ସ୍କାନରରେ ୯ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୮ା୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଛି। ବୁଧବାର ଦ୍ୱିତୀୟ ଦିନରେ ସିବିଆଇ ସହିତ ଫୋରେନସିକ୍‌ ଟିମ୍‌ ବାହାନଗା ଷ୍ଟେଶନ ନିକଟ ଲେଭଲକ୍ରସିଂ, ଦୁର୍ଘଟଣାସ୍ଥଳ, ରେଳଷ୍ଟେଶନରେ ପହଞ୍ଚିଥିଲେ। ଅଧିକାରୀମାନେ ଷ୍ଟେଶନର ରିଲେ ରୁମ୍‌କୁ ସିଲ୍‌ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ୯ଜଣ କର୍ମଚାରୀଙ୍କୁ ସ୍କାନରରେ ରଖି ସିବିଆଇ ପଚରାଉଚରା କରିଛି। ସେହିପରି ବାହାନଗା ଷ୍ଟେଶନରେ ଦୁର୍ଘଟଣା ସମୟରେ ଡ୍ୟୁଟିରେ ଥିବା ଅଧିକାରୀ ଓ କର୍ମଚାରୀଙ୍କର ମୋବାଇଲ୍‌ ସିଜ୍‌ କରିଛି ସିବିଆଇ। ଅନ୍ୟପକ୍ଷରେ ସାଇଣ୍ଟିଫିକ୍‌ ଟିମ୍‌ ଦୁର୍ଘଟଣାସ୍ଥଳରୁ ମିଳିଥିବା ବିଭିନ୍ନ ପ୍ରମାଣ ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିବା ଜଣାପଡ଼ିଛି।
ମଙ୍ଗଳବାର ମଧ୍ୟ ଅଢ଼େଇ ଘଣ୍ଟା ଧରି ସିବିଆଇ ଅଧିକାରୀମାନେ ରେଳ ଦୁର୍ଘଟଣା ସମୟରେ ଦାୟିତ୍ୱରେ ଥିବା ଷ୍ଟେଶନ ମାଷ୍ଟର, ଏସ୍‌ଏସ୍‌ଇ, ଏସ୍‌ଆଣ୍ଡଟି, ୨ଜଣ ଟେକ୍ନିକାଲ ପର୍ସନ, ୨ଜଣ ହେଲପର, ଗେଟ୍‌ମ୍ୟାନ୍‌, ପଏଣ୍ଟ ମ୍ୟାନଙ୍କୁ ପଚରାଉଚରା କରିଥିଲେ। ସିବିଆଇ ଅଧିକାରୀ ପ୍ୟାନେଲ୍‌ ବୋର୍ଡ ଓ ରିଲେ ରୁମ୍‌ରେ ଦୀର୍ଘ ସମୟ ଧରି ତନାଘନା କରିଥିଲେ। ସିବିଆଇର ୫ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳରେ ପହଞ୍ଚତ୍ ଇଣ୍ଟରଲକିଂ ପଏଣ୍ଟ ତନଖି କରିଥିଲା। ଲୁପ୍‌ ଲାଇନ, ମେନ୍‌ ଲାଇନ୍‌ ଭିତରେ କେତେ ଦୂର ଥାଏ ଓ ଟ୍ରାକ୍‌ ଚେଞ୍ଜ୍‌ କିପରି ହୁଏ ଏସବୁ ଦେଖିଥିଲା। ସେଠାରୁ ସିଧା ସିଲ୍‌ ହୋଇଥିବା ଦକ୍ଷିଣ କ୍ୟାବିନ୍‌କୁ ଯାଇଥିଲା ସିବିଆଇ ଟିମ୍‌। ସେହିପରି ପୂରା ଟିମ୍‌ ନିର୍ମାଣାଧୀନ ରେଳଲାଇନରେ ଚାଲି ଚାଲି ଷ୍ଟେଶନ ମ୍ୟାନେଜର ରୁମ୍‌ରେ ଥିବା ପ୍ୟାନେଲ ବୋର୍ଡ ରୁମ୍‌ରେ ପହଞ୍ଚିଥିଲା। ଷ୍ଟେଶନ ମାଷ୍ଟରଙ୍କୁ ରେଲୱେ ସେଫ୍ଟି କମିଶନର ପଚରାଉଚରା କରୁଥିବା ଯୋଗୁ ସିନିୟର୍‌ ଷ୍ଟେଶନ ମ୍ୟାଜେନରଙ୍କୁ ସିବିଆଇ ଜେରା କରିଛି। ସେହିପରି ସିଗନାଲ ରୁମ୍‌ରେ ପ୍ରାୟ ୧୫ରୁ ୨୦ ମିନିଟ ଛାନଭିନ କରିଥିଲା ସିବିଆଇ ଟିମ୍‌। ଅନ୍ୟପଟେ ପୁନରୁଦ୍ଧାର କାର୍ଯ୍ୟ ବୁଧବାର ସୁଦ୍ଧା ଶେଷ ହେବା ନେଇ ଏକପ୍ରକାର ନିଶ୍ଚିତ ହୋଇଥିବା ବେଳେ ଖୁବ୍‌ଶୀଘ୍ର ରେଳ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ସ୍ବାଭାବିକ ହେବା ନେଇ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri