‘୨ ଭାକ୍ସିନ୍‌ ୧୧୦% ନିରାପଦ’

ନୂଆଦିଲ୍ଲୀ, ୪।୧: କରୋନା ମହାମାରୀରୁ ବର୍ତ୍ତିବା ଲାଗି ଟିକାକୁ ସାରା ଦେଶ ଦୀର୍ଘଦିନ ହେଲା ପ୍ରତୀକ୍ଷା କରିଥିବାବେଳେ ଏବେ ତାହାର ଅନ୍ତ ହୋଇଛି। କରୋନା ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍‌କୁ ଜରୁରୀ ବ୍ୟବହାର ନିମନ୍ତେ ଭାରତର ଔଷଧ ମହାନିୟନ୍ତ୍ରକ ବା ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ରବିବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ମହାମାରୀ ଦ୍ୱାରା ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଭାରତରେ ଟିକାକରଣ ଲାଗି ପଥ ପରିଷ୍କାର ହୋଇଯାଇଛି। ଏହି ଟିକା ୧୧୦ ପ୍ରତିଶତ ସୁରକ୍ଷିତ ବୋଲି ଡିସିଜିଆଇ ଭି.ଜି. ସୋମାନି କହିଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକ ଓ ଟିକା ସହ ସମ୍ପୃକ୍ତ ଅନ୍ୟ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତର ନିଷ୍ପତ୍ତିକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସ୍ବାଗତ କରିଛି।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଅଷ୍ଟ୍ରାଜେନିକା ଦ୍ୱାରା ବିକଶିତ ତଥା ଭାରତର ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମୋଦନ କରାଯାଇଥିବା ଡିସିଜିଆଇ ସୋମାନି ଗଣମାଧ୍ୟମକୁ କହିଛନ୍ତି। ଟିକାର ନିରାପତ୍ତାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ସୁରକ୍ଷାକୁ ନେଇ ସାମାନ୍ୟତମ ତ୍ରୁଟି ଥିଲେ କଦାପି ଅନୁମୋଦନ କରାଯାଇ ନ ଥାନ୍ତା। ତେବେ ସାମାନ୍ୟ ଜ୍ୱର, ଯନ୍ତ୍ରଣା, ଆଲର୍ଜି ଭଳି ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣ ଭାବେ ପ୍ରତ୍ୟେକ ଟିକାରେ ଦେଖାଯାଇଥାଏ ବୋଲି ସେ କହିଛନ୍ତି।
ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିଡ୍‌ ଟିକା ୭୦.୪୨ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡିଛି। କୋଭାକ୍ସିନ୍‌ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଟିକା। ଭାରତ ବାୟୋଟେକ୍‌ ଏବଂ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛନ୍ତି। ପ୍ରଥମେ ଏହି ଟିକାର ନିରାପତ୍ତା ଓ ରୋଗ ପ୍ରତିରୋଧକ ଶକ୍ତିର ପରୀକ୍ଷା ମୂଷା, ଠେକୁଆ ଆଦି ଉପରେ କରାଯିବା ପରେ ମାନବ ଶରୀରରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ହୋଇଥିଲା। ୮୦୦ ଲୋକଙ୍କ ଉପରେ ପରୀକ୍ଷା ପରେ ଟିକା ନିରାପଦ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପ୍ରମାଣିତ ହୋଇଥିଲା ବୋଲି ଡିସିଜିଆଇ କହିଛନ୍ତି। ଶନିବାର ବିଶେଷଜ୍ଞ କମିଟି ସମସ୍ତ ତଥ୍ୟ ଅନୁଧ୍ୟାନ କରିବା ପରେ ମଞ୍ଜୁରୀ ଲାଗି ସୁପାରିସ କରିଥିଲା। ସେହିପରି ଶୁକ୍ରବାର ବିଶେଷଜ୍ଞ କମିଟି ସେରମ୍‌ ଇନ୍‌ଷ୍ଟିଚ୍ୟୁଟର କୋଭିଶିଲ୍ଡକୁ ଅନୁମୋଦନ ଲାଗି ଡିସିଜିଆଇଙ୍କୁ ସୁପାରିସ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଜନସାଧାରଣଙ୍କୁ ଟିକା ଦେବା ଲାଗି ସରକାର ଯୋଜନା କରିଛନ୍ତି। ପ୍ରଥମେ ସ୍ବାସ୍ଥ୍ୟସେବା କର୍ମଚାରୀ, ପୋଲିସ ଓ ଅନ୍ୟ ଆଗଧାଡ଼ିର କର୍ମଚାରୀଙ୍କୁ ଏହି ଟିକା ଦିଆଯିବ।

ନିର୍ଣ୍ଣାୟକ ମୋଡ଼: ପ୍ରଧାନମନ୍ତ୍ରୀ

କୋଭାକ୍ସିନ ଓ କୋଭିଶିଲ୍ଡ ଟିକାକୁ ଜରୁରୀ ବ୍ୟବହାର ଲାଗି ଡିସିଜିଆଇ ମଞ୍ଜୁରୀ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକ, ସ୍ବାସ୍ଥ୍ୟସେବା କର୍ମଚାରୀମାନଙ୍କୁ ଧନ୍ୟବାଦ ଦେବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡ୍‌-୧୯ ମହାମାରୀ ବିରୋଧରେ ଭାରତ ଲଢ଼େଇ ଜାରି ରଖିଥିବାବେଳେ ଟିକାକୁ ମଞ୍ଜୁରୀ ପ୍ରଦାନ ଏକ ନିର୍ଣ୍ଣାୟକ ମୋଡ଼ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶକୁ କୋଭିଡ୍‌ ମୁକ୍ତ କରିବା ପ୍ରକ୍ରିୟାକୁ ଏହା ତ୍ୱରାନ୍ବିତ କରିବ। ଉଭୟ କରୋନା ଟିକା ଭାରତରେ ପ୍ରସ୍ତୁତ ହୋଇଥିବାରୁ ଏହା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି।

କୋଭାକ୍ସିନର ନିରାପତ୍ତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌ ଟିକାକୁ ଜରୁରୀ ବ୍ୟବହାର ଲାଗି ଅନୁମତି ମିଳିଥିବାରୁ କେତେଜଣ କଂଗ୍ରେସ ନେତା ଏହା ଉପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପୂର୍ବରୁ ଟିକାକୁ ଅନୁମୋଦନ କରିବା ଅପରିପକ୍ୱତା ଏବଂ ବିପଜ୍ଜନକ ପ୍ରମାଣିତ ହୋଇପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି। ପରୀକ୍ଷା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି। ସେହିପରି କଂଗ୍ରେସ ନେତା ଆନନ୍ଦ ଶର୍ମା ଓ ଜୟରାମ ରମେଶ ମଧ୍ୟ କୋଭାକ୍ସିନ୍‌କୁ ମଞ୍ଜୁରୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅପରିହାର୍ଯ୍ୟ ବିଧି ବ୍ୟବସ୍ଥା ଏବଂ ତଥ୍ୟ ଯାଞ୍ଚକୁ କ’ଣ ପାଇଁ ବାଦ୍‌ ଦିଆଗଲା, ସ୍ବାସ୍ଥ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେମାନେ କହିଛନ୍ତି।
ଏହାର ଜବାବ ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ହର୍‌ଦୀପ ସିଂ ପୁରୀ କହିଛନ୍ତି, ବିରୋଧୀ ଦଳ ନେତାମାନେ ଟିକାକୁ ସ୍ଥାୟୀ ରାଜନୈତିକ ପ୍ରଭାବହୀନ କରିବା ସନ୍ଧାନରେ ଅଛନ୍ତି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ନେତାମାନେ ଟିକାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହୁଥିବା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି। ଭାରତ ଯେତେବେଳେ କୌଣସି ପ୍ରଶଂସନୀୟ କାର୍ଯ୍ୟ କରେ ସେତେବେଳେ ବିରୋଧୀ ଦଳ ବିଚିତ୍ର ସୂତ୍ରର ଅବତାରଣା କରି ଏହାର ପରିହାସ କରିଥାଏ ବୋଲି ଭାଜପା ଅଧ୍ୟକ୍ଷ କହିଛନ୍ତି।

ଡବ୍ଲ୍ୟୁଏଚ୍‌ଓର ସ୍ବାଗତ

ଭାରତରେ କୋଭିଡ୍‌ ଟିକାକୁ ମଞ୍ଜୁରୀ ମିଳିଥିବାରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ସ୍ବାଗତ କରିଛି। ଡବ୍ଲ୍ୟୁଏଚ୍‌ଓ ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳରେ କୋଭିଡ୍‌ ଟିକାକୁ ଏହା ପ୍ରଥମ ଅନୁମୋଦନ। ଉକ୍ତ ଅଞ୍ଚଳରେ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇକୁ ବଢ଼ାଇବା ଓ ଶକ୍ତିଶାଳୀ କରିବାରେ ଏହା ସହାୟକ ହେବ ବୋଲି ଡବ୍ଲ୍ୟୁଏଚ୍‌ଓର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ୍‌ କ୍ଷେତ୍ରପାଳ ସିଂ କହିଛନ୍ତି। ମହାମାରୀ ରୋକିବାରେ ଟିକାକରଣ ସାଙ୍ଗକୁ ଅନ୍ୟାନ୍ୟ ପ୍ରତିକାର ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri