Posted inଜାତୀୟ

ଦିନକୁ ଘଟୁଛି ୮୮ ବଳାତ୍କାର, ଦୋଷୀ ହାର ୩୦%ରୁ କମ୍‌

ନୂଆଦିଲ୍ଲୀ,୮।୧୦: ଦେଶରେ ମହିଳାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି। ବଳାତ୍କାର ସହ ନାନାଦି ପ୍ରକାର ଅକଥନୀୟ ଅତ୍ୟାଚାର କରାଯାଉଛି। ଗତ ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶର ହାଥ୍‌ରସ ଜିଲାରେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯାଇଥିଲା। ଏହାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରତିବାଦ ଜାରି ରହିଛି। ରାତି ଅଧରେ ପରିବାର ଲୋକଙ୍କ ବିନା ଉପସ୍ଥିିତିରେ ପୀଡ଼ିତାଙ୍କ ମୃତଦେହ ପୋଡ଼ାଯିବା ଓ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଯାଇଛି। ଏମିତିକି ସୁପ୍ରିମକୋର୍ଟ ମଧ୍ୟ ଏଭଳି ଘଟଣା ଭୟାନକ ବୋଲି କହିଛନ୍ତି। ମାମଲାର ଏସ୍‌ଆଇଟି ତଦନ୍ତ କରାଯାଉଥିବାବେଳେ ସିବିଆଇ ତଦନ୍ତ ଲାଗି ରାଜ୍ୟ ସରକାର ସୁପାରିସ କରିଛନ୍ତି। ଏଭଳି ଅନେକ ବଳାତ୍କାର ଘଟଣା ଦିନକୁଦିନ ଘଟୁଛି ଓ ମହିଳାଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରାଯାଉଛି। ୨୦୧୨ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣା, ୨୦୧୭ ଉନ୍ନାଓ ବଳାତ୍କାର ଘଟଣା, ୨୦୧୮ କାଠୁଆ ବଳାତ୍କାର ଘଟଣା, ୨୦୧୯ ହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ଘଟଣା ମହିଳାଙ୍କ ପ୍ରତି ବଢ଼ିଚାଲିଥିବା ଅତ୍ୟାଚାରକୁ ଦର୍ଶାଉଛି।
ଥୋମାସ ରଏଟର୍ସ ଫାଉଣ୍ଡେଶନ ପକ୍ଷରୁ ୨୦୧୮ରେ କରାଯାଇଥିବା ଏକ ସର୍ଭେରୁ ଭାରତ ମହିଳାଙ୍କ ଲାଗି ବିପଦପୂର୍ଣ୍ଣ ଦେଶ ଭାବେ ଉଭା ହୋଇଥିବା ଦର୍ଶାଯାଇଛି। ଏନ୍‌ସିଆର୍‌ବି ରିପୋର୍ଟ ମୁତାବକ ୨୦୧୯ରେ ମହିଳାଙ୍କ ପ୍ରତି ଏଭଳି ଅସଦାଚରଣ ମାମଲା ୪ ଲକ୍ଷରୁ ଊର୍ଦ୍ଧ୍ୱ ଦେଖିବାକୁ ମିଳିଥିଲା। ଏହା ୨୦୧୮ରେ ୩.୭୮ ଲକ୍ଷ, ୨୦୧୭ରେ ୩.୫୯ ଲକ୍ଷ ଥିଲା। ଏସବୁ ମଧ୍ୟରେ ଦିନକୁ ୮୮ ବଳାତ୍କାର ଘଟଣା ଘଟୁଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହି ବଳାତ୍କାର ମାମଲାରେ ଦୋଷୀ ହାର ମାତ୍ର ୩୦%ରୁ କମ୍‌ ରହିଥିବା କୁହାଯାଇଛି। ଏଭଳି ଅନେକ ଘଟଣା ଆଖିଆଗକୁ ଆସୁ ନ ଥିବାବେଳେ ବହୁ ଘଟଣାକୁ ଚପାଇ ଦିଆଯାଉଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି। ଦେଶର ଉତ୍ତରପ୍ରଦେଶରେ ସବୁଠାରୁ ସ୍ଥିତି ଖରାପ ରହିଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୧୯ରେ ଏହି ରାଜ୍ୟରେ ମହିଳାଙ୍କ ପ୍ରତି ସବୁଠାରୁ ଅଧିକ ଅପରାଧ ଘଟିଛି। ଏଠାରେ ୫୯,୮୫୩ ଅପରାଧ ମାମଲା କରାଯାଇଥିବାବେଳେ ରାଜସ୍ଥାନରେ ୪୧,୫୫୦ ଓ ମହାରାଷ୍ଟ୍ରରେ ୩୭,୧୪୪ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri