Posted inଖେଳ

ଆର୍‌ସିବିକୁ ଫାଇନାଲ ନେବାରେ ଏହି ୯ ହିରୋ, ଜାଣନ୍ତୁ …

ଅହମଦାବାଦ,୩ା୬: ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମ୍ୟାଚ୍‌ ଜିତିବା ପାଇଁ ମୁଖ୍ୟତଃ ଟପ ଅର୍ଡର ବ୍ୟାଟରଙ୍କ ଉପରେ ନିର୍ଭର କରୁଥିଲା। କିନ୍ତୁ ଚଳିତ ସିଜନରେ ଆର୍‌ସିବି ଦଳରେ ବର୍ତ୍ତମାନ ସେଭଳି ପରିସ୍ଥିତି ନାହିଁ। ଚଳିତ ଆଇପିଏଲ୍‌ର ୧୫ ମ୍ୟାଚ୍‌ରେ ଦଳକୁ ୯ ଜଣ ନୂଆ ନୂଆ ହିରୋ ଜିତାଇଛନ୍ତି। କେବଳ ୨୦୧୭ରେ ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ନିକଟରେ ଏହାଠାରୁ ଅଧିକ ଖେଳାଳିଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ମିଳିଥିଲା।

କୃନାଲ ପାଣ୍ଡ୍ୟା
କୃନାଲ ୧୪ ମ୍ୟାଚ୍‌ରେ ୮.୬୧ ଇକୋନମୀ ହାର ସହିତ ୧୫ ଉଇକେଟ ଓ ୧୨୯.୬୨ ଷ୍ଟ୍ରାଇକ୍‌ରେଟରେ ୧୦୫ ରନ କରିଛନ୍ତି। ଆର୍‌ସିବି ସହ ଯୋଡ଼ି ହେବା ପୂର୍ବରୁ କୃନାଲଙ୍କ ୨୦୧୮ ଓ ୨୦୧୯ ସଂସ୍କରଣରେ ୧୨ ଲେଖାଏ ଉଇକେଟ ନେଇଥିଲେ। କିନ୍ତୁ ଚଳିତ ସିଜନରେ ବେଙ୍ଗାଲୁରୁ ବାହାରେ ଆର୍‌ସିବି ଜିତିଥିବା ୭ ମ୍ୟାଚ୍‌ରେ କୃନାଲ ୧୧ ଉଇକେଟ ନେଇଛନ୍ତି। ସେ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ମିଚେଲ ସାଣ୍ଟନରଙ୍କ ସମେତ ଶେଷ ଓଭରରେ ୩ ଉଇକେଟ ନେବା ସହ ଦଳକୁ ବିଜୟୀ କରାଇଥିଲେ। ଅନ୍ତିମ ଥର ୨୦୧୬ରେ ଆଇପିଏଲରେ ଅର୍ଦ୍ଧଶତକ ହାସଲ କରିଥିବା କୃନାଲ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳକୁ ଜିତାଇଥିଲେ।

ରଜତ ପଟିଦାର
ଅଧିନାୟକ ଭାବେ ସିଜନ ଆରମ୍ଭରୁ ଦାୟିତ୍ୱ ସମ୍ଭାଳିଥିବା ପଟିଦାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତାଙ୍କ ଯୋଗୁ ଆର୍‌ସିବି ୨୦୦୮ ପରେ ପ୍ରଥମ ଥର ପାଇଁ ଚେପକରେ ବିଜୟ ହାସଲ କରିଥିଲା। ଏହାପରେ ଓ୍ବାଙ୍ଖେଡେରେ ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମଧ୍ୟ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। ସେ ଏହି ମ୍ୟାଚ୍‌ରେ ୩୨ ବଲରେ ୨୦୦ ଷ୍ଟ୍ରାଇକ୍‌ ରେଟ୍‌ରେ ୬୪ ରନ କରିଥିଲେ, ଯାହାକି ଚଳିତ ସିଜନରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।

ବିରାଟ କୋହଲି
କୋହଲି ଏପର୍ଯ୍ୟନ୍ତ ୧୪ ମ୍ୟାଚ୍‌ରେ ୮ ଅର୍ଦ୍ଧଶତକ ସହ ୧୪୬.୫୩ ଷ୍ଟ୍ରାଇକ୍‌ରେଟ୍‌ରେ ୬୧୪ ରନ କରିଛନ୍ତି। ସେ ଅର୍ଦ୍ଧଶତକ ହାସଲ କରିଥିବା ପ୍ରତ୍ୟେକ ମ୍ୟାଚ୍‌ରେ ଦଳ ବିଜୟୀ ହୋଇଛି, ଯାହାକି ଏକ ରେକର୍ଡ। ପାଓ୍ବରପ୍ଲେରେ ଆଟାକିଂ ବ୍ୟାଟିଂ କରୁଥିବା କୋହଲି ମଧ୍ୟ ଓଭରରେ ଆଙ୍କର ଭୂମିକା ନିର୍ବାହ କରିଛନ୍ତି। ସେ ଚଳିତ ସିଜନରେ ଟାର୍ଗେଟର ପିଛା କରୁଥିବା ବେଳେ ୮୮.୫୦ ଆଭରେଜରେ ରନ ସଂଗ୍ରହ କରିଛନ୍ତି।

ଟିମ ଡେଭିଡ
ଟିମ ଡେଭିଡ ୧୨ ମ୍ୟାଚରେ ୧୮୫.୧୪ ଷ୍ଟ୍ରାଇକ୍‌ରେଟ୍‌ରେ ୧୮୭ ରନ କରିଛନ୍ତି। ଡେଭିଡ୍‌ଙ୍କ ଲାଗି ଆର୍‌ସିବିର ଯୋଜନା ଖୁବ ସରଳ। ସର୍ବନିମ୍ନ ସମୟ, ସର୍ବାଧିକ ପ୍ରଭାବ। ଚଳିତ ସିଜନରେ ତାଙ୍କର ଏକମାତ୍ର ଅର୍ଦ୍ଧଶତକ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ବିପକ୍ଷରେ ଆସିଥିଲା। ସେ ୨୬ ବଲରେ ଅପରାଜିତ ୫୦ ରନର ପାଳି ଖେଳି ସଙ୍କଟରେ ପଡ଼ିଥିବା ଆର୍‌ସିବିକୁ ଉଦ୍ଧାର କରିଥିଲେ। ଯଦିଓ ଏହା ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲା। କିନ୍ତୁ ଏହା ଦଳର ବ୍ୟାଟିଂ ଲାଇନ୍‌ରେ ଥିବା ଗଭୀରତାକୁ ପ୍ରଦର୍ଶିତ କରିଥିଲା। ଚଳିତ ସିଜନରେ ଡେଥ୍‌ ଓଭରରେ ସର୍ବାଧିକ ସଂଖ୍ୟକ ଛକା ମାରିବାରେ ଡେଭିଡ କେବଳ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟରଙ୍କ ପଛରେ ରହିଛନ୍ତି।

ଜୋଶ ହାଜେଲଉଡ
ଚଳିତ ସିଜନରେ ଆର୍‌ସିବି ପାଇଁ ଜୋଶ ହାଜେଲଉଡ୍‌ ମୁଖ୍ୟ ଅସ୍ତ୍ର ସାବ୍ୟସ୍ତ ହୋଇଛନ୍ତି। ସେ ୧୧ ମ୍ୟାଚ୍‌ରେ ଦଳ ଲାଗି ସର୍ବାଧିକ ୨୧ ଉଇକେଟ ନେଇଛନ୍ତି। ସେ ଇଞ୍ଜୁରି କାରଣରୁ ଲିଗ୍‌ ପର୍ଯ୍ୟାୟରେ ଶେଷ ଦୁଇଟି ମ୍ୟାଚ୍‌ ଖେଳିପାରିନଥିଲେ। ହେଲେ ସେ ପଞ୍ଜାବ ବିପକ୍ଷ କ୍ୱାଲିଫାୟର-୧ ମ୍ୟାଚ୍‌ରେ ପାଓ୍ବରପ୍ଲେ ମଧ୍ୟରେ ପ୍ରତିପକ୍ଷ ଦଳର ଟପ୍‌ ଅର୍ଡରକୁ ଧ୍ୱଂସ କରିଦେଇଥିଲେ। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ତାଙ୍କୁ ୧୨ ବଲରେ ୧୭ ରନ ଦରକାର ଥିବା ବେଳେ ବୋଲିଂ ଦିଆଯାଇଥିଲା। ସେ ମାତ୍ର ୧ ରନ ଦେଇ ଦୁଇ ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ।

ଫିଲ ସଲ୍ଟ
ପୂରା ସିଜନରେ ସଲ୍ଟ ପାଓ୍ବରପ୍ଲେରେ ଦଳ ପାଇଁ ଦ୍ରୁତ ଗତିରେ ରନ ସ୍କୋର କରିଛନ୍ତି। ସେ ଦ୍ରୁତ ଗତିରେ ସ୍କୋର କରିବାରୁ କୋହଲି ବିନା ଚାପରେ ଖେଳିପାରୁଛନ୍ତି। କୋହଲି ଓ ସଲ୍ଟ ଚଳିତ ସିଜନର ସବୁଠୁ ସଫଳ ଓପନିଂ ଯୋଡ଼ି ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଗୁଜରାଟ ଟାଇଟନ୍ସର ବି ସାଇ ସୁଦର୍ଶନ ଓ ଶୁବମନ ଗିଲଙ୍କ ଯୋଡ଼ି ଶୀର୍ଷରେ ରହିଛି। ପାଓ୍ବରପ୍ଲେରେ ସର୍ବାଧିକ ସଂଖ୍ୟକ ଛକା ମାରିବାରେ ପଞ୍ଜାବର ପ୍ରିୟାଂଶ ଆର୍ଯ୍ୟ ଓ ସଲ୍ଟ ମିଳିତ ଶୀର୍ଷରେ ରହିଛନ୍ତି। ଦୁହେଁ ୧୪ ଲେଖାଏ ଛକା ପାଓ୍ବରପ୍ଲେରେ ମାରିଛନ୍ତି। ସେ ୪ ଅର୍ଦ୍ଧଶତକ ଓ ୧୭୫.୯୦ ଷ୍ଟ୍ରାଇକ୍‌ରେଟ୍‌ରେ ୩୮୭ ରନ କରିଛନ୍ତି।

ଜିତେଶ ଶର୍ମା
ଆର୍‌ସିବିକୁ ସବୁଠୁ ଅଧିକ ଦରକାର ଥିଲା ଭଳି ପରିସ୍ଥିତିରେ ଜୀତେଶ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଖେଳିଥିଲେ। ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ନଂ-୬ ପୋଜିଶନରେ ବ୍ୟାଟିଂ କରି ୩୩ ବଲରେ ଅପରାଜିତ ୮୫ ରନ କରିଥିଲେ। ତାଙ୍କର ଏହି ଇନିଂସ ଯୋଗୁ ଆର୍‌ସିବି ୨୨୮ ରନର ବିଶାଳ ଟାର୍ଗେଟ ପିଛା କରି ବିଜୟ ହାସଲ କରିଥିଲା। ଏଥିପୂର୍ବରୁ ସେ ମୁମ୍ବାଇ ବିପକ୍ଷରେ ୧୯ ବଲରେ ଅପରାଜିତ ୪୦ ରନ କରିଥିଲେ। ପଟିଦାର ଇଞ୍ଜୁରି କାରଣରୁ ଉପଲବ୍ଧ ନଥିବା ବେଳେ ଜୀତେଶ ଦଳର ନେତୃତ୍ୱ ଦାୟିତ୍ୱ ସମ୍ଭାଳିଥିଲେ।

ସୂୟଶ ଶର୍ମା
ହାର୍ନିଆ ସମସ୍ୟା ସତ୍ତ୍ୱେ ଦୁଇ ବର୍ଷ ଖେଳିବା ପରେ ସୂୟଶ ଚଳିତ ସିଜନ ଆରମ୍ଭରୁ ଖେଳିନଥିଲେ। କାରଣ ସେ ଲଣ୍ଡନରେ ଆର୍‌ସିବି ଦ୍ୱାରା କରାଯାଇଥିବା ସର୍ଜରୀରୁ ରିକଭର କରିନଥିଲେ। ସେ ଫିଟ୍‌ ହେବା ପରେ ୧୩ ମ୍ୟାଚ୍‌ରେ ୮ ଉଇକେଟ ନେଇଛନ୍ତି। ସିଏସ୍‌କେ ବିପକ୍ଷ ମ୍ୟାଚର ଭାଗ୍ୟକୁ ସେ ୧୮ତମ ଓଭରରେ ବଦଳାଇ ଦେଇଥିଲେ। ପଞ୍ଜାବ ବିପକ୍ଷ କ୍ୱାଲିଫାୟର-୧ ମ୍ୟାଚ୍‌ରେ ସେ ୧୭ ରନ ଦେଇ ୩ ଉଇକେଟ ନେଇଥିଲେ।

ରୋମାରିଓ ଶେଫର୍ଡ
ପ୍ରାରମ୍ଭିକ ଭାବେ ଲିଆମ ଲିଭିଂଷ୍ଟୋନଙ୍କ ଉପସ୍ଥିତି ଯୋଗୁ ରୋମାରିଓ ଶେଫର୍ଡକୁ ଅଣଦେଖା କରାଯାଇଥିଲା। ସିଏସ୍‌କେ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ଦିଆଯାଇଥିଲା। ଏହି ମ୍ୟାଚ୍‌ର ଅନ୍ତିମ ଦୁଇ ଓଭରରେ ସେ ୧୦ ବାଉଣ୍ଡ୍ରୀ ଲଗାଇବା ସହ ଆଇପିଏଲ୍‌ ଇତିହାସର ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କ ଇନିଂସ ଆର୍‌ସିବିକୁ ପ୍ଲେଅଫ୍‌ ନିକଟତର କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri