ବାଦ୍‌ ପଡ଼ିପାରନ୍ତି ୯୭ ହଜାର ଆଶାୟୀ

କଟକ,୨୭୮୯(ସୁପ୍ରିୟା ପ୍ରିୟଦର୍ଶିନୀ)ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୧୦ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏଥିରୁ ପ୍ରାୟ ୯୭ ହଜାର ଆଶାୟୀ ବାଦ୍‌ ପଡ଼ିବେ ବୋଲି ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୩ ପରୀକ୍ଷା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରୁନାହିଁ। କିଛି ଦିନ ପୂର୍ବରୁ ଆଶାୟୀମାନେ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଖୁବଶୀଘ୍ର ପରୀକ୍ଷା କରିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ଆଶାୟୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାବତ୍‌ ପରୀକ୍ଷା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରିନାହିଁ। ଆଶାୟୀଙ୍କ ଦାବିଗୁଡ଼ିକ ବିଷୟରେ ବୋର୍ଡ କର୍ତ୍ତୃପକ୍ଷ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠି କରି ଚୂପ ବସିଥିବା ଅଭିଯୋଗ ଉଠିଛି। ୩ସପ୍ତାହ ପୂର୍ବରୁ ଏହି ଚିଠି କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏଭଳି ସ୍ଥିତିରେ ଶିକ୍ଷକ ଚାକିରି ପାଇଁ ଆବେଦନ କରିବାକୁ ଥିବା ରାଜ୍ୟର ପ୍ରାୟ ୯୭ ହଜାର ଆଶାୟୀଙ୍କ ନିକଟରେ ଓଟିଇଟି ଯୋଗ୍ୟତା ନ ଥିବାରୁ ସେମାନେ ଏଥିରୁ ବଞ୍ଚତ୍ତ ହେବାର ସମ୍ଭାବନା ରହିଛି। ଏନେଇ ବୋର୍ଡ ସଭାପତି ଜ୍ୟୋତିପ୍ରକାଶ ଦାସ କହିଛନ୍ତି ୨୦୨୩ ଓଟିଇଟି ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରହିଛି। ହେଲେ ଏଥିପାଇଁ ପ୍ରାୟ ୨ରୁ ଅଢ଼େଇ ମାସ ସମୟ ଲାଗିବ। ପରୀକ୍ଷା ପୂର୍ବରୁ ଅନେକ କାର୍ଯ୍ୟ ରହିଛି। ନିଯୁକ୍ତି ପ୍ରକ୍ରିୟା ସବୁବେଳେ ଜାରି ରହିଛି। ପରୀକ୍ଷା ଶୀଘ୍ର କରିବା ପାଇଁ ଆମେ ଚେଷ୍ଟା କରୁଛୁ। ଫଳପ୍ରକାଶ କରିବା ପାଇଁ ସମୟ ଲାଗିବ ବୋଲି ଦାସ କହିଛନ୍ତି।
ପ୍ରତିବର୍ଷ ବୋର୍ଡ ପକ୍ଷରୁ ଓଟିଇଟି ପରୀକ୍ଷା କରାଯାଉଛି। କିନ୍ତୁ ଗତ ୩ବର୍ଷ ଧରି ଠିକ୍‌ ଭାବେ ଏହି ପରୀକ୍ଷା କରାଯାଇପାରୁନାହିଁ। ୨୦୨୦ରେ କରୋନା ଯୋଗୁ ପରୀକ୍ଷାକୁ ବନ୍ଦ କରାଯାଇଥିଲା। ଏହାପରେ ୨୦୨୨ ଶିକ୍ଷାବର୍ଷରେ ଓଟିଇଟି-୨୦୨୧ପରୀକ୍ଷା କରାଯାଇଥିଲା। ୨୦୨୩ ଶିକ୍ଷା ବର୍ଷରେ ଓଟିଇଟି-୨୦୨୨ (ସ୍ପେଶାଲ) ଏବଂ ଓଟିଇଟି-୨୦୨୨(ଦ୍ୱିତୀୟ) ପରୀକ୍ଷା କରାଯାଇଛି। କିନ୍ତୁ ସେପ୍ଟେମ୍ବର ମାସ ଶେଷ ହେବାକୁ ବସିଲାଣି ହେଲେ ଓଟିଇଟି-୨୦୨୩ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ବୋର୍ଡ ଦ୍ୱାରା ପରୀକ୍ଷା କରାଯିବାରେ ବିଳମ୍ବ ନେଇ ଆଶାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ସେମାନେ ବୋର୍ଡ କାର୍ଯ୍ୟାଳୟ ଘେରାଉ କରିବା ସହ ଉପସଭାପତିଙ୍କୁ ଏକ ସ୍ମାରକପତ୍ର ଗତ ୧୧ ତାରିଖରେ ଦେଇଥିଲେ। ବର୍ଷକୁ ଥରେ ଓଟିଇଟି ପରୀକ୍ଷା ନ କରି ବୋର୍ଡ ନ୍ୟାଶନାଲ କାଉନ୍‌ସିଲ ଫର୍‌ ଟିଚର ଏଜୁକେଶନ (ଏନ୍‌ସିଟିଇ) ଗାଇଡ୍‌ଲାଇନ୍‌କୁ ଉଲ୍ଲଘଂନ କରୁଥିବା ସେମାନେ ଅଭିଯୋଗ ଆଣିଥିଲେ। ଏହାପରେ ବୋର୍ଡ ଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି କରାଯାଇଥିଲା। ତେବେ ଏହି ଆବେଦନ ପ୍ରକ୍ରିୟା ସରିବା ପୂର୍ବରୁ ଓଟିଇଟି ପରୀକ୍ଷା କରାଯାଉ ନଚେତ୍‌ ଆଶାୟୀମାନଙ୍କୁ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଆବେଦନ ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri