Posted inଖେଳ

୯-୦, ଭାରତ ଅପରାଜେୟ

ବେଙ୍ଗାଲୁରୁ,୧୪ା୧୧(ପି.ଟି.): ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ଶତକ ବଳରେ ରବିବାର ଦୀପାବଳିରେ ଭାରତୀୟ କ୍ରିକେଟ ଦଳ ନେଦରଲାଣ୍ଡ୍ସକୁ ୧୬୦ ରନରେ ପରାସ୍ତ କରିଛି। ଟପ୍‌ ସ୍କୋରର ଆୟରଙ୍କ ଅପରାଜିତ ୧୨୮ ଓ ଲୋକାଲ ବୟ ଲୋକେଶଙ୍କ ୧୦୨ ରନ୍‌ ବଳରେ ଭାରତ ୫୦ ଓଭରରେ ୪ ଉଇକେଟ ହରାଇ ୪୧୦ ରନ୍‌ ସ୍କୋର କରିଥିଲା। ଜବାବରେ ନେଦରଲାଣ୍ଡ୍ସ ୪୭.୫ ଓଭରରେ ୨୫୦ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଏହା ସହିତ ୯ଟି ଯାକ ଗ୍ରୁପ୍‌ ମ୍ୟାଚକୁ ଜିତି ନେବା ସହ ଭାରତ ୧୮ ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହି ଅପରାଜେୟ ଭାବେ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି।
ରବିବାର ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଥର ପାଇଁ ବିଶ୍ୱକପରେ ଭାରତର ଟପ୍‌-୫ ଖେଳାଳି ଅର୍ଦ୍ଧଶତକ ହାସଲ କରିଥିଲେ। ଶୁବମନ ଗିଲ୍‌(୫୧), ରୋହିତ ଶର୍ମା(୬୧) ଓ ବିରାଟ କୋହଲି(୫୧) ରନ୍‌ କରିଥିବା ବେଳେ ରାହୁଲ ଓ ଆୟର ଏହାକୁ ଶତକରେ ପରିଣତ କରିଥିଲେ। ଏହା ସହ ବିଶ୍ୱକପରେ ପ୍ରଥମ ଦଳ ଭାବେ ଭାରତର ଟପ୍‌-୫ ଖେଳାଳି ଅର୍ଦ୍ଧଶତକ ମାରିବା ରେକର୍ଡ କରିଥିଲେ। ଚମତ୍କାର ବ୍ୟାଟିଂ ବଳରେ ଭାରତ ୪୧୦ ରନ୍‌ର ବିଶାଳ ସ୍କୋର କରିଥିଲା। ଏହାପରେ ଭାରତୀୟ ବୋଲର ମାନେ ଶୃଙ୍ଖଳିତ ବୋଲିଂ କରିବା ସହିତ ନେଦରଲାଣ୍ଡ୍ସକୁ ୨୫୦ ରନ୍‌ରେ ସୀମିତ ରଖିଥିଲେ। ପ୍ରଥମ ଥର ପାଇଁ ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ଶୁବମନ ଗିଲ୍‌ଙ୍କୁ ବୋଲିଂ କରୁଥିବାର ଦେଖିବାକୁ ମିଳିଥିଲା। ଏପରି କି କୋହଲି ଓ ରୋହିତ ଅନ୍ତିମ ଦୁଇ ଉଇକେଟ ନେଇଥିଲେ। ଭାରତ ପକ୍ଷରୁ ଶୁବମନ ଗିଲ୍‌ ଓ ରୋହିତ ଶର୍ମା ପ୍ରଥମ ଉଇକେଟରେ ମାତ୍ର ୭୧ ବଲ୍‌ରେ ୧୦୦ ରନ୍‌ ଯୋଡ଼ିଥିଲେ। ୩୨ ବଲ୍‌ ଖେଳି ୩ ଚୌକା ଓ ୪ ଛକା ମାରିଥିବା ଗିଲ୍‌ ୧୨ତମ ଓଭରରେ ପ୍ୟାଭିଲିୟନ ଫେରିଥିଲେ। ଏହାର ୫ ଓଭର ପରେ ଅଧିନାୟକ ରୋହିତ ଶର୍ମା ୬୪ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ୫୪ ବଲ୍‌ର ଏହି ଇନିଂସରେ ୮ ଚୌକା ଓ ୨ ଛକା ସାମିଲ ଥିଲା। ପୂର୍ବତନ ଭାରତୀୟ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ୫୧ ରନ୍‌ କରି ଆଉଟ ହୋଇଥିଲେ। ଦିନିକିଆ କ୍ୟାରିୟରର ୫୦ତମ ଶତକ ଲକ୍ଷ୍ୟରେ ରହିଥିବା କୋହଲିଙ୍କ ୫୦ତମ ଶତକ ଦେଖିବା ପାଇଁ ବେଙ୍ଗାଲୁରୁ ଦର୍ଶକ ଏକତ୍ର ହୋଇଥିବା ବେଳେ ରିଓଲ୍ଫ ଭାନ୍‌ ଡର ମରଓ୍ବେଙ୍କୁ କଟ୍‌ ମାରିବା ପ୍ରୟାସରେ କୋହଲି ବୋଲ୍ଡ ହୋଇଥିଲେ। ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଥିଲେ ମଧ୍ୟ ଏହାର ଭରଣା କରିଥିଲେ ଆୟର ଓ ରାହୁଲ। ଉଭୟ ୪ର୍ଥ ଉଇକେଟରେ ୨୦୮ ରନ୍‌ ଯୋଡ଼ିଥିଲେ। ଅନ୍ତିମ ୧୦ ଓଭରରେ ଉଭୟ ଖେଳାଳି ୧୨୨ ରନ୍‌ ଯୋଡ଼ିଥିଲେ। ୯୪ ବଲ୍‌ ଖେଳିଥିବା ଆୟର ୧୨୮ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିବା ବେଳେ ମାରିଥିଲେ ୧୦ ଚୌକା ଓ ୫ ଛକା। ଲୋକାଲ ବୟ ରାହୁଲ ୬୪ ବଲ୍‌ ଖେଳି ୧୧ ଚୌକା ଓ ୪ ଛକା ମାରି ୧୦୨ ରନ୍‌ କରିଥିଲେ। ରାହୁଲ ପ୍ରଥମ ୩୦ ବଲରୁ ୨୬ ରନ୍‌ କରିଥିବା ବେଳେ ଅନ୍ତିମ ୩୩ ବଲ୍‌ରୁ ୭୬ ରନ ସ୍କୋର କରିଥିଲେ। ନେଦରଲାଣ୍ଡ୍ସ ପକ୍ଷରୁ ବାସ ଡି ଲିଡ୍‌ ୨ ଉଇକେଟ ନେଇଥିବା ବେଳେ ରିଓଲ୍ଫ ଭାନ୍‌ ଡର ମରଓ୍ବେ ଓ ପଲ୍‌ ଭାନ୍‌ ମିକେରାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୪୧୧ ରନ୍‌ର ଲକ୍ଷ୍ୟ ନେଇ ଆରମ୍ଭ କରିଥିବା ନେଦରଲାଣ୍ଡ୍ସ ଦ୍ୱିତୀୟ ଓଭରରେ ହିଁ ପ୍ରଥମ ଉଇକେଟ ହରାଇଥିଲା। ଦଳ ପକ୍ଷରୁ ମାକ୍ସ ଓଡଡ୍‌(୩୦), କଲିନ୍‌ ଆକର୍‌ମ୍ୟାନ୍‌(୩୫), ସିବ୍ରାଣ୍ଡ ଏଙ୍ଗଲବ୍ରେଟ୍‌(୪୫) ପ୍ରମୁଖ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ପରିଣତ କରିଥିଲେ। ଆନ୍ଧ୍ରଜନ୍ମିତ ତେଜା ନିଡାମନୁରୁ ୫୪ ରନ୍‌ କରିବା ସହ ଦଳ ପକ୍ଷରୁ ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏ ଉଇକେଟ ନେଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। କୋହଲି ଦୀର୍ଘ ୮ ବର୍ଷ ପରେ ଏକ ଅନ୍ତର୍ଜାତୀୟ ଉଇକେଟ ନେଇ ବେଙ୍ଗାଲୁରୁ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୫୦ ଓଭରରେ ୪୧୦/୪(ଶ୍ରେୟସ ଆୟର-୧୨୮*, ଲୋକେଶ ରାହୁଲ-୧୦୨, ରୋହିତ ଶର୍ମା-୬୧, ଶୁବମନ ଗିଲ୍‌-୫୧, ବିରାଟ କୋହଲି-୫୧, ବାସ୍‌ ଡି ଲିଡ୍‌-୨/୮୨, ରିଓଲ୍ଫ ଭାନ୍‌ ଡର ମରଓ୍ବେ-୧/୫୩, ପଲ୍‌ ଭାନ୍‌ ମିକେରାନ୍‌-୧/୯୦)।
ନେଦରଲାଣ୍ଡ୍ସ ୪୭.୩ ଓଭରରେ ୨୫୦/୧୦(ତେଜା ନିଡାମନୁରୁ-୫୪, କଲିନ୍‌ ଆକର୍‌ମ୍ୟାନ୍‌-୩୫, ସିବ୍ରାଣ୍ଡ ଏଙ୍ଗଲବ୍ରେଟ-୪୫, ଯଶପ୍ରୀତ୍‌ ବୁମ୍‌ରା-୨/୩୩, ମହମ୍ମଦ ସିରାଜ-୨/୨୯, କୁଲଦୀପ ଯାଦବ-୨/୪୧, ରବୀନ୍ଦ୍ର ଜାଡେଜା-୨/୪୯)।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri