Posted inଜାତୀୟ

ୟୁପିରେ ସ୍ଥଗିତ ହେବ ୩୫ ଶ୍ରମ ଆଇନ

ନୂଆଦିଲ୍ଲୀ,୧୦।୫: କୋଭିଡ୍‌-୧୯ ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶ ସରକାର ରାଜ୍ୟର ଅର୍ଥନୀତିକୁ ସଜାଡିବା ଲାଗି ଜରୁରୀ ପୁଞ୍ଜି ଆକର୍ଷଣ କରିବା ଲକ୍ଷ୍ୟରେ ୩୮ ଶ୍ରମ ଆଇନ ମଧ୍ୟରୁ ୩୫ଟିକୁ ୩ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟର ଶିଳ୍ପସଂସ୍ଥା ଓ ବ୍ୟବସାୟ ପ୍ରତିଷ୍ଠାନ ତିନିବର୍ଷ ଯାଏ ପ୍ରାୟତଃ ସମସ୍ତ ଶ୍ରମ ଆଇନରୁ ମୁକ୍ତ ରହିବେ। ଅଧ୍ୟାଦେଶ କାର୍ଯ୍ୟକାରୀ ହେଲେ ଶ୍ରମିକମାନେ ସେମାନଙ୍କ ଅଧିକାରରୁ ବଞ୍ଚତ୍ତ ହେବେ। ବ୍ୟବସାୟ ସଂସ୍ଥାଗୁଡ଼ିକ ମନଇଚ୍ଛା କର୍ମଚାରୀ ନିଯୁକ୍ତି ଓ ଛଟେଇ କରିପାରିବେ ବୋଲି କୁହାଯାଉଛି। ଯୋଗୀ ଆଦିତ୍ୟନାଥ ସରକାର ଆଣିଥିବା ଅଧ୍ୟାଦେଶରୁ ଅଟ୍ଟାଳିକା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ, ୧୯୯୬, ଶ୍ରମିକ କ୍ଷତିପୂରଣ ଆଇନ, ୧୯୨୩ ଏବଂ ଗୋତି ଶ୍ରମିକ ବ୍ୟବସ୍ଥା (ଉଚ୍ଛେଦ) ଆଇନ, ୧୯୭୬କୁ ବାଦ୍‌ ଦିଆଯାଇଛି। ଫଳରେ ଏହି ୩ଟି ଆଇନ ପୂର୍ବଭଳି ରାଜ୍ୟରେ କାର୍ଯ୍ୟକାରୀ ହେବ। ଏହାକୁ ବାଦ୍‌ ଦେଲେ ସର୍ବନିମ୍ନ ମଜୁରି ଆଇନ, ମଜୁରି ପ୍ରଦାନ ଅଧିନିୟମ ଏବଂ ବୋନସ ପ୍ରଦାନ ଅଧିନିୟମ ଭଳି କେନ୍ଦ୍ରୀୟ ଆଇନ ସମେତ ୩୫ଟି ଆଇନ ଆଗାମୀ ୩ ବର୍ଷ ପାଇଁ କାର୍ଯ୍ୟକାରୀ ହେବନାହିଁ।
ଶ୍ରମ ଯୁଗ୍ମ ତାଲିକାରେ ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଆଇନ ପ୍ରଣୟନ କରିପାରିବାର ବ୍ୟବସ୍ଥା ରହିଛି। ତେବେ କୌଣସି ରାଜ୍ୟ ସରକାର ଚାହିଁଲେ କେନ୍ଦ୍ରୀୟ ଆଇନକୁ ସମ୍ପୂର୍ଣ୍ଣ ସ୍ଥଗିତ ରଖିପାରିବ କି ବୋଲି ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ସରକାର ଆଣିଥିବା ଅଧ୍ୟାଦେଶ କେନ୍ଦ୍ରର ଅନୁମୋଦନ ପାଇଁ ପଠାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଆର୍‌.କେ. ତିଓ୍ବାରୀ କହିଛନ୍ତି। ଏହାର ଅର୍ଥ ସମ୍ବିଧାନର ଅନୁଚ୍ଛେଦ ୨୧୩ ଅନୁଯାୟୀ ରାଜ୍ୟ ସରକାର ଶାସନାଦେଶ ପୂରଣ କରିବାକୁ ଉଦ୍ୟମ କରୁଛନ୍ତି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଯଦି ସାମ୍ବିଧାନିକ ପ୍ରକ୍ରିୟା ଅନୁପାଳନ କରାଯାଏ, ତେବେ ଅଧ୍ୟାଦେଶକୁ ଅନୁମୋଦନ କରିବା କେନ୍ଦ୍ର ପାଇଁ ଲଜ୍ଜାଜନକ ହେବ। କାରଣ କେନ୍ଦ୍ର ସରକାର ଶ୍ରମ ଆଇନକୁ ସରଳ ଓ ସୁବ୍ୟବସ୍ଥିତ କରିଛନ୍ତି। କେନ୍ଦ୍ରୀୟ ଆଇନକୁ ସ୍ଥଗିତ ରଖିବା ନେଇ ସମ୍ବିଧାନର ଅନୁଚ୍ଛେଦ ୨୧୩(୧)ରେ ନିମ୍ନୋକ୍ତ ବ୍ୟବସ୍ଥା ରହିଛି। ସେଗୁଡ଼ିକ ହେଲା: (କ) ସମ୍ବିଧାନ ଅନୁଯାୟୀ ସମାନ ବ୍ୟବସ୍ଥା ଥିବା ବିଲ୍‌ ବିଧାନସଭାରେ ଉପସ୍ଥାପନ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଆବଶ୍ୟକ। (ଖ) ରାଷ୍ଟ୍ରପତି ଚାହିଁଲେ ସମାନ ବ୍ୟବସ୍ଥା ଥିବା କୌଣସି ବିଲ୍‌କୁ ଆବଶ୍ୟକସ୍ଥଳେ ବିଚାର ପାଇଁ ସଂରକ୍ଷିତ ରଖିପାରନ୍ତି। (ଗ) ରାଜ୍ୟ ବିଧାନସଭାର କୌଣସି ଆଇନରେ ସମାନ ବ୍ୟବସ୍ଥା ଥିଲେ, ସମ୍ବିଧାନ ଅନୁଯାୟୀ ତାହା ଅବୈଧ ହୋଇଯିବ, ଯଦି ତାହା ରାଷ୍ଟ୍ରପତିଙ୍କ ବିଚାର ପାଇଁ ସଂରକ୍ଷିତ ରହି ନ ଥିବ ଏବଂ ରାଷ୍ଟ୍ରପତିଙ୍କ ସ୍ବୀକୃତି ହାସଲ କରି ନ ଥିବ। ଅତି ଜରୁରୀ ସ୍ଥିତିରେ ବିଧାନସଭା ଅଧିବେଶନ ଡାକି ଆଇନ ପ୍ରଣୟନ କରିବା ପାଇଁ ଅପେକ୍ଷା କରିବାକୁ ସମୟ ନ ଥିବା ସରକାର ଅନୁଭବ କଲେ, ଅଧ୍ୟାଦେଶକୁ ଅନୁମୋଦନ କରିଥାନ୍ତି। ତେବେ ଏହି ଅଧ୍ୟାଦେଶକୁ ୬ ମାସ ମଧ୍ୟରେ ବିଧାନସଭାରେ ଅନୁମୋଦନ କରାଇବାକୁ ପଡ଼ିଥାଏ।
ଅନୁଚ୍ଛେଦ ୨୫୪(୨) ଅନୁଯାୟୀ ଯୁଗ୍ମ ତାଲିକା ଅନ୍ତର୍ଗତ କୌଣସି ବିଲ୍‌, ଯାହା କେନ୍ଦ୍ରୀୟ ଆଇନ ପାଇଁ ଅସଙ୍ଗତ, ତାହାର କାର୍ଯ୍ୟକାରିତା ଲାଗି ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ ପଡ଼ିଥାଏ। ଅର୍ଥାତ୍‌ ଏହାକୁ କେନ୍ଦ୍ର ମଞ୍ଜୁରୀ ଦେବାକୁ ହୋଇଥାଏ। ଏହା ଅଧ୍ୟାଦେଶ କ୍ଷେତ୍ରରେ ଅନୁଚ୍ଛେଦ ୨୧୩(୧) ଭଳି ଲାଗୁ ହୋଇଥାଏ। ଅଧିକାଂଶ କେନ୍ଦ୍ରୀୟ ଆଇନର ବ୍ୟବସ୍ଥା ଅନୁଯାୟୀ ଏଥିରେ କେତେକ କ୍ଷମତା ରାଜ୍ୟ ସରକାରଙ୍କୁ ଦିଆଯାଇଛି। ତଦନୁଯାୟୀ ରାଜ୍ୟ ସରକାର ଚାହିଁଲେ ଉକ୍ତ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରି ନ ପାରନ୍ତି। ତେବେ କାର୍ଯ୍ୟକ୍ଷେତ୍ର କେନ୍ଦ୍ର ଅଧୀନରେ ଥିଲେ ରାଜ୍ୟ ସିଧାସଳଖ ଏଭଳି ପଦକ୍ଷେପ ନେଇପାରିବ ନାହଁ।
ସାଧାରଣ ସ୍ଥିତିରେ ରାଜ୍ୟର ଏଭଳି ପଦକ୍ଷେପ କେନ୍ଦ୍ରକୁ ଅଡୁଆରେ ପକାଇପାରେ। ତେବେ କରୋନା ମହାମାରୀ ଭଳି ଏକ ଅସାଧାରଣ ସ୍ଥିତିରେ ୟୁପି ସରକାର ଏକାଥରକେ ଅନେକ କେନ୍ଦ୍ରୀୟ ଆଇନକୁ ସ୍ଥଗିତ କରିବାକୁ ଚାହୁଛନ୍ତି। ଏହି ରାଜ୍ୟ ଭାଜପା ଶାସନାଧୀନ ଥିବାରୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ସହ ପରାମର୍ଶ କରିଥାଇପାରେ ବୋଲି କୁହାଯାଉଛି। ଏହା ସତ୍ତ୍ୱେ ଯଦି ଉକ୍ତ ଅଧ୍ୟାଦେଶକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଏ ତେବେ କେନ୍ଦ୍ର ସରକାର ଅଡୁଆରେ ପଡ଼ିବେ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ସବୁ ଶ୍ରମ ଆଇନକୁ ସ୍ଥଗିତ ରଖିବା ମୌଳିକ ଅଧିକାରର ଏବଂ ସମ୍ବିଧାନର ରାଷ୍ଟ୍ର ନୀତି ନିର୍ଦ୍ଧାରଣ ସିଦ୍ଧାନ୍ତର ଗୁରୁତର ଉଲ୍ଲଂଘନ ବୋଲି ଶ୍ରମ ଆଇନ ବିଶେଷଜ୍ଞ ତଥା ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି କେ. ଚନ୍ଦ୍ରୁ ମତ ଦେଇଛନ୍ତି।
ସୂଚନାଯୋଗ୍ୟ କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଯୋଗୁ ଉତ୍ତରପ୍ରଦେଶର ଉଦ୍ୟାନ କୃଷି ଓ ଅର୍ଥନୈତିକ କାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି। ଫଳରେ ରାଜ୍ୟର ବ୍ୟବସାୟ ଓ ଆର୍ଥିକ କାରବାର ଏକପ୍ରକାର ଠପ୍‌ ହୋଇଯାଇଛି। ରାଜ୍ୟକୁ ପୁଞ୍ଜି ଆକର୍ଷଣ କରିବା ଲାଗି କେନ୍ଦ୍ରୀୟ ଆଇନରୁ ସାମୟିକ ମୁକ୍ତି ପାଇଁ ଅଧ୍ୟାଦେଶ ଅଣାଯାଇଥିବା ସରକାର କହିଛନ୍ତି। ତେବେ ୟୁପି ସରକାରଙ୍କ ଏଭଳି ପଦକ୍ଷେପ ଦେଶକୁ ୧୦୦ ବର୍ଷ ପଛକୁ ନେଇଯିବ। ଏହା ଶ୍ରମିକମାନଙ୍କ ପାଇଁ ଦାସତ୍ୱ ଭଳି ସ୍ଥିତି ସୃଷ୍ଟି କରିବ, ଯାହା ଆଦୌ ଗ୍ରହଣୀୟ ନୁହେଁ। ଏହା ମାନବତା ଓ ମୌଳିକ ଅଧିକାରର ଉଲ୍ଲଂଘନ। ଏହାକୁ ଅଦାଲତରେ ଚ୍ୟାଲଞ୍ଜ କରାଯିବା ଆବଶ୍ୟକ ବୋଲି ଶ୍ରମ ଆଇନର ବରିଷ୍ଠ ଓକିଲ ରାମପ୍ରିୟ ଗୋପାଳକ୍ରିଷ୍ଣନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା।...

ଖୁସି ଖବର: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୫: ସାରା ଦେଶରେ ଚାଲିଥିବା ଲୋକ ସଭା ନିର୍ବାଚନ ମଧ୍ୟରେ ସାଧାରଣ ଲୋକଙ୍କୁ ପୁନର୍ବାର ଆରାମ ମିଳିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ...

କୋଭିଶିଲ୍ଡ ଟିକାର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଟିଟିଏସ୍‌

ନୂଆଦିଲ୍ଲୀ,୧ା୫: କୋଭିଡ୍‌ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ କୋଟି କୋଟି ଲୋକ ଅଷ୍ଟ୍ରାଜେନିକା କମ୍ପାନୀର କୋଭିଶିଲ୍ଡ ଟିକା ନେଇଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri