୮୮ ଜୀବନ ବଞ୍ଚାଇଲେ ଦୀପକ, ଶୁଭଙ୍କର

ବାଲେଶ୍ୱର ଅଫିସ, ୭।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ଦୀପକ ରଞ୍ଜନ ବେହେରା ଏବଂ ଶୁଭଙ୍କର ଜେନା। ଅନେକ ଆହତଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏମାନଙ୍କ ସାହସ ଯୋଗୁ କରମଣ୍ଡଳର କାଳରୁ ୮୮ଜଣଙ୍କ ଜୀବନ ବର୍ତ୍ତିଯାଇଛି।
ଉକ୍ତ ସନ୍ଧ୍ୟାରେ ଉଭୟ ସାଙ୍ଗମାନଙ୍କ ସହ ବାହାନଗା ସ୍କୁଲ ପଡ଼ିଆରେ ଖେଳ ସାରି ବୁଲାବୁଲି କରୁଥିଲେ। ଏହି ସମୟରେ ହଠାତ୍‌ ବହୁତ ଜୋର୍‌ରେ ଶବ୍ଦ ହୋଇଥିଲା। ଏହା ଟ୍ରେନ ଦୁର୍ଘଟଣା ହୋଇଥିବା ଜାଣିପାରି ଉଭୟ ଅନ୍ୟ ସାଙ୍ଗମାନଙ୍କ ସହ ମିଶି ଘଟଣାସ୍ଥଳରେ ପହଞ୍ଚତ୍ ସଙ୍ଗେ ସଙ୍ଗେ ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ କାଳବିଳମ୍ବ ନ କରି ଜଣଙ୍କ ପରେ ଜଣେ ଯାତ୍ରୀଙ୍କୁ ବଗିରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଉଦ୍ଧାରକାରୀ ଟିମ୍‌ ପହଞ୍ଚତ୍ବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ବହୁ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟର ଛାତି ଥରା କାହାଣୀ ବଖାଣିଛନ୍ତି ଦୀପକ ଓ ଶୁଭଙ୍କର।
ଅବସରପ୍ରାପ୍ତ ସେନା କର୍ମଚାରୀ ଦୀପକ ରଞ୍ଜନ ବେହେରା କହନ୍ତି, ‘ଯେତେବେଳେ ଆମେ ବଗିରେ ପ୍ରବେଶ କଲୁ ଜଣଙ୍କ ଉପରେ ଜଣେ ଯାତ୍ରୀ ଲଦି ହୋଇ ରହିଥିବା ଦେଖିବାକୁ ପାଇଥିଲୁ। ଅନେକ ଯାତ୍ରୀ ଉଦ୍ଧାର ପାଇଁ ଚିକତ୍ାର କରୁଥିଲେ। ବହୁ ଲୋକଙ୍କୁ ଉଦ୍ଧାର ମଧ୍ୟ କରିଥିଲୁ। ଅନେକ ଲୋକ ଆଖି ସାମ୍ନାରେ ମୃତ୍ୟୁବରଣ କରିଥିଲେ। ବଗି ଭିତରେ ଅନ୍ଧାର ହୋଇଥିବାରୁ କିଛି ଦୃଶ୍ୟମାନ ହେଉ ନ ଥିଲା। ତଥାପି କଳେ ବଳେ କୌଶଳେ ମୋବାଇଲ୍‌ ଲାଇଟ୍‌ ଯୋଗେ ଆମେ ଉଦ୍ଧାର କାର୍ଯ୍ୟ ଜାରି ରଖୁଥିଲୁ। ପ୍ରାୟ ୮୮ ଜଣଙ୍କ ଜୀବନ ରକ୍ଷା କରିଥିଲୁ। ଦୁର୍ଘଟଣାର ପ୍ରଥମ ୧ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ଆହତଙ୍କୁ ଉଦ୍ଧାର କରି ଗାଡ଼ି ଯୋଗେ ହସ୍ପିଟାଲ ନେଇଥିଲୁ। ଏପରିକି ସାଇକେଲରେ ମଧ୍ୟ କିଛି ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏହାପରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ସେହିପରି ଶୁଭଙ୍କର ଜେନା କହନ୍ତି, ଉଦ୍ଧାର ସମୟରେ ଦୁର୍ଘଟଣାଗ୍ରସ୍ତ ବଗି ଭିତରୁ ଜଣେ ଗର୍ଭବତୀ ଚିକତ୍ାର କରୁଥିଲେ। ତାଙ୍କୁ ଉଦ୍ଧାର କରିବାରେ ଆମେ ସଫଳ ହୋଇଥିଲୁ। ଏପରି ସମୟରେ ଗ୍ରାମବାସୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଯଦ୍ୱାରା ବହୁ ଜୀବନ ରକ୍ଷା ପାଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri