ମହାମାରୀ ପରେ ସ୍କୁଲ ନାମ ଲେଖାରେ ୯୮.୪ ପ୍ରତିଶତ ବୃଦ୍ଧି, ସରକାରୀ ସ୍କୁଲରେ ଶିକ୍ଷାସ୍ତରରେ ସୁଧାର…

ନୂଆଦିଲ୍ଲୀ,୧୯।୧ : କରୋନା ମହାମାରୀ ପରେ, ବିଦ୍ୟାଳୟରେ ନାମ ଲେଖାଉଥିବା ଛାତ୍ରୀଛାତ୍ରମାନଙ୍କ ସଂଖ୍ୟାରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ୬ ରୁ ୧୪ ବର୍ଷ ବୟସର ଅଧିକ ଛାତ୍ରୀଛାତ୍ର ବିଦ୍ୟାଳୟରେ ଯୋଗ ଦେଇଛନ୍ତି। ନାମଲେଖା ହାର ୨୦୧୮ ରେ ୯୭.୨ ପ୍ରତିଶତରୁ ୨୦୨୨ ରେ ୯୮.୪ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରଙ୍କ ବେଟି ବଚାଓ-ବେଟି ପଢ଼ାଓ ଅଭିଯାନ ଯୋଗୁ ୧୧ ରୁ ୧୪ ବର୍ଷ ବୟସର ୯୮ ପ୍ରତିଶତ ବାଳିକାଙ୍କ ହାତରେ କଲମ ଏବଂ ବହି ଧରାଇ ଦିଆଯାଇଛି। ଏନଜିଓ ପ୍ରଥମ ଦ୍ୱାରା ପ୍ରକାଶିତ ବାର୍ଷିକ ସ୍ଥିତି ଶିକ୍ଷା ରିପୋର୍ଟ ଏଏସଇଆର-୨୦୨୦୨ରେ ଏହା ପ୍ରକାଶ ପାଇଛି ।

ଚାରି ବର୍ଷର ବ୍ୟବଧାନ ପରେ, ବିଶେଷଜ୍ଞ ଦଳ ୬୧୬ ଟି ଗ୍ରାମାଞ୍ଚଳର ୧୯,୦୬୦ ଟି ଗାଁର ୩,୭୪,୫୪୪ ପରିବାର ପରିଦର୍ଶନ କରି ୬,୯୯,୫୯୭ ପିଲାଙ୍କ ଉପରେ ସର୍ଭେ କରିଥିଲେ। ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ମଧ୍ୟରେ ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ନାମଲେଖା ହାର ୯୫ ପ୍ରତିଶତରୁ ଅଧିକ ରହିଛି।

ପ୍ରତ୍ୟେକ ରାଜ୍ୟ ବାଳିକାମାନଙ୍କୁ ଶିକ୍ଷା ସହ ଯୋଡିଛନ୍ତି। ସରକାରଙ୍କ ଉଦ୍ୟମ ଯୋଗୁଁ ବେଟି ବଚାଓ-ବେଟି ପଢ଼ାଓ ଅଭିଯାନ ସଫଳ ହୋଇଥିବା ଜଣାପଡିଛି। ୨୦୦୬ ରେ, ୧୧ରୁ ୧୪ ବର୍ଷ ବୟସର ୧୦.୩ ପ୍ରତିଶତ ବାଳିକା ସାରା ଦେଶରେ ବିଦ୍ୟାଳୟ ବାହାରେ ଥିଲେ। ତେବେ ୨୦୨୨ ମସିହାରେ, କେବଳ ଦୁଇ ପ୍ରତିଶତ ବାଳିକା ଶିକ୍ଷାଠାରୁ ଦୂରରେ ଅଛନ୍ତି।
୨୦୦୮ରେ, ୧୫ରୁ ୧୬ ବର୍ଷ ବୟସର ୨୦ ପ୍ରତିଶତ ବାଳିକା ବିଦ୍ୟାଳୟ ଛାଡିଥିଲେ। ସରକାରଙ୍କ ଉଦ୍ୟମ ଏବଂ ବିଭିନ୍ନ ଯୋଜନା ଯୋଗୁଁ ୨୦୨୨୨ ମସିହାରେ କେବଳ ୭.୯ ପ୍ରତିଶତ ବାଳିକା ବିଦ୍ୟାଳୟ ଛାଡିଛନ୍ତି।

ଗତ ସାତ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ତଥା ସୁବିଧାଗୁଡ଼ିକର ଉନ୍ନତି ଯୋଗୁ ଘରୋଇ ବିଦ୍ୟାଳୟ ତୁଳାନାରେ ସରକାରୀ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସମଗ୍ର ଦେଶରେ, ୬ ରୁ ୧୪ ବର୍ଷ ବୟସର ୭୨.୯ ପ୍ରତିଶତ ପିଲା ସରକାରୀ ବିଦ୍ୟାଳୟରେ ପଢୁଛନ୍ତି। ଏହାପୂର୍ବର ୨୦୦୬ ରୁ ୨୦୧୪ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଥିବା ପିଲାମାନଙ୍କ ଅନୁପାତରେ ଏକ ସ୍ଥିର ହ୍ରାସ ପରିଲକ୍ଷିତ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ୩ରୁ୫ ବର୍ଷ ବୟସ ବର୍ଗରେ ଛୋଟ ପିଲାମାନଙ୍କର ନାମଲେଖାରେ କ୍ରମାଗତ ବୃଦ୍ଧି ଘଟିଛି। ଗ୍ରାମାଞ୍ଚଳରେ ତିନି ବର୍ଷର ୬୬.୮ ପ୍ରତିଶତ ଏବଂ ଚାରି ବର୍ଷର ୬୧.୨ ପ୍ରତିଶତ ପିଲା ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri