ଖଣି ପାଇଁ ବଳି ପଡ଼ିବ ୯ ଲକ୍ଷ ଗଛ

କେନ୍ଦୁଝର, ୧୦ା୭ (ସ୍ବ.ପ୍ର.)-ନୂଆ ଖଣି ଖନନ ପାଇଁ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଗୁଆଲି ପଞ୍ଚାୟତ ଅଧୀନ ଗନ୍ଧଲପଡା ଗ୍ରାମ ନିକଟ ଶାଳ ଜଙ୍ଗଲ ପରିପୂର୍ଣ୍ଣ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ପ୍ରାୟ ୧୮୧.୪୬୧ ହେକ୍ଟର ଅଞ୍ଚଳରେ ପାଖାପାଖି ୯ଲକ୍ଷ ଶାଳଗଛ ଥିବାରୁ ଜଙ୍ଗଲ କ୍ଷତିଗ୍ରସ୍ତ ହେବ ବୋଲି ଜଣାପଡିଛି ା ରାଜ୍ୟ ସରକାର ଯେଉଁ ୯ଟି ଗ୍ରୀନଫିଲ୍ଡ ଖଣିକ୍ଷେତ୍ର ଚିହ୍ନଟ କରିଛନ୍ତି, ତନଧ୍ୟରୁ ସର୍ବାଧିକ ୩୧୪.୩୭ ମିଲିୟନ ଟନ୍‌ ଲୁହାପଥର ଏହି ଅଞ୍ଚଳରେ ଗଚ୍ଛିତ ରହିଛି। ଏଠାରେ ୨୪୧.୫୫୮ ହେକ୍ଟର ଜମିରେ ଖଣି ଖନନ ହେବ ବୋଲି କୁହାଯାଉଛି ା
ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହି ଖଣି ଖନନ ହୋଇ ପାରୁ ନ ଥିବା ବେଳେ ଏବେ ପୁଣି ନିଲାମ କରିବାକୁ ସରକାର ନିଷ୍ପତ୍ତି ନେଉଥିବା ଅଭିଯୋଗ ହେଉଛି। ଚଳିତ ମାସ ଏହି ଖଣି ନିଲାମ ହେବ ବୋଲି କୁହାଯାଉଛି। ନୂତନ ଭାବରେ ହେବାକୁ ଥିବା ୭ଟି ଖଣି ଏହି ଅଞ୍ଚଳରେ ରହିଛି ା ସୁନ୍ଦରଗଡ଼ ଜିଲା ସୀମା ଠାରୁ ୧ କି.ମି. ଦୂରରେ ଯୋଡା ଖଣି କ୍ଷେତ୍ରରେ ଏହି ଅଞ୍ଚଳ ରହିଛି। ଏହି ସବୁ ଖଣି ନିଲାମ ହେଲେ, ଏହି ଅଞ୍ଚଳରେ ଥିବା ପୁରୁଣା ସବୁଜ ବନାନୀ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବ। ପାଖାପାଖି ୯ ଲକ୍ଷ ଶାଳ ଗଛ ସମେତ ବହୁ ମୂଲ୍ୟବାନ ବୃକ୍ଷରାଜି ନଷ୍ଟ ହେବା ସହ ଉକ୍ତ ଜଙ୍ଗଲ ଉପରେ ନିର୍ଭରଶୀଳ ଶତାଧିକ ବନାବାସୀଙ୍କ ଜୀବନଜୀବିକା ଉଜୁଡିଯିବ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି ା ତେବେ ବନବିଭାଗ ପକ୍ଷରୁ କୁହାଯାଇଛି ଯେ, ସାଧାରଣତଃ ୩୦ ସିଏମ ମୋଟେଇ ଗଛଗୁଡିକ ହିସାବ କରାଯାଇଥାଏ ା ଅନ୍ୟ ସବୁ ଗଛ ସାଧାରଣ ଗଛ ଭାବରେ ହିସାବ କରି ଗଣତି କରାଯାଇ ନ ଥାଏ। ପରିବେଶବିତ୍‌ ତଥା କେନ୍ଦୁଝର ଜିଲା ନାଗରିକ ମଞ୍ଚର ସଭାପତି କିରଣ ଶଙ୍କର ସାହୁ କହିଛନ୍ତି ଯେ, ନୂତନ ଖଣି ଖନନ ଯୋଗୁ ୯ଲକ୍ଷରୁ ଊର୍ଦ୍ଧ୍ୱ ଶାଳ ଗଛ ନଷ୍ଟ ହେବା ସହ ହାତୀର ଆଶ୍ରୟସ୍ଥଳୀ କ୍ଷତିଗ୍ରସ୍ତ ହେବ। ଗୋଟିଏ ଗଛର ମୋଟେଇ ୩୦ ସିଏମ ହେବାକୁ ୬୦ବର୍ଷ ଲାଗିଥାଏ। ଏଣୁ ଗଣତିବେଳେ ବହୁ ଗଛ ଛାଡି ଦିଆଯାଇଥାଏ। ବିରୋଧ ପାଇଁ ଏହାର ନିଲାମ ବନ୍ଦ କରାଯାଇଥିବାବେଳେ ଏବେ ପୁଣି ନିଲାମ କରିବାକୁ ପ୍ରସ୍ତାବ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ।
ବନ ବିଭାଗ ବଡ଼ ବଡ଼ ଗଛକୁ ହିସାବକୁ ନେଇ ଗଣତି କରି କ୍ଷୟକ୍ଷତି ଆକଳନ କରୁଥିବା ବେଳେ ଅନ୍ୟ ସବୁକୁ ହିସାବକୁ ନେଉ ନ ଥିବାରୁ ପ୍ରକୃତ କ୍ଷୟକ୍ଷତି ପରିମାଣ ବହୁ ଗୁଣ ଅଧିକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ା ଏହା ଦ୍ୱାରା ହାତୀ, ଭାଲୁ ଆଦି ବନ୍ୟଜନ୍ତୁ ସେମାନଙ୍କ ବାସସ୍ଥାନ ହରାଇବେ। ଲୋକ ଏବଂ ବନ୍ୟପ୍ରାଣୀଙ୍କ ମଧ୍ୟରେ ସବୁବେଳେ ଏକପ୍ରକାର ଲଢ଼େଇ ଲାଗିରହିବ। ଖଣିଖନନ ଯୋଗୁ ଏହି ଅଞ୍ଚଳରେ ସରକାର ଓ ଖଣିଲିଜ୍‌ଧାରୀ କମ୍ପାନୀମାନେ ଲାଭବାନ୍‌ ହେଉଛନ୍ତି। କିନ୍ତୁ ପ୍ରକୃତ ସ୍ଥାନୀୟ ବାସିନ୍ଦା ଆଦିବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯୋଡ଼ା ଖଣି କ୍ଷେତ୍ରରୁ ଦୈନିକ ହାରାହାରି ୫ହଜାର ଟ୍ରକ୍‌ ଚଳାଚଳ କରୁଥିବାବେଳେ ୫୦ହଜାର ଟନ୍‌ ଖଣିଜପଥର ପରିବହନ ହୋଇଥାଏ। ବହୁ ସଂଖ୍ୟାରେ ଟ୍ରକ୍‌, ଟ୍ରେଲର ଆଦି ଚଳାଚଳ ଯୋଗୁ ବାୟୁ ଓ ଜଳ ସମେତ ପରିବେଶ ଦୂଷିତ ହେବା ସହ ରାସ୍ତାଘାଟ ଶୋଚନୀୟ ହୋଇପଡୁଛି। ଧୂଳିଧୂଆଁ ଯୋଗୁ ରୋଗବ୍ୟାଧିରେ ଲୋକମାନେ ଶଢୁଛନ୍ତି। ଖଣିଖନନ ଯୋଗୁ ଜିଲାରେ ପାଖାପାଖି ୧୦,୪୫୧.୩୯ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ବନୀକରଣ କ୍ଷୟକ୍ଷତି ପୂରଣ କରିପାରି ନାହିଁ। ଜିଲାରେ ସମୁଦାୟ ୧୧୦ଟି ଖଣି ଥିବା ବେଳେ ରାଜ୍ୟର ୩୧.୨୮ ପ୍ରତିଶତ ଲୁହାଖଣି ଏହି ଜିଲାରେ ରହିଛି। କିନ୍ତୁ ଜଙ୍ଗଲ କ୍ଷୟ ହେଲେ କିଛିବର୍ଷ ଗଲେ ଆଉ ଶୁଦ୍ଧ ଅମ୍ଳଜାନ ମିଳିବ ନାହିଁ ବୋଲି ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। ଏନେଇ ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଲ ବେହେରା କହିଛନ୍ତି ଯେ, ଉକ୍ତ ଅଞ୍ଚଳରେ ଦୁଇଟି ନୂଆ ଖଣି ପାଇଁ ପ୍ରସ୍ତାବ ରହିଛି। ତେବେ ଖଣି ଲିଜ୍‌ ପରେ କେତେ ଜଙ୍ଗଲ କ୍ଷତିଗ୍ରସ୍ତ ହେବ ଆକଳନ କଲେ ଜଣାପଡିବ। ଏ ସମ୍ପର୍କରେ କେନ୍ଦୁଝର ଡିଏଫ୍‌ଓ ସନ୍ତୋଷ ଯୋଶୀଙ୍କୁ ପଚାରିବାରୁ ଖଣି ଲିଜ ପାଇବା ପରେ ଖଣି କାର୍ଯ୍ୟ ପୂର୍ବରୁ ଜଙ୍ଗଲ ବିଭାଗ ଅନୁମତି ନେବା ସମୟରେ ଗଛ ଗଣନା ଓ ପରିବେଶୀୟ କ୍ଷୟକ୍ଷତିର ଆକଳନ କରାଯାଇଥାଏ ା ଅଦ୍ୟାବଧି କେତେ ଗଛ ଉକ୍ତ ଖଣି ପାଇଁ କ୍ଷତିଗ୍ରସ୍ତ ହେବ ଜଣାନାହିଁ ବୋଲି କହିଛନ୍ତି। ତେବେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ କହିଛନ୍ତି ଯେ, ଏ ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?