ଏଲ୍‌ଆଇସିର ୨୫% ଅଂଶଧନ ବିକ୍ରି ହୋଇପାରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ୨୫% ଅଂଶଧନ ବିକିପାରନ୍ତି। ଏହି ପ୍ରକ୍ରିୟାକୁ ପର୍ଯ୍ୟାୟ ଭିତ୍ତିରେ କରିବା ଲାଗି ସରକାର ବିଚାର କରୁଥିବା ଜଣାପଡ଼ିଛି। ଉକ୍ତ ପ୍ରସ୍ତାବକୁ କାର୍ଯ୍ୟକାରୀ କରାଇବା ଲାଗି ବର୍ତ୍ତମାନ କ୍ୟାବିନେଟ ମଞ୍ଜୁରୀ ଆଣିବା ଲାଗି ଯୋଜନା କରାଯାଉଛି। ବିତ୍ତୀୟ ନିଅଣ୍ଟକୁ କମ୍‌ କରିବା ଲାଗି କେନ୍ଦ୍ର ସରକାର ଏଭଳି କାର୍ଯ୍ୟକ୍ରମ ଦିଗରେ ଅଗ୍ରସର ହେଉଥିବା ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଏ ନେଇ ରହିଥିବା ଆଇନକୁ ମଧ୍ୟ ସଂଶୋଧନ କରାଯିବା କାର୍ଯ୍ୟକ୍ରମ ରହିଥିବା ଶୁଣାଯାଉଛି। ଏ ପ୍ରସଙ୍ଗ ଉପରେ ଅର୍ଥ ମନ୍ତ୍ରଣାଳୟର ପ୍ରତିକ୍ରିୟା ଲୋଡ଼ାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। କରୋନା ଭାଇରସ ଲାଗି ସରକାରଙ୍କ ଖର୍ଚ୍ଚ ବଢିବ। ରାଜକୋଷରେ ଟିକସ ସଂଗ୍ରହ ଉନ୍ନତ ହେଉ ନ ଥିବାରୁ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟଲକ୍ଷ୍ୟ ଟପିଯିବା ନେଇ ଆକଳନ କରାଯାଇଛି।
ବିଭିନ୍ନ କମ୍ପାନୀର ଅଂଶଧନ ବିକ୍ରି ଦ୍ୱାରା ସରକାର ପୁଞ୍ଜି ଉଠାଇବା ଲାଗି ଯୋଜନା ରଖିଛନ୍ତି। ପୁଞ୍ଜି ପ୍ରତ୍ୟାହାରରୁ ୨.୧ ଲକ୍ଷ କୋଟି ଟଙ୍କା ଆଦାୟ କରିବା ଲାଗି ସରକାର ଲକ୍ଷ୍ୟ ରଖିଥିଲେ ମଧ୍ୟ ମାତ୍ର ୫,୭୦୦ କୋଟି ଟଙ୍କା ଉଠାଣ ହୋଇ ପାରିଛି। ଏଲ୍‌ଆଇସିର ଇନିସିଆଲ ଶେୟାର ସେଲ୍‌ ପ୍ଲାନ୍‌କୁ ଅଗ୍ରସର କରାଇବା ଲାଗି ସରକାର ଡେଲଏଟ ଟି.ଟି. ଇଣ୍ଡିଆ ଲିମିଟେଡ୍‌ ଏବଂ ଏସ୍‌ବିଆଇ କ୍ୟାପିଟାଲର ପରାମର୍ଶ ନେଉଥିବା ବ୍ଲୁମବର୍ଗର ଏକ ରିପୋର୍ଟରେ ପ୍ରକାଶ ପାଇଛି। ପ୍ରକ୍ରିୟାକୁ ଅଗ୍ରସର କରାଇବା ଲାଗି ଏଲ୍‌ଆଇସିର ପୁଞ୍ଜି ଢାଞ୍ଚା ଏବଂ ଆର୍ଥତ୍କ ଦସ୍ତାବିଜ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ଏହି ଏଜେନ୍ସିଗୁଡିକ ସମ୍ପନ୍ନ କରିବା ନେଇ ଶୁଣାଯାଉଛି। ଆସେଟ ସେଲ୍‌ ଲାଗି ଏକ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ମଧ୍ୟ ଗଠନ ହୋଇଛି। ସୂଚନାଯୋଗ୍ୟ, ଶେୟାରର ପବ୍ଲିକ ଅଫରିଂ ଦ୍ୱାରା ଏଲ୍‌ଆଇସି କାର୍ଯ୍ୟଧାରାରେ ଶୃଙ୍ଖଳା ଏବଂ ନୂଆ ଭାଲ୍ୟୁ ସଂଯୋଗ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚଳିତ ବର୍ଷ ଫେବୃୟାରୀ ବଜେଟ ଅଭିଭାଷଣରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri