Posted inଫୁରସତ

ଭାଷାତନ୍ତ୍ରୀର ସ୍ପନ୍ଦନ କବି ଗଜାନନ

ଓଡ଼ିଆ ସାହିତ୍ୟ ତଥା ସାମାଜିକ ଜୀବନ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ଗଜାନନ ମିଶ୍ର। କବି ହିସାବରେ ବହୁପ୍ରସୂ, ଓକିଲ ହିସାବରେ ପରିଶ୍ରମୀ ଓ ସଚ୍ଚୋଟ, ମଣିଷ ହିସାବରେ ଅକପଟ ସରଳ ପୁଣି ପ୍ରାଣବନ୍ତ ଓ ସମ୍ବେଦନଶୀଳ। କଥାରେ, ଲେଖନୀରେ, କାମରେ ଗଭୀର ଓ ନିଷ୍ଠାପର। ତାଙ୍କ ପାଇଁ ତାଙ୍କ ସିଦ୍ଧାନ୍ତ ହିଁ ତାଙ୍କ ସାଧନାର କ୍ଷେତ୍ର ଯାହା ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ…

ଯିଏ କମନୀୟ କବିତା ଲେଖି କିଣି ନିଅନ୍ତି ଅଗଣିତ ପାଠକଙ୍କ ମନ, ସେ ପୁଣି ଓଡ଼ିଆ ଭାଷାର ଅସ୍ମିତା ପ୍ରତିଷ୍ଠା ପାଇଁ ଡାକ ଦିଅନ୍ତି ଉଦ୍ଦାତ୍ତ ସ୍ବରରେ, ଓଡ଼ିଆ ଭାଷାରେ ଦାପ୍ତରିକ କାମ ହେଉ ବୋଲି କରିପାରନ୍ତି ଆମରଣ ଅନଶନ। ଯେ କବିତାର କାନ୍ତ କୋମଳ ଦୁନିଆରୁ ରସ ଖୋଜନ୍ତି ସେ ପୁଣି ଓଡ଼ିଆ ଭାଷାରେ ଓକିଲାତି ସପକ୍ଷରେ ବାଢ଼ନ୍ତି ବଜ୍ର କଠୋର ଯୁକ୍ତି। ଯିଏ ଓଡ଼ିଆ କବିତାରେ ଧୂରନ୍ଧର ସେ ପୁଣି କୋଶଳୀ କବିତାରେ ତିଆରି କରନ୍ତି ନୂଆ କଥ୍ୟ।
ସେ ଆଉ କେହି ନୁହନ୍ତି କବି, ଭାଷା କର୍ମୀ, ଅଧିବକ୍ତା ଗଜାନନ ମିଶ୍ର।

ପିତା ଭଗବାନ ମିଶ୍ର, ମାତା ରାଧିକା ଦେବୀଙ୍କ ସୁପୁତ୍ର ଗଜାନନଙ୍କ ଜନ୍ମ ଟିକାପାଲି, ପାଟଣାଗଡ଼, ବଲାଙ୍ଗୀର ଜିଲ୍ଲାରେ। ତିନି ଏପ୍ରିଲ, ୧୯୬୦ ମସିହାରେ। ଓଡ଼ିଆ ସାହିତ୍ୟ ତଥା ସାମାଜିକ ଜୀବନ କ୍ଷେତ୍ରରେ ଜଣେ ବ୍ୟତିକ୍ରମ ବ୍ୟକ୍ତିତ୍ୱ ସେ। କବି ହିସାବରେ ବହୁପ୍ରସୂ, ଓକିଲ ହିସାବରେ ପରିଶ୍ରମୀ ଓ ସଚ୍ଚୋଟ, ମଣିଷ ହିସାବରେ ଅକପଟ ସରଳ ପୁଣି ପ୍ରାଣବନ୍ତ ଓ ସମ୍ବେଦନଶୀଳ। କଥାରେ, ଲେଖନୀରେ, କାମରେ ଗଭୀର ଓ ନିଷ୍ଠାପର। ତାଙ୍କ ପାଇଁ ତାଙ୍କ ସିଦ୍ଧାନ୍ତ ହିଁ ତାଙ୍କ ସାଧନାର କ୍ଷେତ୍ର ଯାହା ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ।

ତାଙ୍କର ସରଳ ସାବଲୀଳ ପ୍ରକାଶଭଙ୍ଗୀ ପଛରେ ଥାଏ ସ୍ପଷ୍ଟତା ଓ ବ୍ୟଞ୍ଜନା। ଅଜସ୍ର କବିତା ରଚନା କରିଥିବା କବି ଗଜାନନ ସାହିତ୍ୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ନାଁ । ତାଙ୍କର ଅନେକ କବିତା ହିନ୍ଦୀ ଭାଷାରେ ଅନୁଦିତ ହୋଇ ସର୍ବଭାରତୀୟ ସ୍ବୀକୃତି ଲାଭ କରିଛି। ସର୍ବନାମ, ନଥିବା ଚିତ୍ର, ଷ୍ଟେସନ, କବିତାଘର, ଅହର୍ନିଶି, ଚରୈବେତୀ, ଗୋଟାପଣେ, କାଳକାଳ, ନାବ, ମହାରେଖା, ସଙ୍କେତ ଉଦ୍ଧବ, ପଞ୍ଚରାମା, କୁଶେର ପନା, ଦେଖନାବାଲା ଏକ୍ଲା, ଅମୃତସବୁ, ନଥିବା ଚିତ୍ର, ଅବ୍ଗି ନୂଆଁ, ଓଡ଼ିଆରେ ଓକିଲାତି, ଅବ୍ୟୟ, ଦେୱାନୀ ଏବଂ ଫୌଜଦାରୀ, ଅନଲି ହିଅର ଏବଂ କଣ୍ଟିଲୋ ଭାୟା ଭଳି ଅନେକ ପୁସ୍ତକ ତାଙ୍କ ସର୍ଜନଶୀଳତାର ସ୍ବାକ୍ଷର ବହନ କରେ। ସର୍ଜନା କ୍ଷେତ୍ରରେ ନିଜର ଅବଦାନ ପାଇଁ ଗଜାନନ ମିଶ୍ର ଅନେକ ସାହିତ୍ୟାନୁଷ୍ଠାନ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ । ସେ ମଧ୍ୟ କୋଶଳୀ ଭାଷାରେ ରଚନା କରିଛନ୍ତି ଅନେକ ସାର୍ଥକ କବିତା । ଗଦ୍ୟ ରୀତିରେ କୋଶଳୀ ଭାଷାରେ କରିଛନ୍ତି ଅନେକ ପରୀକ୍ଷା ନିରୀକ୍ଷା । ଏ ସବୁ ବାଦ ଗଜାନନ ମିଶ୍ର ଜଣେ ଭାଷା କର୍ମୀ । ଭାଷା ଆନ୍ଦୋଳନରେ ଜଣେ ନେତା ଓ କର୍ମୀ ଭାବେ ସେ ଉତ୍ସର୍ଗ କରିଛନ୍ତି ସମୟ ଓ ବ୍ୟକ୍ତିଗତ ସ୍ବାଛନ୍ଦ୍ୟ। ସାଧାରଣ ଓ ସରଳ ଢଙ୍ଗରେ ଦାବୀ କରନ୍ତି ଅଥଚ କାର୍ଯ୍ୟକାରି କରିବାକୁ ଅଡ଼ି ବସନ୍ତି ସେ ଦୃଢ଼ ଭାବରେ। କୁହନ୍ତି ,‘ମୋ ଦାବି ଛୋଟିଆ। ବିଦେଶୀ ଭାଷା ବୁଝି ପାରୁନି, ମୋ ଭାଷାରେ ଲେଖି କରିଦିଅ। ବାସ୍‌। ହେଉନି। ଟଙ୍କା ସୁନା ରୂପା ଚାକିରୀ ମାଗୁନି। ମୋ ଭାଷାରେ କଥାବାର୍ତ୍ତା କର । ସମ୍ବିଧାନ ତ ଏଇଟା କହୁଛି, ଆଇନ ତ ଏଇଟା କହୁଛି । କୋଉ ବଡ କଥା ମୋ ଦ୍ୱାରା କହି ହେଉଛି ଯେ !’ ପୁଣି କୁହନ୍ତି ,‘ଭାଷା ପାଇଁ ରାଜ୍ୟ। ଭାଷାହୀନ ଜୀବନ କି ଜୀବନ! ଏଇଥିପାଇଁ ଅନଶନ! ସମ୍ବିଧାନର ଅଷ୍ଟମ ସୂଚୀରେ ଇଂରାଜୀ ଭାଷାର ସ୍ଥାନ ନାହିଁ। ଇଂରାଜୀ କାହାର ଭାଷା ? ସେଇ ଉପନିବେଶବାଦୀ, ଶୋଷଣକାରୀ, ଲୁଣ୍ଠନକାରୀଙ୍କ ନୁହଁକ? ଏଇ ବିଦେଶୀ ଭାଷା ଦ୍ୱାରା ଆମେ ସାର୍ବଭୌମ ଦେଶର ଲୋକଙ୍କୁ ଅନ୍ଧାରରେ ରଖି ଶୋଷି ଚାଲିଥିବା?’ ଓଡ଼ିଆ ଭାଷାରେ ବିଚାରକଙ୍କ ବିଚାର ଜାଣିବାର ଅଧିକାର ମହକିଲର ଅଛି ବୋଲି ସେ ଦୃଢୋକ୍ତି କରନ୍ତି । ସେଥିଲାଗି ସେ କେଶ ଲଢ଼ି ସଫଳ ହୋଇଛନ୍ତି । ‘ଓଡ଼ିଆରେ ଓକିଲାତି’ ନାମରେ ଏକ ବହି ଲେଖି ସେ ଭାଷା ଏବଂ ଓକିଲାତି କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି । ସରକାରୀ କାମ ଓଡ଼ିଆ ଭାଷାରେ ହେଉ ବୋଲି ବ୍ୟକ୍ତିଗତ ସୁଖସୁବିଧାକୁ ପଛରେ ପକେଇ ଅନଶନ କରିଛନ୍ତି ।

ଥିବା ସାରାଟା ଜୀବନରେ ଯେଉଁ ଅପ୍ରାପ୍ତି, ଅବସୋସ ଗଜାନନ ମିଶ୍ରଙ୍କୁ ଚିନ୍ତାଶୀଳ କରିଛି, ସେହି ଭିତ୍ତିରେ ସେ ତିଆରି କରିଛନ୍ତି ତାଙ୍କ ସ୍ବପ୍ନ ତପୋବନ ଏକାଡେମୀ ନାଁରେ। ପିଲାଏ ପଢିବେ, ଗଢିହେବେ। ମୂଳଦୁଆ ଦୃଢ଼ ହେଲେ ନିବାସ ଆପେ ଶକ୍ତ ହେବ, ଏହି ସ୍ବପ୍ନରେ ତାଙ୍କ ସ୍ବପ୍ନର ବିଦ୍ୟାଳୟ ତପୋବନ ଏକାଡେମୀ ଯାହାକୁ ସେ ଆରମ୍ଭ କରିଛନ୍ତି ଏଇ ଦୁଇ ବର୍ଷ ହେଲା ସିରୋଲ, ଟିଟିଲାଗଡ଼ରେ। ଏକାଡ଼େମୀର ଜନକ ଭାବରେ ସେ କୁହନ୍ତି , ‘ସୃଜନଶୀଳତାର ପ୍ରତୀକ ହେବ ତପୋବନ ଏକାଡେମୀ। ଭାଷାର ପ୍ରତିବନ୍ଧକ ନ ଥିବ। ବହୁତ ଭାଷା ଉପରେ ଗବେଷଣା ଚାଲିବ। ଭାଷା ତ ମାତ୍ର ଗୋଟିଏ ମାଧ୍ୟମ ନିଜକୁ ପ୍ରକାଶ କରିବାର। ମଣିଷତ୍ୱ ଖୋଜା ଚାଲିବ। ମଣିଷ ଗଢା କାରଖାନା ହେବ। ନିଶ୍ଚୟ ହେବ। ବିଶ୍ୱକୁ ନୂଆ ରୂପରେ ଦେଖେଇବ ତପୋବନ ଏକାଡେମୀ। ପ୍ରେମମୟ ଜୀବନ, ଶାନ୍ତି ପୂର୍ଣ୍ଣ ଜୀବନଶୈଳୀ, ପ୍ରକୃତିର ନିକଟତର ହୋଇ ବଞ୍ଚିବାର ମାନେ ବୁଝାଯିବ।’

-ମାନମୟୀ ରଥ
ସେଣ୍ଟଜାଭିୟର୍ସ କିଡ୍‌ସ, ବାଲିପୁଟ, ପୁରୀ
ମୋ-୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri