ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ ଉପରେ ଚଢି ଯାଇଛି । ଗୋଡ ଉପରେ ଚଢ଼ି ଯିବାରୁ ଅଧିକ ରକ୍ତସ୍ରାବ ହୋଇଥିଲା । ରାସ୍ତାରେ ପଡି ରହିଥିବା ବେଳେ ପୋଲିସର ପିସ ଆର୍ ଭେନ୍ ଆସି ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ପଠାଇଛି ।

ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇ ଟାୟାର ଜାଳି ୫ଲକ୍ଷ ଟଙ୍କା ଦାବି କରିଛନ୍ତି  । ୧୦ଚକିଆ ଗାଡିକୁ ଆସ ନଆୟାରେ ସହର ଭିତରକୁ ପୋଲିସ୍ କାହିଁକି ଛାଡିଲେ ତାର ଉତ୍ତର ଦିଅନ୍ତୁ ବୋଲି ଲୋକେ ଦାବି କରିଚନ୍ତି । ୨୬ନମ୍ବର ଜାତୀୟ ରାଜପଥ ଏବେ ଗାଡ଼ି ଚଳାଚଳ ବନ୍ଦ ଅଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି । ଧରମlନନ୍ଦ ଦାଶ ( ୬୫) ବଲାଂଗୀର ସହର ଚନ୍ଦ୍ରଶେଖର ନଗରର ବାସିନ୍ଦା ବୋଲି ଜଣାପଡିଛି । ଟ୍ରକ ଦୁର୍ଘଟଣାକୁ ନେଇ ତଦନ୍ତ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ପ୍ରଶାସନ ପ୍ରତିଶ୍ରୁତି ପରେ ଜାତିୟ ରାଜପଥ ରାସ୍ତାରୁ ଲୋକେ ହଟିଲେ । ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଆନ୍ଦୋଳନଜାରୀଙ୍କ ଆଲୋଚନା ପରେ ଓ ଆଗକୁ କିଭଳି ଦୁର୍ଘଟନା ନ ହେବ ପ୍ରତିଶୃତି ଦେବା ପରେ ଆଡୋଲାନ ଜାରୀ ଜାତୀୟ ରାଜପଥରୁ ହଟିଥିଲେ । ବର୍ତ୍ତମାନ ଗାଡ଼ି ଚଳାଚଳ ସ୍ବଭାବିକ ହୋଇଛିି ।

 

Dharitri – Odisha’s No.1 Odia Daily