Posted inଖେଳ

୯-୦, ଭାରତ ଅପରାଜେୟ

ବେଙ୍ଗାଲୁରୁ,୧୪ା୧୧(ପି.ଟି.): ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ଶତକ ବଳରେ ରବିବାର ଦୀପାବଳିରେ ଭାରତୀୟ କ୍ରିକେଟ ଦଳ ନେଦରଲାଣ୍ଡ୍ସକୁ ୧୬୦ ରନରେ ପରାସ୍ତ କରିଛି। ଟପ୍‌ ସ୍କୋରର ଆୟରଙ୍କ ଅପରାଜିତ ୧୨୮ ଓ ଲୋକାଲ ବୟ ଲୋକେଶଙ୍କ ୧୦୨ ରନ୍‌ ବଳରେ ଭାରତ ୫୦ ଓଭରରେ ୪ ଉଇକେଟ ହରାଇ ୪୧୦ ରନ୍‌ ସ୍କୋର କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୪୭.୫ ଓଭରରେ ୨୫୦ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଏହା ସହିତ ୯ଟି ଯାକ ଗ୍ରୁପ୍‌ ମ୍ୟାଚକୁ ଜିତି ନେବା ସହ ଭାରତ ୧୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହି ଅପରାଜେୟ ଭାବେ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି।
ରବିବାର ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଥର ପାଇଁ ବିଶ୍ୱକପରେ ଭାରତର ଟପ୍‌-୫ ଖେଳାଳି ଅର୍ଦ୍ଧଶତକ ହାସଲ କରିଥିଲେ। ଶୁବମନ ଗିଲ୍‌(୫୧), ରୋହିତ ଶର୍ମା(୬୧) ଓ ବିରାଟ କୋହଲି(୫୧) ରନ୍‌ କରିଥିବା ବେଳେ ରାହୁଲ ଓ ଆୟର ଏହାକୁ ଶତକରେ ପରିଣତ କରିଥିଲେ। ଏହା ସହ ବିଶ୍ୱକପରେ ପ୍ରଥମ ଦଳ ଭାବେ ଭାରତର ଟପ୍‌-୫ ଖେଳାଳି ଅର୍ଦ୍ଧଶତକ ମାରିବା ରେକର୍ଡ କରିଥିଲେ। ଚମତ୍କାର ବ୍ୟାଟିଂ ବଳରେ ଭାରତ ୪୧୦ ରନ୍‌ର ବିଶାଳ ସ୍କୋର କରିଥିଲା। ଏହାପରେ ଭାରତୀୟ ବୋଲର ମାନେ ଶୃଙ୍ଖଳିତ ବୋଲିଂ କରିବା ସହିତ ନେଦରଲାଣ୍ଡ୍ସକୁ ୨୫୦ ରନ୍‌ରେ ସୀମିତ ରଖିଥିଲେ। ପ୍ରଥମ ଥର ପାଇଁ ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଶୁବମନ ଗିଲ୍‌ଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଥିଲା। ଏପରି କି କୋହଲି ଓ ରୋହିତ ଅନ୍ତିମ ଦୁଇ ଉଇକେଟ ନେଇଥିଲେ। ଭାରତ ପକ୍ଷରୁ ଶୁବମନ ଗିଲ୍‌ ଓ ରୋହିତ ଶର୍ମା ପ୍ରଥମ ଉଇକେଟରେ ମାତ୍ର ୭୧ ବଲ୍‌ରେ ୧୦୦ ରନ୍‌ ଯୋଡ଼ିଥିଲେ। ୩୨ ବଲ୍‌ ଖେଳି ୩ ଚୌକା ଓ ୪ ଛକା ମାରିଥିବା ଗିଲ୍‌ ୧୨ତମ ଓଭରରେ ପ୍ୟାଭିଲିୟନ ଫେରିଥିଲେ। ଏହାର ୫ ଓଭର ପରେ ଅଧିନାୟକ ରୋହିତ ଶର୍ମା ୬୪ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ୫୪ ବଲ୍‌ର ଏହି ଇନିଂସରେ ୮ ଚୌକା ଓ ୨ ଛକା ସାମିଲ ଥିଲା। ପୂର୍ବତନ ଭାରତୀୟ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ୫୧ ରନ୍‌ କରି ଆଉଟ ହୋଇଥିଲେ। ଦିନିକିଆ କ୍ୟାରିୟରର ୫୦ତମ ଶତକ ଲକ୍ଷ୍ୟରେ ରହିଥିବା କୋହଲିଙ୍କ ୫୦ତମ ଶତକ ଦେଖିବା ପାଇଁ ବେଙ୍ଗାଲୁରୁ ଦର୍ଶକ ଏକତ୍ର ହୋଇଥିବା ବେଳେ ରିଓଲ୍ଫ ଭାନ୍‌ ଡର ମରଓ୍ବେଙ୍କୁ କଟ୍‌ ମାରିବା ପ୍ରୟାସରେ କୋହଲି ବୋଲ୍ଡ ହୋଇଥିଲେ। ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଥିଲେ ମଧ୍ୟ ଏହାର ଭରଣା କରିଥିଲେ ଆୟର ଓ ରାହୁଲ। ଉଭୟ ୪ର୍ଥ ଉଇକେଟରେ ୨୦୮ ରନ୍‌ ଯୋଡ଼ିଥିଲେ। ଅନ୍ତିମ ୧୦ ଓଭରରେ ଉଭୟ ଖେଳାଳି ୧୨୨ ରନ୍‌ ଯୋଡ଼ିଥିଲେ। ୯୪ ବଲ୍‌ ଖେଳିଥିବା ଆୟର ୧୨୮ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିବା ବେଳେ ମାରିଥିଲେ ୧୦ ଚୌକା ଓ ୫ ଛକା। ଲୋକାଲ ବୟ ରାହୁଲ ୬୪ ବଲ୍‌ ଖେଳି ୧୧ ଚୌକା ଓ ୪ ଛକା ମାରି ୧୦୨ ରନ୍‌ କରିଥିଲେ। ରାହୁଲ ପ୍ରଥମ ୩୦ ବଲରୁ ୨୬ ରନ୍‌ କରିଥିବା ବେଳେ ଅନ୍ତିମ ୩୩ ବଲ୍‌ରୁ ୭୬ ରନ ସ୍କୋର କରିଥିଲେ। ନେଦରଲାଣ୍ଡ୍ସ ପକ୍ଷରୁ ବାସ ଡି ଲିଡ୍‌ ୨ ଉଇକେଟ ନେଇଥିବା ବେଳେ ରିଓଲ୍ଫ ଭାନ୍‌ ଡର ମରଓ୍ବେ ଓ ପଲ୍‌ ଭାନ୍‌ ମିକେରାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୪୧୧ ରନ୍‌ର ଲକ୍ଷ୍ୟ ନେଇ ଆରମ୍ଭ କରିଥିବା ନେଦରଲାଣ୍ଡ୍ସ ଦ୍ୱିତୀୟ ଓଭରରେ ହିଁ ପ୍ରଥମ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ମାକ୍ସ ଓଡଡ୍‌(୩୦), କଲିନ୍‌ ଆକର୍‌ମ୍ୟାନ୍‌(୩୫), ସିବ୍ରାଣ୍ଡ ଏଙ୍ଗଲବ୍ରେଟ୍‌(୪୫) ପ୍ରମୁଖ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ପରିଣତ କରିଥିଲେ। ଆନ୍ଧ୍ରଜନ୍ମିତ ତେଜା ନିଡାମନୁରୁ ୫୪ ରନ୍‌ କରିବା ସହ ଦଳ ପକ୍ଷରୁ ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। କୋହଲି ଦୀର୍ଘ ୮ ବର୍ଷ ପରେ ଏକ ଅନ୍ତର୍ଜାତୀୟ ଉଇକେଟ ନେଇ ବେଙ୍ଗାଲୁରୁ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୫୦ ଓଭରରେ ୪୧୦/୪(ଶ୍ରେୟସ ଆୟର-୧୨୮*, ଲୋକେଶ ରାହୁଲ-୧୦୨, ରୋହିତ ଶର୍ମା-୬୧, ଶୁବମନ ଗିଲ୍‌-୫୧, ବିରାଟ କୋହଲି-୫୧, ବାସ୍‌ ଡି ଲିଡ୍‌-୨/୮୨, ରିଓଲ୍ଫ ଭାନ୍‌ ଡର ମରଓ୍ବେ-୧/୫୩, ପଲ୍‌ ଭାନ୍‌ ମିକେରାନ୍‌-୧/୯୦)।
ନେଦରଲାଣ୍ଡ୍ସ ୪୭.୩ ଓଭରରେ ୨୫୦/୧୦(ତେଜା ନିଡାମନୁରୁ-୫୪, କଲିନ୍‌ ଆକର୍‌ମ୍ୟାନ୍‌-୩୫, ସିବ୍ରାଣ୍ଡ ଏଙ୍ଗଲବ୍ରେଟ-୪୫, ଯଶପ୍ରୀତ୍‌ ବୁମ୍‌ରା-୨/୩୩, ମହମ୍ମଦ ସିରାଜ-୨/୨୯, କୁଲଦୀପ ଯାଦବ-୨/୪୧, ରବୀନ୍ଦ୍ର ଜାଡେଜା-୨/୪୯)।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ସ୍ପିକର ହଲାଇଲେ ଟଙ୍କା! ଏକ ଡଜନରୁ ଅଧିକ ସାଂସଦ କହିଲେ …

ଇସଲାମାବାଦ,୧୧।୧୨: ପାକିସ୍ତାନରେ ରାଜନେତାମାନେ ପ୍ରାୟତଃ ନିଜ ଭାଷଣରେ ସଚ୍ଚୋଟତା ଏବଂ ନ୍ୟାୟର କଥା କୁହନ୍ତି, କିନ୍ତୁ ଯେତେବେଳେ ପ୍ରକୃତ ପରୀକ୍ଷାର କଥା ଆସେ, ସାଂସଦମାନଙ୍କ କାର୍ଯ୍ୟ...

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

IPL Auctionରେ ଏହି ୩ ଖେଳାଳିଙ୍କୁ କିଣିବା ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରେ CSK

ନୂଆଦିଲ୍ଲୀ,୧୧।୧୨: IPL ୨୦୨୬ ପାଇଁ ମିନି ନିଲାମ ଡିସେମ୍ବର ୧୬ରେ ଆବୁଧାବିରେ ଅନୁଷ୍ଠିତ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ନିଲାମରେ ୪୩.୪କୋଟି ଟଙ୍କା ଉପଲବ୍ଧ ଅଛି,...

ଡାଇବେଟିସ ରୋଗୀଙ୍କ ପାଇଁ ଖୁସି ଖବର, ସର୍ଜରୀରେ ରୋଗ ଭଲ ହେବା ନେଇ ଏମ୍ସ ଡାକ୍ତରଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୧୨: ପୂର୍ବରୁ ଏକ କଥା ଥିଲା ଯେ, ଯେଉଁ ବ୍ୟକ୍ତିଙ୍କୁ ଥରେ ଡାଇବେଟିସ ହୁଏ ତାହା ଜୀବନସାରା ରହିଯାଇଥାଏ । ଆଜି ପର୍ଯ୍ୟନ୍ତ ଡାଇବେଟିସର କୌଣସି...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

କିଏ ଜିତିବ ଦ୍ୱିତୀୟ ଟି-୨୦ ମ୍ୟାଚ? ଅଙ୍କରେ କିଏ ପଡ଼ିଲା ଭାରି ଭାରତ ନା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି, ଗୁରୁବାର, ଡିସେମ୍ବର ୧୧, ମୁଲାନପୁରର ନୂତନ ଚଣ୍ଡିଗଡ଼ସ୍ଥିତ ମହାରାଜା ଯାଦବୀନ୍ଦ୍ର ସିଂହ...

ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍‌…

ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...

ନାସାକୁ ବଡ଼ ଝଟକା, ମଙ୍ଗଳ ଗ୍ରହରୁ ଗାୟବ ହେଲା MAVEN!

ନୂଆଦିଲ୍ଲୀ,୧୧ା୧୨: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସା ମଙ୍ଗଳ ଗ୍ରହରୁ କିଛି ବିଚଳିତକର ଖବର ସାମ୍ନାକୁ ଆସିଛି । ଗତ 11 ବର୍ଷ ଧରି ଲାଲ ଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri