଲେ ଦୁର୍ବୃତ୍ତ, ପୋଲିସ….

ଛତ୍ରପୁର,୨୨।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମଖଣ୍ଡି ଥାନା ଅଧୀନ ମାଣ୍ଡିଆପଲ୍ଲୀରେ ଥିବା ସିରିଡ଼ି ସାଇ ବାବା ମନ୍ଦିରରୁ ଚୋରି । କେହି ଦୁର୍ବୃତ୍ତ ମନ୍ଦିରରୁ ରୂପା ଚୋରି…

ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ…

ଯାତ୍ରୀବହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ୪ ଆହତ

ବାଲେଶ୍ୱର୨୨।୩(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଭେଲୋରା ଛକ ନିକଟରେ ରବିବାର ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି l ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri