ଆଇଏନ୍‌ସିବି ସଦସ୍ୟା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ
ଅନ୍ତର୍ଜାତୀୟ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ (ଇଣ୍ଟରନ୍ୟାଶନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ବା ଆଇଏନ୍‌ସିବି) ଜାତିସଂଘର ଏକ ସ୍ବାଧୀନ ତଥା ଅର୍ଦ୍ଧନ୍ୟାୟ ତଦାରଖକାରୀ ସଂସ୍ଥା ଭାବେ ପରିଚିତ। ୧୯୬୮ରେ ଏହା ସ୍ଥାପନ କରାଯାଇଥିଲା। ଇକୋନମିକ୍‌ ଆଣ୍ଡ୍‌ ସୋସିଆଲ କାଉନ୍‌ସିଲ (ଇସିଓଏସ୍‌ଓସି) ଦ୍ୱାରା ଆଇଏନ୍‌ସିବିର ୧୩ ସଦସ୍ୟ ନିର୍ବାଚିତ ହୋଇଥାଆନ୍ତି। ନିକଟରେ ୫ ସିଟ୍‌ ସକାଶେ ୧୫ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ଗୁପ୍ତ ବାଲଟ୍‌ ଜରିଆରେ ହୋଇଥିବା ନିର୍ବାଚନରେ ଚାଇନାକୁ ପଛରେ ପକାଇ ଭାରତର ଜଗଜିତ୍‌ ପାଭାଡିଆ ବିଜୟୀ ହୋଇଛନ୍ତି। ଏହାଫଳରେ ସେ ଦ୍ୱିତୀୟ ଥର ଲାଗି ୨ ମାର୍ଚ୍ଚ ୨୦୨୦ରୁ ପୁନଶ୍ଚ ୫ ବର୍ଷ ପାଇଁ ଆଇଏନ୍‌ସିବିରେ କାର୍ଯ୍ୟ କରିବାର ସୁଯୋଗ ପାଇବେ।
ଜଗଜିତ୍‌ ୧୯୫୪ରେ ଭାରତରେ ଜନ୍ମଗ୍ରହଣ କରିଥିଲେ। ୧୯୭୪ରେ ବାଂଲାଦେଶର ଢାକା ବିଶ୍ୱବିଦ୍ୟାଳୟରୁ ଇଂଲିଶରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୮୮ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୧୯୯୬ରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ୍‌ ଆଡମିନିଷ୍ଟ୍ରେଶନରୁ ମାଷ୍ଟର ଡିପ୍ଲୋମା କରିବା ବେଳେ ଜଗଜିତ୍‌ ନାର୍କୋଟିକ୍ସ ବିଷୟକୁ ତାଙ୍କ ସନ୍ଦର୍ଭରେ ସ୍ଥାନ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ସେ ସନ୍ଦର୍ଭର ନାମ ରଖିଥିଲେ ‘ଫରଫିଚର ଅଫ୍‌ ପ୍ରପର୍ଟି ଅଣ୍ଡର ଦି ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ୍‌ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍ସସେସ୍‌ ଆକ୍ଟ, ୧୯୮୫’। ତାଙ୍କ ବୃତ୍ତିଗତ ଜୀବନ ଭାରତୀୟ ରାଜସ୍ବ ସେବାରୁ ଆରମ୍ଭ ହୋଇଥିଲା। ଦୀର୍ଘ ୩୫ ବର୍ଷ ଧରି ଭାରତ ସରକାରଙ୍କ ଅଧୀନରେ ସେ କାର୍ଯ୍ୟ କଲା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ। ନାର୍କୋଟିକ୍ସ କମିଶନର ଅଫ୍‌ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ନାର୍କୋଟିକ୍ସ (୨୦୦୬-୨୦୧୨), କମିଶନର ଲିଗାଲ ଆଫାୟାର୍ସ (୨୦୦୧-୨୦୦୫), ଚିଫ୍‌ ଭିଜିଲାନ୍ସ ଅଫିସର , ପାଓ୍ବାର ଫାଇନାନ୍ସ କର୍ପୋରେଶନ (୧୯୯୬-୨୦୦୧), ରାଜ୍ୟଗୋଷ୍ଠୀ ସଚିବାଳୟ ଦ୍ୱାରା ମାଳଦ୍ୱୀପରେ କଷ୍ଟମ୍ସ ଟ୍ରେନିଂ ଆଡଭାଇଜର (୧୯୯୪-୧୯୯୫), ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡର ଉପନିର୍ଦ୍ଦେଶକ (୧୯୯୦-୧୯୯୪) ଭଳି ପଦବୀରେ ରହି ଜଗଜିତ୍‌ ୨୦୧୪ରେ ନାଗପୁରର ସେଣ୍ଟ୍ରାଲ ଏକ୍ସାଇଜ୍‌ ଆଣ୍ଡ୍‌ ସର୍ଭିସ ଟାକ୍ସରେ ମୁଖ୍ୟ କମିଶନର ଭାବେ ଅବସର ନେଇଥିଲେ। ନିର୍ଦ୍ଦିଷ୍ଟ ବିଷୟରେ ପାଠ ପଢ଼ି ତା’ ଉପରେ କାର୍ଯ୍ୟ କରିବାର ସୁଯୋଗ ପାଇଥିବାରୁ ଜଗଜିତ୍‌ ସର୍ବଦା ସେଥିରେ ଉତ୍କର୍ଷ ପ୍ରତିପାଦନ କରିବାକୁ ଚେଷ୍ଟା କରିଆସିଛନ୍ତି। ସରକାରୀ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ସେ ରାଷ୍ଟ୍ରପତିଙ୍କ ପ୍ରଶଂସାପତ୍ର ପାଇବାର ଗୌରବ ଅର୍ଜନ କରିଥିଲେ।
ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଯୋଗଦେଇ ନିଶା ନିୟନ୍ତ୍ରଣ ଦିଗରେ ଜଗ୍‌ଜିତଙ୍କ ଉପାଦେୟ ତଥ୍ୟ ଅନ୍ତର୍ଜାତୀୟ ଆଇନରେ ସଂଶୋଧନ ଆଣିବାରେ ସହାୟକ ହୋଇପାରିଛି। ବିଶେଷକରି ଆମେରିକା ଡଗ୍ସ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଦ୍ୱାରା ୨୦୧୧ରେ ଆୟୋଜିତ ଇଣ୍ଟରନ୍ୟାଶନାଲ ଡ୍ରଗ୍‌ ଏନ୍‌ଫୋର୍ସମେଣ୍ଟ କନ୍‌ଫରେନ୍ସରେ ସକାରାତ୍ମକ ଯୁକ୍ତି ଉପସ୍ଥାପନ ତାଙ୍କୁ ବିଶ୍ୱ ସ୍ତରରେ ପରିଚିତି ଆଣିଦେଇଥିଲା। ଫଳସ୍ବରୂପ ସେ ଆଇଏନ୍‌ସିବିରେ ସଦସ୍ୟ ହୋଇ ଭାରତ ପାଇଁ ଗୌରବ ଆଣିପାରିଥିଲେ। ଏବେ ଦ୍ୱିତୀୟ ଥର ଏପରି ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ସଂସ୍ଥାରେ ସ୍ଥାନ ପାଇପାରିଥିବାରୁ ବିଶ୍ୱ ସ୍ତରରେ ଭାରତର କାଟ୍‌ତି ବଢ଼ିଛି ବୋଲି କୁହାଯାଉଛି। ନିକଟରେ ପାକିସ୍ତାନ ଆତଙ୍କବାଦୀ ମାସୁଦ ଆଝାର ବିଶ୍ୱ ଆତଙ୍କବାଦୀ ତାଲିକାରେ ସ୍ଥାନ ପାଇବା ଭାରତ ପାଇଁ ବିରାଟ ସଫଳତା ଆଣିଦେଇଥିଲେ। ଏହା ପରେ ଚାଇନାକୁ ପଛରେ ପକାଇ ଜଗଜିତ୍‌ ଆଇଏନ୍‌ସିବିରେ ସ୍ଥାନ ପାଇଥିବାରୁ ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ପଦବୀ ହାସଲ କରିବା ଏକ ସକାରାତ୍ମକ ସଙ୍କେତ ଦେଉଛି ବୋଲି କୁହାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri