Odisha Elections 2024

ନିଯୁକ୍ତି ଆଶାୟୀ ମହିଳାଙ୍କ ସଂଖ୍ୟା ୩୪% ହ୍ରାସ

ମୁମ୍ବାଇ,୩୧ା୧: ମହାମାରୀ ଯୋଗୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିଯୁକ୍ତି ଅଧିକ ପ୍ରଭାବିତ ହୋଇଛି। କେବଳ ନିଯୁକ୍ତି ହରାଇଥିଲେ ତାହା ନୁହେଁ, ବରଂ ସେମାନଙ୍କ ମଧ୍ୟରୁ କମ୍‌ ସଂଖ୍ୟକ ମହିଳା କର୍ମକ୍ଷେତ୍ରକୁ ଫେରିଥିଲେ। ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରତ୍ୟେକ ମାସରେ କାର୍ଯ୍ୟ ଖୋଜୁଥିବା ମହିଳାଙ୍କ ସଂଖ୍ୟା ୩୦ ଲକ୍ଷକୁ ହ୍ରାସ ପାଇଛି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ଓ ସେଣ୍ଟର ଫର୍‌ ଇକୋନୋମିକ୍‌ ଡାଟା ଆଣ୍ଡ ଆନାଲିସିସ୍‌ (ସିଇଡିଏ) ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ବୁଲେଟିନ୍‌ ଏହି ତଥ୍ୟ ପ୍ରକାଶ କରିଛି। ତଦନୁଯାୟୀ ଭାରତର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କମ୍‌ ସଂଖ୍ୟକ ମହିଳା କାର୍ଯ୍ୟକୁ ଫେରିବାକୁ ଇଚ୍ଛା କରୁଥିବା ଲକ୍ଷ୍ୟ କରାଯାଇଛି। ୨୦୨୧ରେ ସହରାଞ୍ଚଳରେ ପ୍ରତ୍ୟେକ ମାସରେ ୨୫ ଲକ୍ଷ ୭୦ ହଜାର ମହିଳା କାର୍ଯ୍ୟ ଖୋଜିବାରେ ସକ୍ରିୟ ଥିଲେ, ଯାହାକି ୨୦୧୯ରେ ଏହି ସଂଖ୍ୟା ୩୮ ଲକ୍ଷ ୭୦ ହଜାର ଥିଲା। ଅର୍ଥାତ୍‌ ସହରରେ କର୍ମ ସନ୍ଧାନୀ ମହିଳାଙ୍କ ସଂଖ୍ୟା ୩୩.୭% ହ୍ରାସ ପାଇଛି। ସେହିପରି କେବଳ ସହରାଞ୍ଚଳରେ ୨୦୧୯ ତୁଳନାରେ ୨୦୨୧ରେ ୨୨.୧% କମ୍‌ ମହିଳା ନିଯୁକ୍ତି ପାଇଥିବା ସିଏମ୍‌ଆଇଇ ତଥ୍ୟରୁ ଜଣାପଡ଼ିଛି।
ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ କଥା ଦେଖିଲେ ୨୦୧୯ରେ ପ୍ରତ୍ୟେକ ମାସରେ ୯୫ ଲକ୍ଷ ୨୦ ହଜାର ମହିଳା ନିଯୁକ୍ତି ଖୋଜୁଥିଲେ। ୨୦୨୧ରେ ସେହି ସଂଖ୍ୟା ୬୫ ଲକ୍ଷ ୨୦ ହଜାରକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ କାର୍ଯ୍ୟ ଖୋଜୁଥିବା ପୁରୁଷଙ୍କ ସଂଖ୍ୟା ୨୦୧୯ ତୁଳନାରେ ୨୦୨୧ରେ ସହରାଞ୍ଚଳରେ ୧୯.୭% ଏବଂ ଗ୍ରାମାଞ୍ଚଳରେ ୧୪.୯% ବୃଦ୍ଧି ପାଇଛି।
୩ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୧୯ ତୁଳନାରେ ୨୦୨୧ରେ ହାରାହାରି ମାସିକ ମହିଳା ନିଯୁକ୍ତିରେ ୫୦%ରୁ ଅଧିକ ହ୍ରାସ ଘଟିଛି। ସେଥିମଧ୍ୟରେ ରହିଛି ତାମିଲନାଡୁ (୫୦.୯%), ଗୋଆ (୫୬%), ପଞ୍ଜାବ (୫୭.୯%) ଏବଂ ଜମ୍ମୁ ଓ କଶ୍ମୀର (୬୧%)। କିନ୍ତୁ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକୁ ଦେଖିଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଛତିଶଗଡ଼ରେ ୨୦୨୦ ଓ ୨୦୨୧ରେ ମହିଳା ନିଯୁକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
ସିଏମ୍‌ଆଇଇ ତଥ୍ୟକୁ ଦେଖିଲେ, ଦେଶର ସହର ଓ ଗ୍ରାମୀଣ ଅଞ୍ଚଳରେ ପୁରୁଷ ନିଯୁକ୍ତି ଭଳି ମହିଳାଙ୍କ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ପ୍ରଭେଦ ରହିଛି। ସହରାଞ୍ଚଳରେ ୨୦୨୧ରେ ହାରାହାରି ମହିଳା ନିଯୁକ୍ତି ୨୦୨୦ ତୁଳନାରେ ୬.୯% କମ୍‌ ଏବଂ ମହାମାରୀ ପୂର୍ବବର୍ଷ ଅର୍ଥାତ୍‌ ୨୦୧୯ ତୁଳନାରେ ୨୨.୧% କମ୍‌ ଥିଲା। କିନ୍ତୁ ଗ୍ରାମାଞ୍ଚଳରେ ୨୦୨୧ରେ ହାରାହାରି ମହିଳା ନିଯୁକ୍ତି ୨୦୨୦ ତୁଳନାରେ ୯.୨% ଅଧିକ ଏବଂ ୨୦୧୯ ତୁଳନାରେ ୦.୧% କମ୍‌ ଥିଲା। ତେଣୁ ମହାମାରୀ ପରଠାରୁ ସହରାଞ୍ଚଳରେ ମହିଳା ନିଯୁକ୍ତି ବ୍ୟାପକ ପ୍ରଭାବିତ ହୋଇଛି। ତେବେ ଏହାର କାରଣ ସମ୍ପର୍କରେ ବିଶେଷଜ୍ଞମାନେ କହୁଛନ୍ତି ଯେ ଦେଶର ଅର୍ଥନୀତି ଓ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି ମହାମାରୀ। ବିଶେଷକରି ନିଯୁକ୍ତି ଓ ଶିକ୍ଷା କ୍ଷେତ୍ର ସ୍ଥିତି ଦୟନୀୟ। ପିଲାଙ୍କ ପାଠପଢ଼ା ବ୍ୟାପକ ଭାବେ ବ୍ୟାହତ ହେବା କାରଣରୁ ସେମାନଙ୍କ ଯତ୍ନ ଭାର ମହିଳାଙ୍କ ଉପରେ ପଡ଼ୁଛି। ତଦନୁଯାୟୀ ଗୃହ କାର୍ଯ୍ୟ ଚାପ ବୃଦ୍ଧି ପାଇବା ଯୋଗୁ ମହିଳାଙ୍କୁ କର୍ମ ନିଯୁକ୍ତିରୁ ଓହରିବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

ଏପ୍ରିଲରେ ୧୧,୬୫୬ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୧୭ା୫: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା’ର ମାସିକ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। କମ୍ପାନୀର ଘୋଷଣା ଅନୁଯାୟୀ ୨୦୨୪ ଏପ୍ରିଲରେ...

ଟିପିସିଓଡିଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୭ା୫: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ନୂତନ ଅଭିଯାନ ‘ସମୃଦ୍ଧି’ର ଶୁଭାରମ୍ଭ...

ଜେଏସ୍‌ଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୬।୫ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

୨୦୨୬ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିବ

ଭୁବନେଶ୍ୱର,୧୭ା୫ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତ ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏପରିକି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା...

୪,୦୦୦ କର୍ମଚାରୀଙ୍କୁ ଛଟେଇ କଲା ତୋଷିବା: ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ନୂତନ ମାଲିକାନା ଅଧୀନରେ ପୁନଃର୍ଗଠନର କାର୍ଯ୍ୟର ଏକ ଅଂଶ ଭାବରେ ତୋଷିବା ଏହାର ୪,୦୦୦ ଛଟେଇ କରିଥିବା ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ କରିଛି।...

ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅତ୍ୟଧିକ ର୍ନିଭରଶୀଳ ପାଇଁ NBFC କୁ ଚେତାବନୀ ଦେଲା RBI

ମୁମ୍ବାଇ,୧୬।୫: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନୀଗୁଡିକ (ଏନବିଏଫସି) କୁ ଆଲଗୋରିଦମ ଆଧାରିତ କ୍ରେଡିଟ ମଡେଲ ଉପରେ ଅଧିକ ର୍ନିଭରଶୀଳତା...

ରେକର୍ଡ ପ୍ରଫିଟ୍‌ ପରେ କର୍ମଚାରୀଙ୍କୁ ମାଲାମାଲ କଲା କମ୍ପାନୀ

ନୁଆଦିଲ୍ଲୀ, ୧୬।୫: ରେକର୍ଡ ପ୍ରଫିଟ ହାସଲ କରିବା ପରେ ସିଙ୍ଗାପୁର ଏୟାରଲାଇନ୍‌ ଏହାର କର୍ମଚାରୀଙ୍କୁ ୮ ମାସର ଦରମା ବୋନସ୍‌ ଆକାରରେ ଦେବାକୁ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri