୫ ବର୍ଷରେ ୯.୯୦ ଟ୍ରିଲିଅନ ବ୍ୟାଙ୍କ ଋଣ ଛାଡ଼

ଭୁବନେଶ୍ୱର, ୭।୮(ଅନୁରାଧା ମହାରଣା): ଗତ ୫ ଆର୍ଥିକ ବର୍ଷରେ ବ୍ୟାଙ୍କଗୁଡ଼ିକ ୯.୯୦ ଟ୍ରିଲିଅନ ଟଙ୍କା ମୂଲ୍ୟର ଋଣ ଛାଡ଼ କରିଛନ୍ତି। ମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟ ସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି, ୨୦୨୩-୨୪ ମଧ୍ୟରେ ବ୍ୟାଙ୍କଗୁଡିକ ଦ୍ୱାରା ଋଣ ଛାଡ଼ ୧.୭୦ ଟ୍ରିଲିଅନ ଟଙ୍କା ରହିଛି ଯାହା ପୂର୍ବ ଆର୍ଥିକ ବର୍ଷରେ ୨.୦୮ ଟ୍ରିଲିଅନ ଥିଲା। ୨୦୧୯-୨୦ ମଧ୍ୟରେ ସର୍ବାଧିକ ୨.୩୪ ଟ୍ରିଲିଅନ ଟଙ୍କା ୬ର ଛାଡ଼ ଥିଲା। ଏହା ପରବର୍ତ୍ତୀ ବର୍ଷ ୨.୦୨ ଟ୍ରିଲିଅନ ଏବଂ ୨୦୨୧-୨୨ରେ ୧.୭୪ ଟ୍ରିଲିଅନ ଟଙ୍କାକୁ ହ୍ରାସ ପାଇଥିଲା। ବ୍ୟାଙ୍କଗୁଡିକର ବୋର୍ଡ ଦ୍ୱାରା ଅନୁମୋଦିତ ଆର୍‌ବିଆଇ ନିର୍ଦ୍ଦେଶାବଳୀ ଏବଂ ନୀତି ଅନୁଯାୟୀ, ୪ ବର୍ଷ ପୂରଣ ହେବା ପରେ ଏନ୍‌ପିଏଗୁଡିକ ଋଣ ଛାଡ଼ ଜରିଆରେ ସମ୍ପୃକ୍ତ ବ୍ୟାଙ୍କର ବାଲାନ୍ସ ଶିଟ୍‌ରୁ ହଟାଇ ଦିଆଯାଇଛି। କଂଗ୍ରେସ ସଭ୍ୟ ରଣଦୀପ୍‌ ସୂର୍ଯ୍ୟେୱାଲା ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଋଣପରିଶୋଧକାରୀମାନେ ଋଣ ପରିଶୋଧ ପାଇଁ ଦାୟୀ ଅଟନ୍ତି ଏବଂ ବ୍ୟାଙ୍କଗୁଡିକ ସେମାନଙ୍କ ନିକଟରେ ଉପଲବ୍ଧ ବିଭିନ୍ନ ପୁନରୁଦ୍ଧାର ପ୍ରଣାଳୀ ମାଧ୍ୟମରେ ରାଇଟ୍‌ ଅଫ୍‌ ଆକାଉଣ୍ଟରେ ଆରମ୍ଭ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଗତ ୫ ବର୍ଷ ମଧ୍ୟରେ ୯.୯ ଟ୍ରିଲିଅନ ଟଙ୍କା ରାଇଟ୍‌ ଅଫ ତୁଳନାରେ, ପୁନରୁଦ୍ଧାର ୧.୮୪ ଟ୍ରିଲିଅନ ଟଙ୍କା ବା ମୋଟ ରାଇଟ୍‌ ଅଫ୍‌ ୧୮ ପ୍ରତିଶତ ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ତଥ୍ୟ ଅନୁଯାୟୀ, ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଧାର୍ଯ୍ୟ ବାଣିଜି୍ୟକ ବ୍ୟାଙ୍କ (ଏସ୍‌ସିବି)ର ମୋଟ ଏନ୍‌ପିଏ (ଜିଏନ୍‌ପିଏ) ୮,୯୬,୦୮୨ କୋଟି ଟଙ୍କା (ଜିଏନ୍‌ପିଏ ଅନୁପାତ ୮.୨୧ ପ୍ରତିଶତ) ରହିଥିଲା। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୭,୩୫,୦୫୧ କୋଟି ଟଙ୍କା (ଜିଏନ୍‌ପିଏ ଅନୁପାତ ୭.୩୩ ପ୍ରତିଶତ), ୨୦୨୨ ସୁଦ୍ଧା ୭,୪୨,୩୯୭ କୋଟି ଟଙ୍କା (ଜିଏନ୍‌ପିଏ ଅନୁପାତ ୫.୮୨ ପ୍ରତିଶତ), ୨୦୨୩ ସୁଦ୍ଧା ଏହା ୫,୭୧,୫୪୪ କୋଟି ଟଙ୍କା (ଜିଏନ୍‌ପିଏ ଅନୁପାତ ୩.୮୭ ପ୍ରତିଶତ) ଏବଂ ୨୦୨୪ ସୁଦ୍ଧା ୪,୮୦,୬୮୭ କୋଟି (ଜିଏନ୍‌ପିଏ ଅନୁପାତ ୨.୭୫ ପ୍ରତିଶତ)କୁ ହ୍ରାସ ପାଇଛି। ସେ କହିଛନ୍ତି, ଏହା ସୂଚାଉଛି ଯେ ଗତ ୫ ବର୍ଷ ମଧ୍ୟରେ ଏସ୍‌ସିବିରେ ଗ୍ରସ୍‌ ଏନ୍‌ପିଏ ହ୍ରାସ ପାଉଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଚୌଧୁରୀ କହିଛନ୍ତି, ଅନ୍ୟ ବୈଶ୍ୱିକ ଆର୍ଥିକ ପ୍ରତିଷ୍ଠାନଗୁଡିକ ସହିତ ଜଡିତ ସଙ୍କଟ ଯୋଗୁ ଭାରତୀୟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ବିଶେଷ ପ୍ରଭାବିତ ହୋଇନାହିଁ। ଭାରତୀୟ ବ୍ୟାଙ୍କଗୁଡିକର ଲିକ୍ୟୁଡିଟି କଭରେଜ ଅନୁପାତ (ଏଲ୍‌ସିଆର୍‌) ଜାନୁଆରୀ-ଜୁନ୍‌ ୨୦୨୪ ମଧ୍ୟରେ ଶତ ପ୍ରତିଶତ ନିୟାମକ ସୀମା ଅଧୀନରେ ୧୩୦ ପ୍ରତିଶତରୁ ଅଧିକ ରହିଥିଲା। ଏଥିସହ ସେ କହିଛନ୍ତି , ପ୍ରତିକୂଳ ମୂଲ୍ୟ ଗତିବିଧି କାରଣରୁ ଉତ୍ପନ୍ନ ବଜାର ବିପଦ ପାଇଁ ଭାରତୀୟ ବ୍ୟାଙ୍କଗୁଡିକର ନିବେଶ ପୋର୍ଟଫୋଲିଓ ମୁଖ୍ୟତଃ ସ୍ଥିର ରହିଥିବା ସେ କହିଛନ୍ତି। ସେ କହିଛନ୍ତି, ୨୦୧୭-୧୮ ମଧ୍ୟରେ ଏସ୍‌ସିବି ୩୨,୪୩୭ କୋଟି ଟଙ୍କା କ୍ଷତି ସହିଥିବାବେଳେ ୨୦୧୭-୨୪ ମଧ୍ୟରେ ସେମାନଙ୍କର ନେଟ୍‌ ଲାଭ ୩,୪୧,୬୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏସ୍‌ସିବି ଗୁଡ଼ିକର ପୁଞ୍ଜି ଅନୁପାତ ୨୦୧୮ ସୁଦ୍ଧା ୧୩.୮୫ ପ୍ରତିଶତରୁ ୨୦୨୪ ସୁଦ୍ଧା ୧୬.୮୪ ପ୍ରତିଶତକୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?