ଏପ୍ରିଲ ୧ରୁ ହଟିବ ୯ ଲକ୍ଷ ସରକାରୀ ଗାଡ଼ି

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷ ଏପ୍ରିଲ ୧ରୁ ସାରା ଦେଶର ୯ ଲକ୍ଷ ସରକାରୀ ଗାଡ଼ି ରାସ୍ତା ଉପରୁ ହଟିବ ବୋଲି ସୂଚନା ମିଳିଛି। ଏପରିକି ୧୫ ବର୍ଷରୁ ଅଧିକ ସବୁ ବର୍ଗର ପୁରୁଣା ସରକାରୀ ଗାଡ଼ି ୨୦୨୩ ଏପ୍ରିଲ ୧ରୁ ଏକ ପ୍ରକାର ଚଳାଚଳ ବନ୍ଦ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ୧୫ ବର୍ଷରୁ ପୁରୁଣା ପ୍ରାୟ ୯ ଲକ୍ଷ ଗାଡ଼ିକୁ ରାସ୍ତାରୁ ହଟାଯିବ। ଏହା ବଦଳରେ ନୂଆ ଗାଡ଼ି ଚାଲିବ ବୋଲି ସୋମବାର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏ ନେଇ ସୂଚନା ଦେଇଛନ୍ତି। ବିଶେଷକରି ଫିକି ଦ୍ବାରା ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଗଡକରୀ କହିଥିଲେ, ଆଗାମୀ ଦିନରେ ଇଥାନଲ୍‌, ମିଥାନଲ୍‌, ବାୟୋ-ସିଏନଜି, ବାୟୋ-ଏଲ୍‌ଏନ୍‌ଜି ଏବଂ ଇଲେକ୍ଟ୍ରିକ୍‌ ଗାଡ଼ିର ବ୍ୟବହାର ପାଇଁ ସରକାର ଅନେକ ସୁବିଧା କରୁଛନ୍ତି। ଏପରିକି ୧୫ ବର୍ଷରୁ ଅଧିକ ସବୁ ବର୍ଗର ପୁରୁଣା ଗାଡ଼ି ରାସ୍ତାରୁ ହଟିବ ଆଉ ରାସ୍ତାରେ ପରିବେଶ ଉପକୂଳ ଯାନ ଚାଲିବ। ବିଶେଷକରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଜଡ଼ିତ ୯ ଲକ୍ଷ ସରକାରୀ ଗାଡ଼ିର ସ୍କ୍ରାପିଂ କରିବାକୁ ସରକାର ଅନୁମତି ଦେଇଛନ୍ତି। ଫଳରେ ୧୫ବର୍ଷରୁ ଅଧିକ ପୁରୁଣା ବସ୍‌, କାର୍‌ ଓ ଅନ୍ୟ ପ୍ରଦୂଷଣ କରୁଥିବା ଗାଡ଼ି ମଧ୍ୟ ରାସ୍ତାରୁ ହଟିବ। ସେ ସବୁ ଗାଡି ବଦଳରେ ସରକାର ନୂଆ ଗାଡ଼ି ତଥା ବିକଳ୍ପ ଇନ୍ଧନରେ ପରିଚାଳିତ ଗାଡ଼ି ପ୍ରଚଳନ କରିବେ ବୋଲି କୁହାଯାଉଛି। ସେହିଭଳି ପ୍ରଦୂଷଣ ମୁକ୍ତ ପରିବେଶ କରିବା ପାଇଁ ସରକାର ଇଭି ଯାନକୁ ପ୍ରୋତ୍ସାହିତ କରୁଥିବା ବେଳେ ଏହା ବହୁମାତ୍ରାରେ ପ୍ରଦୂଷଣକୁ କମାଇବାରେ ମଧ୍ୟ ବେଶ୍‌ ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ନିକଟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ୨୦୨୩ ଏପ୍ରିଲ ୧ଠାରୁ ପରିବହନ ନିଗମ ଏବଂ ସରକାରୀ କ୍ଷେତ୍ରର ମାଲିକାନାରେ ଥିବା ବସ୍‌ ସହ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ସମସ୍ତ ଯାନ ଯାହାକି ୧୫ ବର୍ଷରୁ ଅଧିକ ପୁରୁଣା ତାହାକୁ ହଟାଯିବ। ତେବେ ଉକ୍ତ ନିୟମ ସ୍ବତନ୍ତ୍ର ସେବାରେ ବ୍ୟବହାର ହେଉଥିବା ଗାଡ଼ି ଉପରେ ଲାଗୁ ହେବ ନାହିଁ, ଯେପରିକି ପ୍ରତିରକ୍ଷା ଏବଂ ଆଇନଶୃଙ୍ଖଳା ସମେତ ଅନ୍ତରୀଣ ସୁରକ୍ଷା ପାଇଁ ବ୍ୟବହାର ହେଉଥିବା ଗାଡ଼ିରେ ଉକ୍ତ ନିୟମ ବର୍ତ୍ତମାନ ସମୟରେ ଲାଗୁ ହେବନାହିଁ। ଅପରପକ୍ଷରେ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ରାପେଜ୍‌ ପଲିସି-୨୦୨୧ର ଶୁଭାରମ୍ଭ କରିଥିଲେ। ଏପରିକି ୨୦୨୧-୨୨ ବଜେଟରେ ମଧ୍ୟ ଏ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବିଶେଷକରି ୨୦ବର୍ଷ ପାଇଁ ବ୍ୟକ୍ତିଗତ ଭାବେ ବ୍ୟବହୃତ ହେଉଥିବା ଗାଡ଼ି ଏବଂ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗାଡ଼ିକୁ ୧୫ ବର୍ଷରେ ଏହାର ଫିଟନେସ୍‌ ଟେଷ୍ଟ କରାଯିବ। ଏପରିକି ଉକ୍ତ ପଲିସି ଅନୁଯାୟୀ ପୁରୁଣା ଗାଡ଼ିକୁ ସ୍କ୍ରାପ୍‌ ପରେ କିଣୁଥିବା ନୂଆ ଗାଡ଼ି ଉପରେ ରାଜ୍ୟ ସରକାର ୨୫% ରୋଡ୍‌ ଟ୍ୟାକ୍ସ ଉପରେ ମଧ୍ୟ ଛାଡ଼ ଦେବେ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri