୧୦ ମାସରେ ଗଡ଼ିଲାଣି ୮୭ ମୁଣ୍ଡ

ବ୍ରହ୍ମପୁର,୨୩ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଦିନକୁ ଦିନ ହତ୍ୟା ଘଟଣା ବଢ଼ିବାରେ ଲାଗିଛି। କେଉଁଠି ରାଜନୈତିକ ଶତ୍ରୁତା ତ ଆଉ କେଉଁଠି ପୂର୍ବ ଶତ୍ରୁତାରୁ ମୁଣ୍ଡ ଗଡ଼ୁଛି। ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଘଟି ଲୋକଙ୍କ ଜୀବନ ଯାଇଥାଏ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ହତ୍ୟାକାଣ୍ଡ ଘଟୁଛି। ଫଳରେ ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ନେଇ ସାଧାରଣରେ ଆଲୋଚନା ହେଉଛି।
ଗଞ୍ଜାମ ପୋଲିସ ଜିଲାରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମୋଟ ୬୪ଟି ହତ୍ୟା ମାମଲା ରୁଜୁ ହୋଇଛି। ତନ୍ମଧ୍ୟରୁ ଚଳିତ ମାସରେ ୧୩ଟି ହତ୍ୟା ମାମଲା ରୁଜୁ ହୋଇ ସାରିଲାଣି। ସେହିପରି ବ୍ରହ୍ମପୁର ପୋଲିସ ଜିଲାରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨୩ଟି ହତ୍ୟା ମାମଲା ରୁଜୁ ହୋଇଛି। ଗତ ୧୦ଦିନ ମଧ୍ୟରେ ଜିଲାରେ ୨ଟି ହତ୍ୟାକାଣ୍ଡ ହୋଇଛି। ଗତ ୧୧ ତାରିଖରେ ବ୍ରହ୍ମପୁର ପୋଲିସ ଜିଲା ଅଧୀନ ଗୋଷାଣିନୂଆଗାଁରେ ସିଡବ୍ଲ୍ୟୁସି ସଦସ୍ୟା ସୌଦାମିନୀ ରଥଙ୍କୁ ହତ୍ୟା କରାଯାଇଥିବା ବେଳେ ଶନିବାର ରାତିରେ ଗଞ୍ଜାମ ପୋଲିସ ଜିଲାର ରମ୍ଭା ଥାନା ଅନ୍ତର୍ଗତ ବଡରାମପଲି ଗ୍ରାମର ପଦ୍ମ ରେଡ୍ଡୀ ଓରଫ ମିଟୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବରରେ କୋଦଳା ଓ ଧରାକୋଟ ଥାନା ଅଞ୍ଚଳରେ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ତେବେ ନିର୍ବାଚନ ପୂର୍ବରୁ ଗୋଟିଏ ପରେ ଗୋଟିଏ ଏଭଳି ହତ୍ୟା ଘଟଣା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ଗଞ୍ଜାମ ଜିଲାରେ ବିଶେଷକରି ନିର୍ବାଚନ ପୂର୍ବରୁ ଆପରାଧିକ ମାମଲା ବୃଦ୍ଧି ପାଇଥାଏ। ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଓ ପରେ ଜିଲାର ବିଭିନ୍ନ ସ୍ଥାନରେ ହତ୍ୟାକାଣ୍ଡ ଘଟିଥିଲା। ଏବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଣି ଅପରାଧ ବଢ଼ିବାରେ ଲାଗିଛି। କେତେକ ହତ୍ୟା ଘଟଣା ପଛରେ ରାଜନୈତିକ ଶତ୍ରୁତା ଓ ଗୋଷ୍ଠୀ ବିବାଦ ରହିଥିବା ଦେଖିବାକୁ ମିଳୁଛି। ଏଭଳି ଅପରାଧକୁ ନିୟନ୍ତ୍ରଣ କରିବା ଏବେ ପୋଲିସ ପାଇଁ ଚାଲେଞ୍ଜ ହୋଇଛି। ଗଞ୍ଜାମ ପୋଲିସ ଜିଲାରେ ଗତ ୨୦୨୧ରେ ୭୭ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ୫୭ଟି ହତ୍ୟା ମାମଲା ରୁଜୁ ହୋଇଥିଲା। କିନ୍ତୁ ଚଳିତବର୍ଷ ଅକ୍ଟୋବର ୨୨ ସୁଦ୍ଧା ୬୪ଟି ହତ୍ୟା ମାମଲା ରୁଜୁ ହୋଇ ସାରିଲାଣି। ସେହିପରି ବ୍ରହ୍ମପୁର ପୋଲିସ ଜିଲାରେ ୨୦୨୧ରେ ୩୨ଟି ହତ୍ୟା ମାମଲା ହୋଇଥିବା ବେଳେ ୨୦୨୨ରେ ୨୫ ଓ ୨୦୨୩ ଅକ୍ଟୋବର ୨୨ ତାରିଖ ସୁଦ୍ଧା ୨୩ ହତ୍ୟା ମାମଲା ରୁଜୁ ହୋଇସାରିଲାଣି। ଚଳିତବର୍ଷ ଗଞ୍ଜାମ ପୋଲିସ ଜିଲାର ଗଞ୍ଜାମ, କବିସୂର୍ଯ୍ୟନଗର, କୋଟିନଡ଼ା, ପାଟପୁର, ରମ୍ଭା, ଶେରଗଡ଼, ସୋରଡ଼ା, କୋଦଳା ଓ ଧରାକୋଟ ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଶେରଗଡ଼ ଥାନା ଅଞ୍ଚଳରେ ସର୍ବାଧିକ ୩ଟି ହତ୍ୟା ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri