ପରିତ୍ୟକ୍ତ ଘରେ ଏକାକୀ ଜୀବନ କାଟୁଛି କୁନିପୁଅ, ୨ବର୍ଷ ପର୍ବେ ବୟଫ୍ରେଣ୍ଡଙ୍କ ସହ ମାଆ ଫେରାର୍‌

ଫ୍ରାନ୍ସ,୨୬।୧: ସନ୍ତାନ ପାଇଁ ମାଆ ସବୁବେଳେ ଧରାପୃଷ୍ଠରେ ଚଳନ୍ତି ପ୍ରତିମା ହୋଇଥାଏ। ସନ୍ତାନ ଉପରକୁ ଦୁଖର ପାହାଡ ଛିଡି ପଡିବା ପୂର୍ବରୁ ସେ କୋଳେଇ ଧରେ। ହେଲେ ଆମେ ଏପରି ଏକ ଘଟଣା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ତାଜୁବ ହୋଇଯିବେ।

ପ୍ରାନ୍ସରେ ୯ବର୍ଷର ଛୁଆଟି ଏକାକୀ ରହୁଥିବାର ଖବର ଗଣମାଧ୍ୟରେ ପ୍ରକାଶିତ ହୋଇଛି। ଏକାକୀ ରହିବାର କାରଣ ଜଣାପଡିଲା ଯେ, ଦୀର୍ଘ ୨ବର୍ଷ ଧରି ଛୁଆଟିର ମାଆ ଘର ଛାଡି ତାଙ୍କ ବୟଫ୍ରେଣ୍ଡଙ୍କ ସହ ଚାଲିଯାଇଛନ୍ତି। ସେବେଠୁ ଏଇ କୁନିଛୁଆଟି ଏତେବଡ ଘରେ ଏକାକୀ ରହୁଛନ୍ତି।
୨୦୨୦ରୁ ୨୦୨୨ ଭିତରେ କୁନିପୁଅଟି ଘରେ ବଳିଥିବା ମିଠା, ଡବାଖାଦ୍ୟ କିମ୍ବା ପଡୋଶୀଙ୍କ ଭରସାରେ ରହି ଆସୁଛି। ଯେତେବେଳେ କି, ସେହି ଘରୁ ଠାରୁ ୫କିମି ଦୂରରେ ପୁଅଟିର ମାଆ ନିଜ ବୟଫ୍ରେଣ୍ଡଙ୍କ ସହ ରହୁଛନ୍ତି। ବର୍ଷ ବର୍ଷ ଧରି ଏକା ରହୁଥିବା ପୁଅଟିକୁ ଦେଖିବା ପାଇଁ କେବେ କେବେ ମାଆ ଦେଖିବାକୁ ଆସନ୍ତି ଓ ଖାଦ୍ୟ ଖୁଆଇ ଚାଲିଯାଆନ୍ତି। ଏପରି ଅସ୍ବାଭାବିକ ଘଟଣା ଦେଖି ପଡୋଶୀଙ୍କୁ ସନ୍ଦେହ ଆସିଥିଲା ଓ ସେମାନେ ପୋଲିସକୁ ଖବର ଦେଇଥିଲେ।

ଯେତେବେଳେ ପୋଲିସ ଘରେ ସର୍ଚ୍ଚ କରିଥିଲା ସେତେବେଳେ ଭିତରର ଦୃଶ୍ୟ ଦେଖି ତାଜୁବ ହୋଇଯାଇଥିଲା। ଘର ସାରା ଅଳିଆ ଆବର୍ଜନା ପଡିଥିବାର ପୋଲିସ ଦେଖିବାକୁ ପାଇଥିଲା। ୯ବର୍ଷର ଶିଶୁଟି ଅତି ଦୟନୀୟବସ୍ଥାରେ ଘରେ ବନ୍ଦୀ ଭାବରେ ଜୀବନ ବିତାଉଥିଲା। ଲୋକଲଜ୍ଜ୍ୟା ଭୟରେ ମାଆ ପିଲାଟିକୁ ଭିତରୁ ବନ୍ଦ କରିଦେଇଥିଲେ। ତେବେ ଏହି ମାମଲା ରୁଜୁ ହେବା ପରେ କୋର୍ଟ ମାଆଙ୍କୁ ୧୮ମାସ କାରାଦଣ୍ଡ ଘୋଷଣା କରିଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri