ଏଲ୍‌ଆଇସିର ୨୫% ଅଂଶଧନ ବିକ୍ରି ହୋଇପାରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ୨୫% ଅଂଶଧନ ବିକିପାରନ୍ତି। ଏହି ପ୍ରକ୍ରିୟାକୁ ପର୍ଯ୍ୟାୟ ଭିତ୍ତିରେ କରିବା ଲାଗି ସରକାର ବିଚାର କରୁଥିବା ଜଣାପଡ଼ିଛି। ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଇବା ଲାଗି ବର୍ତ୍ତମାନ କ୍ୟାବିନେଟ ମଞ୍ଜୁରୀ ଆଣିବା ଲାଗି ଯୋଜନା କରାଯାଉଛି। ବିତ୍ତୀୟ ନିଅଣ୍ଟକୁ କମ୍‌ କରିବା ଲାଗି କେନ୍ଦ୍ର ସରକାର ଏଭଳି କାର୍ଯ୍ୟକ୍ରମ ଦିଗରେ ଅଗ୍ରସର ହେଉଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଏ ନେଇ ରହିଥିବା ଆଇନକୁ ମଧ୍ୟ ସଂଶୋଧନ କରାଯିବା କାର୍ଯ୍ୟକ୍ରମ ରହିଥିବା ଶୁଣାଯାଉଛି। ଏ ପ୍ରସଙ୍ଗ ଉପରେ ଅର୍ଥ ମନ୍ତ୍ରଣାଳୟର ପ୍ରତିକ୍ରିୟା ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। କରୋନା ଭାଇରସ ଲାଗି ସରକାରଙ୍କ ଖର୍ଚ୍ଚ ବଢିବ। ରାଜକୋଷରେ ଟିକସ ସଂଗ୍ରହ ଉନ୍ନତ ହେଉ ନ ଥିବାରୁ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟଲକ୍ଷ୍ୟ ଟପିଯିବା ନେଇ ଆକଳନ କରାଯାଇଛି।
ବିଭିନ୍ନ କମ୍ପାନୀର ଅଂଶଧନ ବିକ୍ରି ଦ୍ୱାରା ସରକାର ପୁଞ୍ଜି ଉଠାଇବା ଲାଗି ଯୋଜନା ରଖିଛନ୍ତି। ପୁଞ୍ଜି ପ୍ରତ୍ୟାହାରରୁ ୨.୧ ଲକ୍ଷ କୋଟି ଟଙ୍କା ଆଦାୟ କରିବା ଲାଗି ସରକାର ଲକ୍ଷ୍ୟ ରଖିଥିଲେ ମଧ୍ୟ ମାତ୍ର ୫,୭୦୦ କୋଟି ଟଙ୍କା ଉଠାଣ ହୋଇ ପାରିଛି। ଏଲ୍‌ଆଇସିର ଇନିସିଆଲ ଶେୟାର ସେଲ୍‌ ପ୍ଲାନ୍‌କୁ ଅଗ୍ରସର କରାଇବା ଲାଗି ସରକାର ଡେଲଏଟ ଟି.ଟି. ଇଣ୍ଡିଆ ଲିମିଟେଡ୍‌ ଏବଂ ଏସ୍‌ବିଆଇ କ୍ୟାପିଟାଲର ପରାମର୍ଶ ନେଉଥିବା ବ୍ଲୁମବର୍ଗର ଏକ ରିପୋର୍ଟରେ ପ୍ରକାଶ ପାଇଛି। ପ୍ରକ୍ରିୟାକୁ ଅଗ୍ରସର କରାଇବା ଲାଗି ଏଲ୍‌ଆଇସିର ପୁଞ୍ଜି ଢାଞ୍ଚା ଏବଂ ଆର୍ଥତ୍କ ଦସ୍ତାବିଜ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ଏହି ଏଜେନ୍ସିଗୁଡିକ ସମ୍ପନ୍ନ କରିବା ନେଇ ଶୁଣାଯାଉଛି। ଆସେଟ ସେଲ୍‌ ଲାଗି ଏକ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ମଧ୍ୟ ଗଠନ ହୋଇଛି। ସୂଚନାଯୋଗ୍ୟ, ଶେୟାରର ପବ୍ଲିକ ଅଫରିଂ ଦ୍ୱାରା ଏଲ୍‌ଆଇସି କାର୍ଯ୍ୟଧାରାରେ ଶୃଙ୍ଖଳା ଏବଂ ନୂଆ ଭାଲ୍ୟୁ ସଂଯୋଗ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚଳିତ ବର୍ଷ ଫେବୃୟାରୀ ବଜେଟ ଅଭିଭାଷଣରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?