Posted inଜାତୀୟ

ସୁଟକେସ୍‌ରୁ ମିଳିଲା ୯ ବର୍ଷର ନାବାଳିକାଙ୍କ ମୃତଦେହ, ଆଘାତ କହୁଛି ବଳାତ୍କାର ପରେ ହତ୍ୟାର ନିର୍ମମ କାହାଣୀ…

ନୂଆଦିଲ୍ଲୀ,୮।୬: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି। ଉତ୍ତର ପୂର୍ବ ଦିଲ୍ଲୀର ଦୟାଲପୁର ଥାନା ଅନ୍ତର୍ଗତ ନେହେରୁ ବିହାରରେ ଜଣେ ୯ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଏକ ବନ୍ଦ ଘର ଭିତରୁ ଏକ ସୁଟକେସରେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି।

ଘଟଣାଟି ଶନିବାର ରାତି ପ୍ରାୟ ୮.୪୫ରେ ଘଟିଥିଲା। ତେବେ ଝିଅଟିକୁ ଅନ୍ୟ କୌଣସି ସ୍ଥାନରେ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପରେ ମୃତଦେହକୁ ଏହି ବନ୍ଦ ଘରେ ପୋତି ଦିଆଯାଇଥିଲା। ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଝିଅଟିର ମୃତଦେହ ତାଙ୍କ ପଡ଼ୋଶୀଙ୍କ ଏକ ବନ୍ଦ ଘର ଭିତରୁ ମିଳିଥିଲା। ଏପରି ପରିସ୍ଥିତିରେ ଏଭଳି ନିର୍ମମ କାଣ୍ଡ ପଡ଼ୋଶୀ କରିଥିବା ସନ୍ଦେହ କରାଯାଉଛି। ଧରାପଡ଼ିବା ଭୟରେ ସେ ଝିଅଟିର ଗଳାକାଟି ହତ୍ୟା କରିଛନ୍ତି। ପରେ ସେ ମୃତଦେହକୁ ସୁଟକେସରେ ବନ୍ଦ କରି ଏହି ଘରେ ପୋତି ଦେବାକୁ ଚେଷ୍ଟା କରିଥିଲେ। ତେବେ ଝିଅଟିର ମୃତଦେହ ତାଙ୍କ ବାପା ପାଇଥିଲେ। ସେ ନିଜେ ତାଙ୍କୁ ଜେପିସି ହସ୍ପିଟାଲକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସର ସୂଚନା ଅନୁଯାୟୀ, ଶନିବାର ସାରୁ ନାବାଳିକା ନିଖୋଜ ଥିଲେ। ପରିବାରଲୋକେ ତାଙ୍କୁ ଖୋଜିବା ସମୟରେ ନିକଟସ୍ଥ ଖାଲି ଘରେ ଏକ ସନ୍ଦେହଜନକ ସୁଟକେସ ଦେଖିଥିଲେ। ଯେତେବେଳେ ସେମାନେ ଏହାକୁ ଖୋଲିଥିଲେ, ଝିଅଟି ଭିତରେ ଭର୍ତ୍ତି ହୋଇଥିବା ଦେଖିଥିଲେ। ସେହି ସମୟରେ ନାବାଳିକାଜଣଙ୍କ ଅଚେତ ଥିଲେ। ତାଙ୍କ ମୁହଁରେ ଗଭୀର ଆଘାତ ଚିହ୍ନ ଥିଲା। ତାଙ୍କୁ ତୁରନ୍ତ ଜେପିସି ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଝିଅଟିର ମୃତଦେହକୁ ହେପାଜତକୁ ନେଇ ଗୁରୁ ତେଗ ବାହାଦୁର ହସ୍ପିଟାଲର ମର୍ଚୁଆରୀରେ ସୁରକ୍ଷିତ ଭାବରେ ରଖିଛି।

ଏହି ସମ୍ପର୍କରେ, ନାବାଳିକାଙ୍କ ବାପାଙ୍କ ଅଭିଯୋଗ କ୍ରମେ, ଦୟାଲପୁର ପୋଲିସ ପକ୍ସୋ ଆଇନ ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ଧାରା ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ପୋଲିସ ଘଟଣାର ତଦନ୍ତ ପାଇଁ ଟିମ୍‌ ଗଠନ କରିବା ବ୍ୟତୀତ ଘଟଣାସ୍ଥଳ ଚାରିପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri