Posted inଫୁରସତ

୩୨ ବର୍ଷୀୟଙ୍କ ୮୭ ପିଲା

ଲସ୍‌ ଏଞ୍ଜେଲ୍ସ: ଆମେରିକାର କାଲିଫର୍ନିଆ ନିବାସୀ କାଇଲି ଗୋର୍ଡି(୩୨)ଙ୍କର ୮୭ ଜଣ ସନ୍ତାନସନ୍ତତି ରହିଛନ୍ତି। ବିଶ୍ୱର ବିଭିନ୍ନ କୋଣାନୁକୋଣରେ ତାଙ୍କର ପିଲାମାନେ ରହୁଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ ସେ ୧୦୦ ସନ୍ତାନର ପିତା ହେବାକୁ ଯାଉଛନ୍ତି ବୋଲି କାଇଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ୩ ଜଣକ ନଁାରେ ଉକ୍ତ ରେକର୍ଡ ରହିଛି।
ହେଉଛନ୍ତି ଜଣେ ଶୁକ୍ରାଣୁ ଦାତା। ସେ ନିଜ ଶୁକ୍ରାଣୁ ଦାନ କରି ସନ୍ତାନହୀନ ଦମ୍ପତିଙ୍କୁ ମାତାପିତା ହେବାକୁ ସାହାଯ୍ୟ କରିଥାନ୍ତି। ଏତେ ସଂଖ୍ୟକ ସନ୍ତାନ ପରେ, ଆହୁରି ସନ୍ତାନ ଜନ୍ମ କରିବେ କି ନାହିଁ ପଚରା ଯିବାରୁ କାଇଲି କହିଛନ୍ତି, ଏହା ତାଙ୍କ ପାଇଁ ଆରମ୍ଭ ମାତ୍ର। ସେ କେତେ ପିଲାଙ୍କ ବାପା ହେବାକୁ ଚାହୁଁଛନ୍ତି ସେ ନେଇ କୌଣସି ଲକ୍ଷ୍ୟ ସ୍ଥିର କରିନାହାନ୍ତି। ସେ ଶୁକ୍ରାଣୁ ଦାନ କରି ସନ୍ତାନହୀନ ଦମ୍ପତିଙ୍କୁ ସାହାଯ୍ୟ କରୁଛନ୍ତି। ତେଣୁ ଭବିଷ୍ୟତରେ ମଧ୍ୟ ସେ ଏହି କାର୍ଯ୍ୟ ଜାରି ରଖିବେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କାଇଲି ସନ୍ତାନହୀନ ଦମ୍ପତିମାନଙ୍କୁ ମାଗଣାରେ ନିଜ ଶୁକ୍ରାଣୁ ଦାନ କରନ୍ତି। ‘ୱି ପ୍ରେଗନେଣ୍ଟ ନାଓ’ ନାମରେ ତାଙ୍କର ଏକ ୱେବ୍‌ସାଇଟ୍‌ ରହିଛି, ଯେଉଁଠାରେ ଲୋକମାନେ ତାଙ୍କ ସହ ଶୁକ୍ରାଣୁ ପାଇଁ ଯୋଗାଯୋଗ କରନ୍ତି। କାଇଲି କହିଛନ୍ତି, ୨୦୨୫ରେ ତାଙ୍କର ୧୪ ସନ୍ତାନ ସ୍ବିଡେନ, ନରୱେ, ଇଂଲଣ୍ଡ ଏବଂ ସ୍କଟ୍‌ଲାଣ୍ଡରେ ଜନ୍ମ ହେବାକୁ ଯାଉଛନ୍ତି। ତାଙ୍କର ସବୁଠାରୁ ବଡ଼ ସନ୍ତାନର ବୟସ ଏବେ ୧୦ ବର୍ଷ ହୋଇଥିବା କାଇଲି କହିଛନ୍ତି।
ତେବେ ୮୭ ପିଲାଙ୍କ ବାପା କାଇଲି ସମ୍ପ୍ରତି ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି। ଗତବର୍ଷ ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତେବେ କିଛି ମାସର ସମ୍ପର୍କ ପରେ ଏହି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଉକ୍ତ ସମ୍ପର୍କରେ ଥିବା ସମୟରେ କାଇଲି କିଛି ମାସ ପାଇଁ ଶୁକ୍ରାଣୁ ଦାନ କରିବା ବନ୍ଦ କରିଥିଲେ। ତେବେ ପରେ ସେ ପୁଣି ଏହି କାର୍ଯ୍ୟକୁ ଆରମ୍ଭ କରିଥିଲେ। ଏତେ ପିଲାଙ୍କ ବାପା ହୋଇ ସେ ସର୍ବଦା ଖୁସି ଅନୁଭବ କରିଥାନ୍ତି ବୋଲି କାଇଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri