Posted inଫୁରସତ

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷାରେ ସମର୍ପିତ ଜୀବନ

ଏକ ପରିବର୍ତ୍ତନ ଆଣିବା ପାଇଁ ଜଣଙ୍କର ଅସୀମିତ ସମ୍ବଳ ରହିବା ଆବଶ୍ୟକ ନାହିଁ। ଏହାକୁ ପ୍ରମାଣିତ କରିଛନ୍ତି ଓଡ଼ିଶାର ୨୪ ବର୍ଷ ବୟସ୍କ ଜଳବାୟୁ କାର୍ଯ୍ୟକର୍ତ୍ତା ସୌମ୍ୟ ରଞ୍ଜନ ବିଶ୍ୱାଳ। ପରିବେଶ ଏବଂ ଅଲିଭ୍‌ ରିଡ୍‌ଲେ (ସାମୁଦ୍ରିକ କଇଁଛ)ଙ୍କ ସୁରକ୍ଷା ପାଇଁ ସେ ନିଜକୁ ସମର୍ପିତ ଦେଇଛନ୍ତି। ତାଙ୍କ ଜୀବନର ଏକ ବଡ଼ ଅଂଶ ସମୁଦ୍ର କୂଳରେ ପାଟ୍ରୋଲିଂ କରିବା ଏବଂ ଦେବୀ ନଦୀ କୂଳରେ ଥିବା ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦେବା ସ୍ଥାନ ଓ ବେଳାଭୂମି ସଫା କରିବାରେ ଅତିବାହିତ ହୋଇଛି। ପୁରୀ ଜିଲା ଅସ୍ତରଙ୍ଗର ଯୁବକ ସୌମ୍ୟ ଏହି କାର୍ଯ୍ୟକୁ ୧୦ ବର୍ଷ ବୟସରୁ କରିଆସୁଛନ୍ତି।

ପ୍ରତିବର୍ଷ ଅଲିଭ୍‌ ରିଡ୍‌ଲେ ହଜାର ହାଜର ମାଇଲ ଦୂରରୁ ଦେବୀନଦୀ, ଋଷିକୁଲ୍ୟା ନଦୀ ମୁହାଣ ଏବଂ ଗହୀରମଥାକୁ ଆସି ସାମୂହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତି। ଏମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଯେତେ ପଦକ୍ଷେପ ନେଲେ ବି ତାହା ଫଳପ୍ରଦ ହୁଏ ନାହିଁ। ଟ୍ରଲର ଯୋଗୁ ବହୁସଂଖ୍ୟକ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ଘଟିଥାଏ। ତେଣୁ ସେମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ସେଥିପାଇଁ ସୌମ୍ୟ ଅଣ୍ଟା ଭିଡ଼ିଛନ୍ତି। ସମୁଦ୍ର କୂଳରେ ଗାଁ ହୋଇଥିବାରୁ ସେ ପିଲାଦିନରୁ ମୃତ କଇଁଛ ବେଳାଭୂମିକୁ ଭାସିଆସିବା ଏବଂ ପ୍ରଦୂଷଣ ହେଉଥିବା ଦେଖି ଆସିଛନ୍ତି। ତାହା ତାଙ୍କୁ ବିବ୍ରତ କରୁଥିବାରୁ ସେ ଅଲିଭ୍‌ ରିଡ୍‌ଲେ ଏବଂ ପରିବେଶ ସୁରକ୍ଷା ନିମନ୍ତେ କିଛି କରିବାକୁ ଆଗେଇ ଆସିଛନ୍ତି। ୨୦୧୪ରେ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ନାମକ ଏକ ସଂସ୍ଥା କରି ଏହି କାର୍ଯ୍ୟକୁ ଆଗେଇ ନେଇଛନ୍ତି। ମାତ୍ର ୧୫ଜଣ ସଦସ୍ୟରୁ ଆରମ୍ଭ ହୋଇଥିବା ଏହି ସଂସ୍ଥାରେ ଏବେ ଶତାଧିକ ସ୍ବେଚ୍ଛାସେବୀ ରହି ପରିବେଶ ସୁରକ୍ଷା ଦିଗରେ କାମ କରୁଛନ୍ତି। ସମୁଦ୍ର ଉପକୂଳବର୍ତ୍ତୀ ଗାଁକୁ ଯାଇ ସେମାନେ ଲୋକଙ୍କୁ ସଚେତନ କରିଥାନ୍ତି। ଖାଲି ଦେବୀନଦୀ କୂଳରେ ନୁହେଁ, ବରଂ ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଗାଁକୁ ସେମାନେ ସଚେତନତା ଅଭିଯାନରେ ସାମିଲ କରିଛନ୍ତି। ବିଶେଷକରି ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷାକୁ ସେମାନେ ପ୍ରାଥମିକତା ଦେଉଛନ୍ତି। ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନଠାରୁ ଆରମ୍ଭ କରି ଛୁଆ ଫୁଟି ବାହାରି ପୁଣି ଫେରିଯିବା ପର୍ଯ୍ୟନ୍ତ ସେମାନେ ସମୁଦ୍ର କୂଳରେ ରାତ୍ରିଯାପନ କରୁଛନ୍ତି। ଏପରିକି ଶିକାରୀଙ୍କଠାରୁ ଅଣ୍ଡା ରକ୍ଷା କରିବା ପାଇଁ ରାତି ସାରା ପାଟ୍ରୋଲିଂ କରିଥାନ୍ତି।

୨୦୧୮ରେ ରାଜ୍ୟ ସରକାର ଯେତେବେଳେ ଅଲିଭ୍‌ ରିଡ୍‌ଲେ କଇଁଛର ସୁରକ୍ଷାକୁ ନେଇ ଓଲି ମାସ୍କଟ ବାହାର କରିଥିଲେ, ସେତେବେଳେ ସୌମ୍ୟ ଏବଂ ତାଙ୍କ ଟିମ୍‌ କୋଣାର୍କରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଏକ ସାଇକେଲ ଯାତ୍ରା ଅଭିଯାନ କରିଥିଲେ। ସେଥିରେ ସୌମ୍ୟ ନିଜେ
ଓଲି ମାସ୍କଟ ପିନ୍ଧିଥିଲେ। ତାଙ୍କର ଏହି ସାଇକେଲ ଯାତ୍ରା ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଥିଲା। ସେହିଭଳି ୨୦୧୯ରେ ଗଞ୍ଜାମରୁ ଆଉ ଏକ ଯାତ୍ରା ଆରମ୍ଭ କରିଥିଲେ। ଗୋଟେ ମାସର ଏହି ଯାତ୍ରାରେ ସେମାନେ ରାଜ୍ୟର ସବୁ ଉପକୂଳବର୍ତ୍ତୀ ଗାଁକୁ ଯାଇ ବିଦ୍ୟାଳୟ ଓ କଲେଜ ଛାତ୍ରୀଛାତ୍ର, ମତ୍ସ୍ୟଜୀବୀଙ୍କୁ ସଚେତନ କରିଥିଲେ।
ଭାରତରେ ଜାତିସଂଘ ପକ୍ଷରୁ ‘ଉଇ ଦ ଚେଞ୍ଜ’ ଶୀର୍ଷକ ଜଳବାୟୁ ଅଭିଯାନ ଚାଲିଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ସୌମ୍ୟଙ୍କ ସମେତ ୧୭ଜଣ ଯୁବତୀ, ଯୁବକଙ୍କୁ ଜାତିସଂଘ ପକ୍ଷରୁ ନିକଟରେ ଚୟନ କରାଯାଇଛି।

ସୌମ୍ୟ କହିଛନ୍ତି, ଦେବୀ ନଦୀ ମୁହାଣରେ ଯେଉଁ ସାମୂହିକ ଅଣ୍ଡାଦାନ ହେଉଥିଲା ତାହା ଏବେ ଅତୀତ ହେବାକୁ ବସିଲାଣି। ପ୍ରତିବର୍ଷ ଅଲିଭ୍‌ ରିଡ୍‌ଲେ ଅଣ୍ଡା ଦେବା ପାଇଁ ଆସୁଛନ୍ତି। କିନ୍ତୁ ସଂଖ୍ୟା କମିବାରେ ଲାଗିଛି। ଅର୍ଥାତ୍‌ ସରକାରୀ ହିସାବରେ ଦେବୀନଦୀରେ ପ୍ରାୟ ଏକ ହଜାର ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ଘଟୁଛି। କିନ୍ତୁ ଆମ ହିସାବରେ ଟ୍ରଲର ଯୋଗୁ ୨୦ହଜାରରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ ମରୁଛନ୍ତି। ତେଣୁ ସେହି ଦେବୀ ନଦୀ ମୁହାଣକୁ କିପରି ପୁନର୍ଜୀବିତ କରିପାରିବୁ ତାହା ଲକ୍ଷ୍ୟ ରହିଛି। ଏଥିସହିତ ହେନ୍ତାଳ ବଣ ବି ଧୀରେ ଧୀରେ ହ୍ରାସ ପାଉଛି। ସେ ଦିଗରେ ବି କାର୍ଯ୍ୟ କରିବା ପାଇଁ ଚିନ୍ତା କରିଛୁ ବୋଲି ସୌମ୍ୟ କହିଛନ୍ତି। ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀ ‘କ୍ଲାଇମେଟ୍‌ ଚେଞ୍ଜ: ଫୋକସ୍‌ ଓଡ଼ିଶା’ରେ ଏକ୍ସପର୍ଟ ପ୍ୟାନେଲିଷ୍ଟ ଭାବେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri