‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡ଼ିଛି। ଚଳିତ ବର୍ଷ ଅଧିକାଂଶ ଚାଷୀଙ୍କ ଟୋକନ ସଂଖ୍ୟା କମିଛି। ପୂର୍ବ ବର୍ଷ ଯେଉଁ ଚାଷୀଙ୍କ ୧୦୦ ବସ୍ତା ଧାନ ବିକ୍ରି ପାଇଁ ଥିବା ବେଳେ ଚଳିତ ବର୍ଷ ୭୦ ବସ୍ତା ଧାନ ମଣ୍ଡିକୁ ବିକ୍ରି କରିବା ଧାର୍ଯ୍ୟ ରହିଛି। ଏଭଳି ବହୁ ଚାଷୀଙ୍କ କ୍ଷେତ୍ରରେ ଦେଖା ଦେଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଫେବୃଆରୀ ଶେଷ ସୁଦ୍ଧା ୮୯% ପ୍ରତିଶତ ଧାନକିଣା ସରିଥିବା ବିଡିଓ ଅଚ୍ୟୁତାନନ୍ଦ ଯାନୀ ଯୋଗାଯୋଗ ବେଳେ ଏହି ସୂଚନା ଦେଇଛନ୍ତି। ବ୍ଲକ୍‌ର ମୋଟ୍‌ ୬୯୬୨ ବିକ୍ରି ପାଇଁ ପଞ୍ଜୀକରଣ ହୋଇଥିଲା। ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୨୨୫ ଚାଷୀଙ୍କ ଧାନ ବିକ୍ରି ହୋଇଥିବା ସୂଚନା ମିଳିଛି l ମୋଟ୍‌ ୧ ଲକ୍ଷ ୭୩ ହଜାର ୨୯ କ୍ୱିଣ୍ଟାଲ ଧାନ ଲକ୍ଷ ଧlର୍ଯ୍ୟ ରହିଥିବା ବେଳେ ଆଉ ବର୍ତ୍ତମାନ ୩୩ ହଜାର ୯୪୭ କ୍ୱିଣ୍ଟାଲ ଧାର୍ଯ୍ୟ ଠାରୁ କମ୍‌ ରହିଥିବା ସେ କହିଛନ୍ତି। ପାଖାପାଖି ୮୯.୦୪ % ଧାନ କିଣା ସରିଛି ବୋଲି ବିଡିଓ ସୂଚନା ଦେଇଛନ୍ତ। ପଞ୍ଜୀକରଣ ବେଳେ ଅଧିକ ନୀତିନିୟମ ଯୋଗୁ ଅନେକ ଚାଷୀ ସେଥିରୁ ବଞ୍ଚିତ ହୋଇ ମଣ୍ଡିରେ ଧାନ ବିକ୍ରି କରିପାରିନାହାନ୍ତି। ଯାହାଫଳରେ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ବାଧ୍ୟ ହୋଇ ଘରୋଇ ବେପାରୀଙ୍କୁ ଧାନ ବିକ୍ରି କରି କ୍ଷତି ସହୁଛନ୍ତି।

Dharitri –Odisha’s No.1 Trusted Odia Daily

Share