ପର୍ଯ୍ୟଟନ କ୍ଷେତ୍ର ଶ୍ରୀନୀଳମାଧବ ପୀଠ: ରୋପୱେ ଯୋଜନା ଫାଇଲ ତଳେ

ଖଣ୍ଡପଡ଼ା,୨୬ା୧(ସ୍ବ.ପ୍ର.): ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ବୟସାଧିକ ଓ ଭିନ୍ନକ୍ଷମ କାରଣରୁ ପାହାଡ ଚଢି ମନ୍ଦିରକୁ ଯିବା କଷ୍ଟସାଧ୍ୟ ହେଉଛି। ଏଥିପାଇଁ ଏଠାରେ ଏକ ରୋପୱେ ପ୍ରକଳ୍ପ ପାଇଁ ପରିକଳ୍ପନା କରାଯାଇ ସର୍ଭେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମାତ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।
କଣ୍ଟିଲୋ ନୀଳମାଧବ ମନ୍ଦିରଟି ମହାନଦୀକୂଳ ବ୍ରହ୍ମାଦ୍ରୀ ଓ ପଦ୍ମାଦ୍ରୀ ପାହାଡ ଶୀର୍ଷ ଦେଶରେ ଅବସ୍ଥିତ। ଏହାର ଚତୁଃପାର୍ଶ୍ୱରେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ରହିଛି। ପ୍ରତି ଦ୍ୱାରରେ ୫୪ଟି ସୁଉଚ୍ଚ ପାବଚ୍ଛ ଶ୍ରେଣୀ ଥିବାରୁ ଏଥିରେ ଜଣେ ସାଧାରଣ ପର୍ଯ୍ୟଟକ ଚଢିବା କଷ୍ଟସାଧ୍ୟ ହୋଇଥାଏ । ଏପରି କି ଜଣେ ଅକ୍ଷମ ତଥା ବୟସ୍କ ଶ୍ରଦ୍ଧାଳୁ ଶ୍ରୀ ଜୀଉଙ୍କ ଦର୍ଶନ ପାଇଁ ଏହି ପାବଚ୍ଛ ଚଢି ଯିବା ଅସମ୍ଭବ ହୋଇଥାଏ । ଯାତ୍ରୀମାନଙ୍କ ଏପରି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଲୋକ ପ୍ରତିନିଧି, ଜିଲା ଓ ରାଜ୍ୟ ପ୍ରଶାସନ ପାଖରେ ଦାବି ହୋଇଆସୁଥିଲା। ଏପରିସ୍ଥଳେ ୨୦୧୪ ନଭେମ୍ବର ୧୩ ତାରିଖରେ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଓ ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜାନକୀ ବଲ୍ଲଭ ମହାପାତ୍ର ନୀଳମାଧବ ଜୀଉଙ୍କ ପରିଦର୍ଶନରେ ଆସିବା ସମୟରେ ପାହାଡ ଉପରକୁ ଚଢି ଠାକୁରଙ୍କୁ ଦର୍ଶନ କରିବା ଯାତ୍ରୀମାନଙ୍କ ପାଇଁ କିପରି ସମସ୍ୟା ସୃଷ୍ଟି କରୁଛି ସେ ସମ୍ପର୍କରେ ଅବଗତ ହୋଇଥିଲେ। ପରେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ରହିଥିବା ପର୍ଯ୍ୟଟନ ସ୍ଥଳକୁ ଯେପରି ରୋପ ୱେ ଦ୍ୱାରା ପର୍ଯ୍ୟଟକମାନେ ଯାଇଥାନ୍ତି ସେପରି ଏକ ପ୍ରକଳ୍ପ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ୨୦୧୬ ମାର୍ଚ୍ଚ ୧ତାରିଖରେ ବିଧାୟକ ଓ ଜଳ ସମ୍ପଦ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲିଙ୍ଗରାଜ ଆସୋସିଏଟ୍‌ ହୀରାକୁଦ ରୋପୱେର କନ୍‌ସଲଟାଣ୍ଟ ସର୍ଭେ କରି ମନ୍ଦିର ପଶ୍ଚିମପାର୍ଶ୍ୱ ପାଦଦେଶରୁ ପାହାଡର ଶୀର୍ଷ ଭାଗକୁ ପ୍ରାୟ ୧୭୫ ମିଟର ରୋପ ୱେ କରାଯିବାକୁ ମତପୋଷଣ କରିଥିଲେ। ପ୍ରାଥମିକ ସର୍ଭେ କ୍ରମେ ଏହି ପ୍ରକଳ୍ପର ବଜେଟ ପ୍ରାୟ ସାଢେ ୩ରୁ ୪ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଥିଲା । ଏହି ସର୍ଭେ ରିପୋର୍ଟକୁ ନୟାଗଡ ଜିଲାପାଳଙ୍କୁ ପ୍ରଦାନ କରାଯିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ଥତ୍କ ଅନୁଦାନ ପାଇଁ ଏହାର ଡିପିଆର ଓ ଡ୍ରଇଂ ଡିଜାଇନ ପର୍ଯ୍ୟଟନ ବିଭାଗରୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ଅନୁଦାନ ମଞ୍ଜୁର ପରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏ ଦିଗରେ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ନ ହେବାରୁ ଏହି ପ୍ରକଳ୍ପ ସ୍ବପ୍ନରେ ରହିଯାଇଛି। ଏ ସମ୍ପର୍କରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଏ ନେଇ ପର୍ଯ୍ୟଟନ ବିଭାଗ ସହ ଯୋଗାଯୋଗ ହୋଇଥିଲା, କିନ୍ତୁ କେଉଁଥିପାଇଁ କାର୍ଯ୍ୟ ଅଟକିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବର୍ତ୍ତମାନର ସ୍ଥାନୀୟ ବିଧାୟକ ଓ ପର୍ଯ୍ୟଟନ ବିଭାଗ ଦୃଷ୍ଟିଦେଲେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri