ମେଣ୍ଡୁଲିଙ୍କ ବଢିଲା ଅଡ଼ୁଆ, ସରକାର ନେବେ ବଡ଼ ଆକ୍ସନ?

ଭୁବନେଶ୍ୱର,୧୨।୭: ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ବଢିଲା ଅଡୁଆ। ଥାନାରେ ତାଙ୍କ ବିରୋଧରେ ଏତଲା ଦାୟର ପରେ ଏବେ ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ସଡ଼କ ପରିବହନ ସଂଘ ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀଙ୍କ ବିଶୋଦଗାର କହିଛନ୍ତି, ଡ୍ରାଇଭରଙ୍କୁ ଧମକ ଚମକ ଦେଇ ହଇରାଣ କରିବାକୁ ସେ ଚେଷ୍ଟା କରୁଛନ୍ତି। ମେଣ୍ଡୁଲି ଓ ଆଦିତ୍ୟଙ୍କୁ ଆକାଉଣ୍ଟ ଯାଞ୍ଚ କଲେ ୧୦ କୋଟିର ସ୍କାମ ଆସିବ। ଏହି ବଡ଼ ସ୍କାମକୁ ନେଇ ED ତଦନ୍ତର ଆବଶ୍ୟକତା ରହିଛି। ଓଡ଼ିଶାରେ ଥିବା ୩୫ଟି ସଂଘରୁ ୨-୩ଟି ସଂଘ ମେଣ୍ଡୁଲିଙ୍କ ସହ ଅଛନ୍ତି। ମେଣ୍ଡୁଲିଙ୍କ ପଛରେ କିଛି ରାଜନୈତିକ ବ୍ୟକ୍ତି ରହି ଉସୁକାଉଛନ୍ତି। ତାଙ୍କ ସଂଘକୁ ସରକାର ଆଇନ ଆଣି ବେଆଇନ ଘୋଷଣା କରନ୍ତୁ।

ସୂଚନାଥାଉ କି, ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନାଁରେ ଏତଲା। ମେଣ୍ଡୁଲିଙ୍କ ନାଁରେ ଏତଲା ଦେଇଛି ମିନି ଟ୍ରକ ମାଲିକ ସଂଘ। ଏହି ଏତଲା ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନ ଥିବା ବେଳେ, ଏହା ରାଜ୍ୟରେ ଚାଲିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ଓ ତାହାର ନେତୃତ୍ୱ ସହ ଜଡ଼ିତ ବିବାଦକୁ ଆହୁରି ତୀବ୍ର କରିଛି।

ମିନି ଟ୍ରକ ମାଲିକ ସଂଘ ଏତଲାରେ କହିଛି, ଅଗଣତାନ୍ତ୍ରିକ ପଦ୍ଧତିରେ ଡ୍ରାଇଭର ସଂଘ ହକ ମାଗୁଛି। ଡ୍ରାଇଭର ଓ ମାଲିକଙ୍କୁ ଅପମାନିତ କରାଯାଉଛି। ତେବେ, ଏହା ଡ୍ରାଇଭର ମହାସଂଘର ଚାଲିଥିବା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଏବଂ ସଂଘ ମଧ୍ୟରେ ମତାନ୍ତର କିମ୍ବା ଆନ୍ତଃସଂଘ ବିବାଦ ସହ ଜଡ଼ିତ ହୋଇପାରେ ବୋଲି ଅନୁମାନ କରାଯାଉଛି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଆସନ୍ତାକାଲିଠୁ ବସ-ଟ୍ରକ ଗଡିବା ନେଇ ଘୋଷଣା କରିଥିାବେଳେ ଏହି ଖବର ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଶାନ୍ତ ମେଣ୍ଡୁଲି ଓଡ଼ିଶା ଡ୍ରାଇଭର ମହାସଂଘର ଏକ ପ୍ରମୁଖ ନେତା ଭାବେ ପରିଚିତ। ସେ ନିକଟରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ଦାବି ନେଇ ଆଲୋଚନାରେ ସାମିଲ ହୋଇଥିଲେ, ଯେଉଁଥିରେ ରାଜ୍ୟ ରାଜପଥରେ ରେଷ୍ଟରୁମ ର୍ନିମାଣ ଏବଂ ଓଡ଼ିଆ ଡ୍ରାଇଭରଙ୍କୁ ଶିଳ୍ପରେ ନିଯୁକ୍ତି ଦେବା ଆଦି ପ୍ରସଙ୍ଗ ସାମିଲ ରହିଥିଲା। ତେବେ, ଏକ ବୈଠକରେ ତାଙ୍କର ଅନୁପସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ଅନ୍ୟପକ୍ଷରେ, ପ୍ରଶାନ୍ତ ମେଣ୍ଡୁଲି ନିଜେ ଆନ୍ଦୋଳନ ଜାରି ରଖିବା ପାଇଁ ଅଡ଼ି ରହିଛନ୍ତି। ସେ କହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବ ନାହିଁ। ସେ ରାଜ୍ୟର ୩୦ଟି ଜିଲ୍ଲାର ଡ୍ରାଇଭରମାନଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ମଧ୍ୟ ଅନୁରୋଧ କରିଛନ୍ତି। ତେବେ, ସେ ସ୍ପଷ୍ଟ କରିଛନ୍ତି ଯେ ଲୋକଙ୍କୁ ହଇରାଣ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ।

ମେଣ୍ଡୁଲିଙ୍କ ପଛରେ ବଡ଼ ହାତ! ସାମ୍ନାକୁ ଆସିଲା ବଡ଼ ଖୁଲାସା


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri