୪ ବର୍ଷର ନାବାଳିକାଙ୍କୁ ମାଛ ମାରିବାକୁ ଯିବା କହି ଘରୁ ଡାକିନେଲେ : ଜଙ୍ଗଲରେ ବଳାତ୍କାର କରି ମାରି ଫିଙ୍ଗିଦେଲେ

ପାଇକମାଳ ୧୬।୧୧(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅମାନୁଷିକ ଘଟଣା ଘଟିଯାଇଛି। ଏହି ଥାନା ଅଧୀନ ସୋଢ଼ା ଗ୍ରାମର ଜଣେ ଯୁବକ ସେହି ଗ୍ରାମର ୪ ବର୍ଷର ନାବାଳିକାଙ୍କୁ ମାଛ ମାରିବା ବାହାନାରେ ଘରୁ ଡାକିନେଇ ନିକଟସ୍ଥ ଜଙ୍ଗଲରେ ବଳାତ୍କାର କରିବା ପରେ ମାରି ଫିଙ୍ଗି ଦେଇଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପାଇକମାଳ ଥାନା ଅନ୍ତର୍ଗତ ସୋଢା ଗ୍ରାମର ପ୍ରଶାନ୍ତ ବରିହା (୨୧)ଙ୍କୁ ଗିରଫ କରିଛି। ଏ ନେଇ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇଛି।
ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ସୋଢା ଗ୍ରାମର ପ୍ରଶାନ୍ତ ସେହି ଗ୍ରାମର ଉକ୍ତ ନାବାଳିକାଙ୍କୁ ମାଛ ମାରିଯିବା ବୋଲି କହି ତାଙ୍କୁ ସାଙ୍ଗରେ ନେଇଯାଇଥିଲେ। ସେ ନିକଟରେ ଥିବା ଡୁଙ୍ଗୁରି ଜଙ୍ଗଲକୁ ଉକ୍ତ ନାବାଳିକାଙ୍କୁ ନେଇ ବଳାତ୍କାର କରିଥିଲେ। ଘଟଣା ପ୍ରଘଟ ହେବା ଭୟରେ ସେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଅନ୍ୟପକ୍ଷେ ଘରେ ଝିଅ ନ ଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ। ପରେ ପ୍ରଶାନ୍ତ ତାଙ୍କ ଝିଅଙ୍କୁ ମାଛ ମାରିଯିବା କହି ନେଇଯାଇଥିବା ଜଣାପଡିବାରୁ ଗ୍ରାମର ଯୁବକମାନେ ପ୍ରଶାନ୍ତଙ୍କୁ ଧରି ପଚରାଉଚରା କରିଥିଲେ। ଏହାପରେ ପ୍ରଶାନ୍ତ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ସ୍ବୀକାର କରିଥିଲେ ବୋଲି ପୋଲିସ କହିଛି। ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି ବୋଲି ପାଇକମାଳ ଥାନାଧିକାରୀ ସୁଶାନ୍ତ କୁମାର ପ୍ରଧାନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri