ଛେଳିକୁ ଗିଳୁଥିଲା ୧୦ ଫୁଟ ଲମ୍ବର ଅଜଗର, ବନକର୍ମଚାରୀ ପହଞ୍ଚି କଲେ ଏମିତି କାମ…

ପାଟଣା,୧୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ନର୍ଥ ବିଟ୍‌ ଅସ୍ତଯୋଡ଼ି ଗ୍ରାମ ନିକଟରେ ଥିବା ନାଳ ନିକଟରୁ ଶୁକ୍ରବାର ବନବିଭାଗ ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି। ସାପଟି ଏକ ଛେଳିକୁ ଗିଳୁଥିବା ସମୟରେ ଲୋକେ ଦେଖି ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଅସ୍ତଯୋଡ଼ି ଗ୍ରାମର ଫକୀର ଦେହୁରୀଙ୍କ ଛେଳିଟିକୁ ଅଜଗର ପାଟିରୁ ବନ କର୍ମଚାରୀ ବାହାର କରିଥିଲେ ହିଁ ଛେଳିଟିର ମୃତ୍ୟୁ ହୋଇଛି। ଅଜଗରକୁ ଟିକାସିଲ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ଛାଡ଼ି ଦେଇଛି।

Share