ପାଇଥିବା ୯୧ ମୋବାଇଲ ଫୋନ୍‌ ବିକି ୨ ଗିରଫ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବସ୍‌ରୁ ଖସି ପଡିଥିଲା ମୋବାଇଲ୍‌ ଭର୍ତ୍ତି ପେଟି। ରାସ୍ତାରୁ ପାଇ ୯୧ ଦାମୀ ମୋବାଇଲ୍‌ ଫୋନ୍‌କୁ ବିକି ଦେଇଥିଲେ ୨ଜଣ ବନ୍ଧୁ। ଶେଷରେ ଲୋଭ ହେଲା କାଳ। ଦେଢ଼ବର୍ଷ ପରେ ଶହୀଦନଗର ଥାନା ପୋଲିସ ଉଭୟଙ୍କୁ ସୋମବାର ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଖମାର ଅଞ୍ଚଳର ଲିପୁନ ସାହୁ ଓ ସଞ୍ଜୟ ଗଡ଼ନାୟକ। ପୋଲିସ ଉଭୟଙ୍କୁ ମାମଲା(ନଂ. ୪୧୪/୧୯)ରେ ଗିରଫ ପରେ କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ଖାରବେଳନଗର ଥାନା ଅଞ୍ଚଳର ଏକ କୋରିଅର ସଂସ୍ଥାର ମାଲିକ ଆଶୁତୋଷ ଦାସ ଗତବର୍ଷ ଶହୀଦନଗରରୁ ଏକ ବସ୍‌ ଯୋଗେ ରାଉରକେଲାକୁ ୩ଟି ପେଟିରେ ମୋବାଇଲ୍‌ ଫୋନ ପଠାଇଥିଲେ। ପ୍ରତି ପେଟିରେ ୯୧ଟି ଫୋନ ରହିଥିଲା। ତେବେ ବସ୍‌ଟି ରାଉରକେଲାରେ ପହଞ୍ଚତ୍ବା ପରେ ଗୋଟିଏ ପେଟି ନ ଥିଲା। ଉକ୍ତବର୍ଷ ସେପ୍ଟେମ୍ବର ୬ରେ ଆଶୁତୋଷ ଏନେଇ ଶହୀଦନଗର ଥାନାରେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ନାଁରେ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲେ ମଧ୍ୟ ସେମାନେ ଚୋରି କରି ନ ଥିବା ଜାଣିବା ପରେ ଛାଡ଼ି ଦେଇଥିଲା। ତେବେ ପୋଲିସ ତଦନ୍ତ ଜାରି ରଖିବା ସହ ସେସବୁ ଫୋନ୍‌କୁ ଟ୍ରାକ୍‌ କରିଥିଲା। ଘଟଣାର କିଛି ମାସ ପରେ ଫୋନ୍‌ଗୁଡ଼ିକ ରାଜ୍ୟର ବିଭିନ୍ନ ଜିଲାରେ ବ୍ୟବହାର ହେଉଥିବା ଜଣାପଡିବା ପରେ ଏସ୍‌ଆଇ ଚିତ୍ତରଞ୍ଜନ ରାଉତଙ୍କ ନେତୃତ୍ୱରେ ଏକ ଟିମ୍‌ ୮ଦିନ ଧରି ଅନୁଗୋଳ, ପୁରୀ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର ଜିଲାରେ ଚଢ଼ାଉ କରି ୮୧ଜଣଙ୍କ ନିକଟରୁ ୮୧ ଫୋନ୍‌ ଜବତ କରିଥିଲା। ପଚରାଉଚରାବେଳେ ଲିପୁନ ଓ ସଞ୍ଜୟଙ୍କଠାରୁ ମୋବାଇଲ୍‌ ଫୋନ୍‌ କିଣିଥିବା ସେମାନେ କହିଥିଲେ। ଏମାନେ ଅନୁଗୋଳର ଏକ କନଷ୍ଟ୍ରକ୍ସନ କମ୍ପାନୀରେ କାର୍ଯ୍ୟ କରନ୍ତି। ପୋଲିସ ଉଭୟଙ୍କୁ ଉଠାଇ ଆଣି ପଚରାଉଚରା କରିବାରୁ ସେମାନେ କହିଛନ୍ତି, ଅଫିସ୍‌ ସାରି ରାତିରେ ଘରକୁ ଫେରୁଥିବା ସମୟରେ ଭୁବନେଶ୍ୱର-ରାଉରକେଲା ଜାତୀୟ ରାଜପଥର ଖମାର ନିକଟ ରାସ୍ତା ମଝିରୁ ଏକ ପେଟି ପାଇଥିଲେ। ପେଟି ଖୋଲିବାରୁ ସେଥିରେ ମୋବାଇଲ୍‌ ଫୋନ ଭର୍ତ୍ତି ହୋଇଥିବା ଦେଖିତ୍ଥିଲେ। ଲୋଭରେ ପଡ଼ି ସବୁ ମୋବାଇଲ୍‌ ଘରକୁ ଆଣି ପରବର୍ତ୍ତୀ ସମୟରେ ଅଫିସ୍‌ କର୍ମଚାରୀ, ବନ୍ଧୁବାନ୍ଧବ ଓ ଚିହ୍ନା ପରିଚୟଙ୍କୁ ୨,୫୦୦ ରୁ ୩,୦୦୦ ଟଙ୍କା ମଧ୍ୟରେ ବିକ୍ରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri