‘ହାତକଥା’ ପକ୍ଷରୁ ୨ଦିନିଆ ଫେଷ୍ଟିଭ୍‌ ଫ୍ଲି ଉଦ୍‌ଘାଟିତ

ଭୁବନେଶ୍ୱର,୮। ୧୦: ରାଜ୍ୟର ଅଗ୍ରଣୀ ଷ୍ଟାର୍ଟଅପ୍‌ ୟୁନିଟ୍‌ ‘ହାତକଥା’ ପକ୍ଷରୁ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଫେଷ୍ଟିଭ୍‌ ଫ୍ଲି’ ଆନୁଷ୍ଠାନିକ ଭାବେ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର କଟକ ରୋଡ୍‌ସ୍ଥିତ ପ୍ରାଙ୍ଗନ ମ୍ୟାଙ୍ଗୋ ହୋଟେଲଠାରେ ଆୟୋଜିତ ୨ ଦିନିଆ ‘ଫେଷ୍ଟିଭ୍‌ ଫ୍ଲି’କୁ ଆଇଏନ୍‌ଡବ୍ଲ୍ୟୁଇସିର ଜାତୀୟ ଅଧ୍ୟକ୍ଷା ସୁକୀର୍ତ୍ତି ପଟ୍ଟନାୟକ ଏବଂ ଆଇଏନ୍‌ଡବ୍ଲ୍ୟୁଇସିର ସହ ଆବାହିକା ପ୍ରୀତିପଲ୍ଲବୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଉକ୍ତ ପ୍ରଦର୍ଶନୀରେ ୧୭ରୁ ଅଧିକ ବିଭିନ୍ନ ବ୍ରାଣ୍ଡ୍‌ର ଭଳିକି ଭଳି ପୋଷାକ ସାଙ୍ଗକୁ ସୂକ୍ଷ୍ମ ହ୍ୟାଣ୍ଡଲୁମ୍‌ ଶାଢ଼ି, ଡିଜାଇନ ଅଳଙ୍କାର, ଘର ସାଜସଜ୍ଜା, ଆସବାବପତ୍ର ଏବଂ ଉପହାର ଆଦି ଉଭୟ ପ୍ରଦର୍ଶନୀ ଏବଂ ବିକ୍ରୟ ପାଇଁ ଉପଲବ୍ଧ। ଏପରିକି ଉପରୋକ୍ତ ଉତ୍ପାଦଗୁଡ଼ିକ ୨୦୨୩ ଅକ୍ଟୋବର ୭ ଏବଂ ୮ରେ ଉକ୍ତ ପ୍ରଦର୍ଶନୀରେ ଉପଲବ୍ଧ ହେବ। ଏହି ପ୍ରଦର୍ଶନୀ ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଆୟୋଜନ କରାଯାଇଛି। ଏ ସମ୍ପର୍କରେ ହାତକଥାର ପ୍ରତିଷ୍ଠାତା ସୋନିକା ପ୍ରଧାନ କହିଛନ୍ତି, ଆପଣଙ୍କୁ ‘ଫେଷ୍ଟିଭ୍‌ ଫ୍ଲି’କୁ ନିମନ୍ତ୍ରଣ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଶପିଂକୁ ମନେରଖିବା ପାଇଁ ଏକ ଅନୁଭୂତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri