Posted inଫୁରସତ

ବିଶ୍ୱକୁ ଏକାଠି ରଖିପାରିବ ବନ୍ଧୁତା

ବର୍ଣ୍ଣନା କରି ହୁଏନା ବନ୍ଧୁତ୍ୱର ପରିଭାଷା। ଏହି ସମ୍ପର୍କ ଶାଶ୍ୱତ। ପ୍ରକୃତ ବନ୍ଧୁତ୍ୱରେ ଖୋଜା ପଡ଼େନା ଧନ ସମ୍ପତ୍ତି। ବନ୍ଧୁର ସୁଖଦୁଃଖ ହାନିଲାଭରେ ସହଯୋଗର ହାତ ବଢ଼ାଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ। ବିଶ୍ୱ ଇତିହାସରେ ବନ୍ଧୁତାକୁ ନେଇ ବହୁ ସତ୍ୟ କଥା, କାହାଣୀ ଆଦି ରହିଛି। ଭାରତୀୟ ସଂସ୍କୃତିରେ ଶ୍ରୀକୃଷ୍ଣ ସଖା ସୁଦାମାଙ୍କ ପ୍ରତି ପ୍ରଦର୍ଶନ କରିଥିବା ମହାନ ଆଦର୍ଶ ବନ୍ଧୁତାର ପରିଭାଷାକୁ ଶ୍ରେଷ୍ଠ କରି ଗଢ଼ି ତୋଳିଛି। ଏହାର ପ୍ରଭାବ ଭାରତୀୟ ସଂସ୍କୃତିରେ ସର୍ବଦା ପ୍ରତିଫଳିତ ହୋଇଥାଏ।
ଏହି ସମ୍ପର୍କର ପରିଭାଷାର ପ୍ରସାର ବିଶ୍ୱସ୍ତରରେ କରାଯିବା ଲାଗି ପ୍ରତିବର୍ଷ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ମଣିଷଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଭଳି ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଏଭଳି ସମ୍ପର୍କ ସୃଷ୍ଟି କରାଯାଇପାରିଲେ ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ସଫଳ ହୋଇପାରିବ। ଏହି ଉଦ୍ଦେଶ୍ୟରେ ବନ୍ଧୁତ୍ୱ ଦିବସରେ ସଚେତନା ସୃଷ୍ଟି କରାଯାଇଥାଏ। ୨୦୧୧ ଏପ୍ରିଲ୍‌ ୨୭ରେ ଜାତିସଂଘର ଅନୁମୋଦନ କ୍ରମେ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ ପାଇଁ ସହମତି ପ୍ରକାଶ ପାଇଥିଲା। ଏହି ବିଶେଷ ଦିନରେ ଭିନ୍ନ ଭିନ୍ନ ସଂସ୍କୃତି, ଦେଶ, ଏବଂ ଆଦର୍ଶ ମଧ୍ୟରେ ବନ୍ଧତ୍ୱ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥାଏ। ଏହି ଦିବସ ଶାନ୍ତି, ସୁଖ ଏବଂ ଏକତାକୁ ପ୍ରୋତ୍ସାହିତ କରିଥାଏ। ଶାରୀରିକ ଗଠନ, ବିଚାରଧାରା, ପରମ୍ପରା, ରାଜନୈତିକ ସ୍ଥିତି ଆଦିରେ ଭିନ୍ନତା ରହିଥିବା ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇପାରିଲେ ଆଉ ଯୁଦ୍ଧର ବିଭୀଷିକା ଆତଙ୍କ ସୃଷ୍ଟି କରିପାରିବ ନାହିଁ। ଏହାର ମହତ୍ୱକୁ ଉପଲବ୍ଧି କରି ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଥାଏ।
ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସର ନାମକରଣ ପୂର୍ବରୁ, ପ୍ରଥମେ ୧୯୫୮ରେ ବନ୍ଧୁତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସଂସ୍କୃତିର ପ୍ରଚାର ପାଇଁ ଅଭିଯାନକୁ ପ୍ରୋତ୍ସାହିତ କରୁଥିବା ୱାଲର୍‌ଡ ଫ୍ରେଣ୍ଡସିପ କ୍ରୁସେଡ ନାମକ ଏକ ଅନ୍ତର୍ଜାତୀୟ ନାଗରିକ ସଂଗଠନ ଦ୍ୱାରା ଏକ ପ୍ରସ୍ତାବ ଦିଆଯାଇଥିଲା। ୧୯୩୦ରେ ଜୋଏସ୍‌ ହଲ୍‌ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ହଲ୍‌ ମାର୍କ କାର୍ଡରୁ ଏଭଳି ଦିବସ ପାଳନ ପାଇଁ ପ୍ରେରଣା ମିଳିଥିଲା। ତେବେ ଭାରତରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତା ଦିବସ ଭାବେ ପାଳନ କରାଯାଇଥାଏ। ୨୦୨୧ରେ ଏହି ଦିନଟି ଅଗଷ୍ଟ ୧ରେ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri