ପନିପରିବା ଦାମ୍‌ ବୃଦ୍ଧି ଯୋଗୁ ୮୭ ପ୍ରତିଶତ ଭାରତୀୟ ପରିବାର ପ୍ରଭାବିତ..

ନୂଆଦିଲ୍ଲୀ, ୧୨।୪ : ଦେଶରେ ପନିପରିବା ଦାମ୍‌ ବୃଦ୍ଧି ଯୋଗୁ ଲୋକଙ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏକ ସର୍ଭେ ଅନୁସାରେ ଏହାଯୋଗୁ ୮୭ ଭାରତୀୟ ପରିବାର ପ୍ରଭାବିତ ହୋଇଛନ୍ତି। ଦେଶର ୩୧୧ ଜିଲାରେ ହୋଇଥିବା ଏହି ସର୍ଭେରେ ୧୧,୮୦୦ ଲୋକଙ୍କୁ ସାମିଲ କରାଯାଇଥିଲା।

ସର୍ଭେରେ ୬୪ ପୁରୁଷ ଏବଂ ୩୬ ପ୍ରତିଶତ ମହିଳାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୮ ପ୍ରତିଶତ ପ୍ରଥମଶ୍ରେଣୀ ସହରରେ ବାସ କରୁଥିବାବେଳେ ୨୯ ପ୍ରତିଶତ ଦ୍ୱିତୀୟ ଏବଂ ୨୩ ପ୍ରତିଶତ ତୃତୀୟ ଶ୍ରେଣୀ ସହର ତଥା ଗ୍ରାମୀଣ ଅଞ୍ଚଳରେ ବାସ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମାର୍ଚ୍ଚ ମାସରେ ପନିପରିବା ଦର ବୃଦ୍ଧି ନେଇ ଲୋକଙ୍କ ମତାମତ ଆଧାରରେ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଦରଦାମ୍‌ ବୃଦ୍ଧିର ପ୍ରଭାବ ପ୍ରତି ୧୦ରୁ ୯ ଘରେ ଦେଖିବାକୁ ମିଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୩୭ ପ୍ରତିଶତ ଲୋକ ସେମାନଙ୍କର ଖର୍ଚ୍ଚ ପନିପରିବାରେ ୨୫ ପ୍ରତିଶତ ବୃଦ୍ଧି ପାଇଥିବା କହିଥିଲେ। ୨୯ ପ୍ରତିଶତ ଲୋକ ଖାଇବା ତେଲ ବ୍ୟବହାର କରିବା କମାଇଥିବା କହିଥିଲେ।

ସୂଚନାଯୋଗ୍ୟ ଭାରତ ୮୫ ପ୍ରତିଶତ ସୋୟାବିନ୍‌ ତେଲ ଆର୍ଜେଣ୍ଟିନା ଏବଂ ବ୍ରାଜିଲ୍‌ରୁ ଆମଦାନୀ କରୁଥିବାବେଳେ ୯୦ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ରୁଷିଆ ଏବଂ ୟୁକ୍ରେନ୍‌ରୁ ଆମଦାନୀ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ ଥରେ ହ୍ୟାଲୋ କହିଲେ ଆପଣଙ୍କ ବ୍ୟାଙ୍କ ଖାତା ହୋଇଯିବ ଶୂନ !

ରାଞ୍ଚି,୨୫।୧: ବେଳେବେଳେ କେତେକ ଅଚିହ୍ନା ଲୋକ ମୋବାଇଲ ଯୋଗେ ଆପଣଙ୍କ ବ୍ୟାଙ୍କ ଖାତା ସମ୍ପର୍କରେ କିଛି ସୂଚନା ଦେଇଥାନ୍ତି। ତେବେ ଏଭଳି ଫୋନ୍‌ କଲ୍‌ ଠାରୁ...

ଗୁଗଲ୍‌ ସିଇଓଙ୍କ ସମେତ ୧୮ ନାଁରେ ମାମଲା ରୁଜୁ

ବାରାଣସୀ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀର ଭେଲୁପୁର ପୋଲିସ ଷ୍ଟେଶନରେ ଏକ ଏଫଆଇଆର ମାମଲା ରୁଜୁ ହୋଇଛି। ଆଇଟି ଆକ୍ଟ ଅଧୀନରେ ଏହି...

ମାନ୍ଦାବସ୍ଥା ପ୍ରଭାବ;ଖସିଲା ମାନୁଫାକଚରିଂ କ୍ଷେତ୍ର ଅଭିବୃଦ୍ଧି

ନୂଆଦିଲ୍ଲୀ, ୩-୯: ଘରୋଇ ବଜାରର ବିଭିନ୍ନ କ୍ଷେତ୍ର ଉପରେ ମାନ୍ଦାବସ୍ଥା ପ୍ରଭାବ ପଡିଛି। ଏବେ ବିନିର୍ମାଣ କ୍ଷେତ୍ରରେ ଏଭଳି ସ୍ଥିତି ଦେଖାଯାଇଛି। ଏଥି ଯୋଗୁ ଦେଶର...

ଅଜବ ସ୍ବାସ୍ଥ୍ୟ ସେବା: ଭାଙ୍ଗିଥିଲା ବାମ ହାତ; ଡାହାଣ ହାତରେ ପ୍ଲାଷ୍ଟର ଲଗାଇଲେ ଡାକ୍ତର

ପାଟନା, ୨୬।୬: ବିହାରରରେ ସ୍ବାସ୍ଥ୍ୟ ଭୁଶୁଡ଼ି ପଡିଛି ବୋଲି ଚର୍ଚ୍ଚା ଜାରି ରହିଛି। ଏଠାରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ଥମୁ ନ ଥିବାବେଳେ ଏଠାକାର...

ଉତ୍ତର-ପୂର୍ବ ଦିଲ୍ଲୀରେ ୩୫ କମ୍ପାନୀ ପାରାମିଲିଟାରୀ ଯବାନ ମୁତୟନ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିବାରେ ନା ଧରୁନି। ଏହାକୁ ଦୃଷ୍ଟିରେ ରଖି ଏଠାରେ ୩୫ କମ୍ପାନୀ ପାରାମିଲିଟାରୀ...

ପିଲା ଚୋର କହି ସାଧୁଙ୍କୁ ନିସ୍ତୁକ ପିଟିଲେ…

ମୁମ୍ବାଇ,୧୪।୯ : ମହାରାଷ୍ଟ୍ରରେ ସାଧୁଙ୍କ ଉପରେ ଆକ୍ରମଣର ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂଗଲିର ଏକ ସଦ୍ୟତମ ଘଟଣାରେ ଗ୍ରାମବାସୀମାନେ ଚାରିଜଣ ସାଧୁଙ୍କୁ ପିଲା...

ଆଜ୍‌ମା, କିଡ୍‌ନୀ, କ୍ୟାନସର ରୋଗୀଙ୍କ ପାଇଁ ପ୍ରାଣଘାତି ହେଉଛି କରୋନା!

ନୂଆଦିଲ୍ଲୀ,୧୭ ।୧: କରୋନା ମହାମାରୀ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଆଜମା, ଗୁରୁତର କିଡନୀ ରୋଗୀ ଓ କ୍ୟାନସର...

ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରେ ରାଜଘାଟ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ରାଷ୍ଟ୍ରପତି ରାମନାଥ...

Advertisement
Archives

Model This Week