Posted inରାଜ୍ୟ

ବୋର୍ଡ ଲଗାଇବାକୁ କାଟିଦେଲେ ୧୦ବର୍ଷର ଗଛ

ଭୁବନେଶ୍ୱର,୧୯ା୫(ବନ୍ଦନା ସେଠୀ): ଅତି ଜରୁରୀ ଥିଲେ ଗୋଟିଏ ଗଛ କାଟିଲେ ୧୦ଟି ଗଛ ଲଗାଇବାର ନିୟମ ରହିଛି। ସେହିପରି କୌଣସି ଗଛ କାଟିବା ପୂର୍ବରୁ ଡିଏଫ୍‌ଓଙ୍କଠାରୁ ଅନୁମତି ନେବାର ବିଧି ରହିଛି। ମାତ୍ର ଖୋଦ୍‌ ରାଜଧାନୀରେ ପୁଣି ସରକାରୀ କାର୍ଯ୍ୟରେ ଖୁଲମ୍‌ଖୁଲା ଭାବେ ଏହି ନିୟମକୁ ଫୁ’ କରି ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମର ଓ୍ବାର୍ଡ ନଂ. ୫୫ ଅନ୍ତର୍ଗତ ନାଗେଶ୍ୱରଟାଙ୍ଗୀସ୍ଥିତ ଆୟୁର୍ବେଦିକ ହସ୍ପିଟାଲ ସମ୍ମୁଖରୁ ଦୁଇଟି ୧୦ ବର୍ଷର ପୁରୁଣା ଗଛ କଟା ହୋଇଛି। ସମ୍ପୃକ୍ତ ସ୍ଥାନରେ ହସ୍ପିଟାଲ ପକ୍ଷରୁ ‘ଆଇ ଲଭ ଆୟୁର୍ବେଦିକ ହସ୍ପିଟାଲ’ ବୋର୍ଡ ଲଗାଯିବ। ତେବେ ବୋର୍ଡ ଲଗାଇବା ପାଇଁ ଏତେ ବର୍ଷର ଗଛକୁ କାଟିଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୫ରେ ଏହି ହସ୍ପିଟାଲ ସମ୍ମୁଖରେ ଗ୍ରୀନ୍‌ଓ୍ବାଲର୍‌ଡ ପକ୍ଷରୁ ରାସ୍ତା କଡ଼ରେ ଫାସି ଓ ଛତିଆନା ଗଛ ଲଗାଯାଇଥିଲା। ୧୦ବର୍ଷ ଭିତରେ ଗଛ ବଡ଼ ହେବା ସହ ପଥଚାରୀଙ୍କୁ ଛାଇ ପ୍ରଦାନ କରୁଥିଲା। ଏମିତି କି ହସ୍ପିଟାଲ୍‌କୁ ଆସୁଥିବା ଲୋକମାନେ ମଧ୍ୟ ଗଛ ଛାଇରେ ଛିଡ଼ା ହେଉଥିଲେ। ତେଣୁ ଏହି ଗଛ କାଟିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଆର୍‌ ଆଣ୍ଡ ବି ଡିଭିଜନ-୨ ଅଧୀନରେ ଆସୁଥିବା ଏହି ରାସ୍ତାରେ ୬ମାସ ତଳେ ନୂଆକରି ପେଭର୍‌ ବ୍ଲକ ବିଛା ହୋଇଥିଲା। ଏହାକୁ ତାଡ଼ି ନଷ୍ଟ କରି ଦିଆଯାଇଛି। ହସ୍ପିଟାଲ ପରିସରରେ ଜାଗା ଥିଲେ ବି ରାସ୍ତାକୁ ଅକ୍ତିଆର କରି ଗଛ କାଟି ସେଠାରେ ଏହି ବୋର୍ଡ ଲଗାଯିବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଏନେଇ ସ୍ଥାନୀୟ କର୍ପୋରେଟର ନୃପେଶ କୁମାର ନାୟକ କହିଛନ୍ତି, ଗତ ୧୦ବର୍ଷ ତଳେ ଆମେ ଏହି ସ୍ଥାନ ସମେତ ବିଭିନ୍ନ ସ୍ଥାନରେ ପ୍ରାୟ ୬ହଜାର ଗଛ ଲଗାଇଥିଲୁ। ଗଛକୁ ଲାଳନପାଳନ କରି ବଡ଼ କରିଛୁ। ହେଲେ ଦୁଃଖର ବିଷୟ, ସାମାନ୍ୟ ଏକ ବୋର୍ଡ ଲଗାଇବା ପାଇଁ ଦୁଇଟି ବଡ଼ ଗଛକୁ କାଟି ଦିଆଗଲା। ଏହା ଉପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଶୂନ। ଏନେଇ ଆମେ ବିଏମ୍‌ସି, ପୂର୍ତ୍ତ ବିଭାଗ ଓ ସିଟି ଡିଏଫ୍‌ଓଙ୍କ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛୁ ବୋଲି ସେ କହିଛନ୍ତି। ତେବେ ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri