Posted inଜାତୀୟ

8th Pay Commission: ୨୦୨୮ ପୂର୍ବରୁ ବଢିବନି ଦରମା କି ପେନସନ୍ !

ନୂଆଦିଲ୍ଲୀ,୨୬।୮: ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ରାଜ୍ୟ ସରକାର, ପ୍ରତିରକ୍ଷା ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ସହ ଆଲୋଚନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ୮ମ ବେତନ କମିଶନ ଲାଗୁ ହେବା ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି । ୨୦୨୮ ମସିହା ଯାଏ ୮ମ ବେତନ କମିଶନ କାର୍ଯ୍ୟକାରୀ ନହୋଇପାରେ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେବେ ୨୦୨୮ ପୂର୍ବର ଅଷ୍ଟମ ବେତନ ଆୟୋଗ ଲାକୁ ହେବା ନେଇ ଆଶଙ୍କା ଦେଖାଦେଇଛି । କେନ୍ଦ୍ର ସରକାର ଏହାକୁ ନେଇ ଆଲୋଚନା ଜାରି ରଖିଛନ୍ତି କିନ୍ତୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା କୁହାଯାଉଛି । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଆଶା ରଖିଥିଲେ କି, ୨୦୨୬ ଜାନୁଆରୀ ୧ ତାରିଖରୁ ଦରମା ବୃଦ୍ଧି ପାଇବ । କିନ୍ତୁ ଏହା ହେବାର ସମ୍ଭାବନା ନାହିଁ । ବିଭିନ୍ନ କାରଣରୁ ଏବେ ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ହେବ ନାହିଁ ବୋଲି କୁହାଯାଉଛି । ଚଳିତ ବର୍ଷ ଜାନୁଆରୀ ମାସରେ ୮ମ ବେତନ ଲାଗୁ ହେବା ନେଇ ଘୋଷଣା କରାଯାଇଥିଲା । କିନ୍ତୁ ଏ ନେଇ ପ୍ରକ୍ରିୟା ଶେଷ ହୋଇନାହିଁ । ଦରମା ଓ ପେନସନରେ ସଂଶୋଧନ ହେବାକୁ ଥିବାରୁ ଏବଂ ଅନ୍ୟାନ୍ୟ କାରଣ ପାଇଁ ଏହା ବିଳମ୍ବ ହେବାରେ ଲାଗିଛି ।

ପୂର୍ବରୁ ୭ମ ବେତନ କମିଶନ ଘୋଷଣା ସମୟରେ ମଧ୍ୟ କାର୍ଯ୍ୟକାରୀ ହେବା ପାଇଁ ସମୟ ଲାଗିଥିଲା । ଘୋଷଣା ହେବାର ୩ ବର୍ଷ ପରେ କାର୍ଯ୍ୟକାରୀ ହୋଇଥିଲା ୭ମ ବେତନ କମିଶନ । ତେଣୁ ସେହି ହିସାବରେ ଦେଖିବାକୁ ଗଲେ ଜାନୁଆରୀ ମାସରେ ଘୋଷଣା ହୋଇଥିଲା ଅଷ୍ଟମ ବେତନ କମିଶନ କାର୍ଯ୍ୟକାରୀ ହେବା ପାଇଁ ସମୟ ଲାଗିବ । ୨୦୨୭ କିମ୍ବା ୨୦୨୮ ଆରମ୍ଭରୁ ୮ମ ବେତନ କମିଶନ କାର୍ଯ୍ୟକାରୀ ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ...

ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

ପ୍ରୋଟୋକଲ୍ ଭାଙ୍ଗିଲେ ମୋଦି: ୟୁଏଇ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଏପରି କଲେ ସ୍ୱାଗତ

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ବଢୁଥିବା ସମ୍ପର୍କର ଏକ ଭିନ୍ନ ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ୟୁଏଇ ରାଷ୍ଟ୍ରପତି ଶେଖ୍...

ପ୍ରବଳ ରାଗିଗଲେ ଟ୍ରମ୍ପ: ନରୱେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଧମକପୂର୍ଣ୍ଣ ଚିଠି

ଓ୍ବାଶିଂଟନ,୧୯।୧: ନୋବେଲ ପୁରସ୍କାର ନ ପାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରୋଧ ଏବେ ଭୀଷଣ ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନରୱେ ପ୍ରଧାନମନ୍ତ୍ରୀ ଜୋନାସ...

ଜଗନ୍ନାଥଙ୍କୁ ଅପମାନ! ଭାଇରାଲ ହେଉଛି ମହାପ୍ରଭୁଙ୍କ AI ଭିଡ଼ିଓ, କ୍ରେନରେ କ୍ଷୀର…

ଭୁବନେଶ୍ବର,୧୯।୧: ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହାରି ଭିତରେ ଏବେ ମହାପ୍ରଭୁ ଜଗନ୍ନାଥଙ୍କ ଏଆଇ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri