Posted inଫୁରସତ

୩୨ ବର୍ଷୀୟଙ୍କ ୮୭ ପିଲା

ଲସ୍‌ ଏଞ୍ଜେଲ୍ସ: ଆମେରିକାର କାଲିଫର୍ନିଆ ନିବାସୀ କାଇଲି ଗୋର୍ଡି(୩୨)ଙ୍କର ୮୭ ଜଣ ସନ୍ତାନସନ୍ତତି ରହିଛନ୍ତି। ବିଶ୍ୱର ବିଭିନ୍ନ କୋଣାନୁକୋଣରେ ତାଙ୍କର ପିଲାମାନେ ରହୁଛନ୍ତି। ଅଳ୍ପ କିଛିଦିନ ମଧ୍ୟରେ ସେ ୧୦୦ ସନ୍ତାନର ପିତା ହେବାକୁ ଯାଉଛନ୍ତି ବୋଲି କାଇଲି କହିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ୩ ଜଣକ ନଁାରେ ଉକ୍ତ ରେକର୍ଡ ରହିଛି।
ହେଉଛନ୍ତି ଜଣେ ଶୁକ୍ରାଣୁ ଦାତା। ସେ ନିଜ ଶୁକ୍ରାଣୁ ଦାନ କରି ସନ୍ତାନହୀନ ଦମ୍ପତିଙ୍କୁ ମାତାପିତା ହେବାକୁ ସାହାଯ୍ୟ କରିଥାନ୍ତି। ଏତେ ସଂଖ୍ୟକ ସନ୍ତାନ ପରେ, ଆହୁରି ସନ୍ତାନ ଜନ୍ମ କରିବେ କି ନାହିଁ ପଚରା ଯିବାରୁ କାଇଲି କହିଛନ୍ତି, ଏହା ତାଙ୍କ ପାଇଁ ଆରମ୍ଭ ମାତ୍ର। ସେ କେତେ ପିଲାଙ୍କ ବାପା ହେବାକୁ ଚାହୁଁଛନ୍ତି ସେ ନେଇ କୌଣସି ଲକ୍ଷ୍ୟ ସ୍ଥିର କରିନାହାନ୍ତି। ସେ ଶୁକ୍ରାଣୁ ଦାନ କରି ସନ୍ତାନହୀନ ଦମ୍ପତିଙ୍କୁ ସାହାଯ୍ୟ କରୁଛନ୍ତି। ତେଣୁ ଭବିଷ୍ୟତରେ ମଧ୍ୟ ସେ ଏହି କାର୍ଯ୍ୟ ଜାରି ରଖିବେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କାଇଲି ସନ୍ତାନହୀନ ଦମ୍ପତିମାନଙ୍କୁ ମାଗଣାରେ ନିଜ ଶୁକ୍ରାଣୁ ଦାନ କରନ୍ତି। ‘ୱି ପ୍ରେଗନେଣ୍ଟ ନାଓ’ ନାମରେ ତାଙ୍କର ଏକ ୱେବ୍‌ସାଇଟ୍‌ ରହିଛି, ଯେଉଁଠାରେ ଲୋକମାନେ ତାଙ୍କ ସହ ଶୁକ୍ରାଣୁ ପାଇଁ ଯୋଗାଯୋଗ କରନ୍ତି। କାଇଲି କହିଛନ୍ତି, ୨୦୨୫ରେ ତାଙ୍କର ୧୪ ସନ୍ତାନ ସ୍ବିଡେନ, ନରୱେ, ଇଂଲଣ୍ଡ ଏବଂ ସ୍କଟ୍‌ଲାଣ୍ଡରେ ଜନ୍ମ ହେବାକୁ ଯାଉଛନ୍ତି। ତାଙ୍କର ସବୁଠାରୁ ବଡ଼ ସନ୍ତାନର ବୟସ ଏବେ ୧୦ ବର୍ଷ ହୋଇଥିବା କାଇଲି କହିଛନ୍ତି।
ତେବେ ୮୭ ପିଲାଙ୍କ ବାପା କାଇଲି ସମ୍ପ୍ରତି ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି। ଗତବର୍ଷ ସେ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ତେବେ କିଛି ମାସର ସମ୍ପର୍କ ପରେ ଏହି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଉକ୍ତ ସମ୍ପର୍କରେ ଥିବା ସମୟରେ କାଇଲି କିଛି ମାସ ପାଇଁ ଶୁକ୍ରାଣୁ ଦାନ କରିବା ବନ୍ଦ କରିଥିଲେ। ତେବେ ପରେ ସେ ପୁଣି ଏହି କାର୍ଯ୍ୟକୁ ଆରମ୍ଭ କରିଥିଲେ। ଏତେ ପିଲାଙ୍କ ବାପା ହୋଇ ସେ ସର୍ବଦା ଖୁସି ଅନୁଭବ କରିଥାନ୍ତି ବୋଲି କାଇଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣକୁ ନେଇ ୧୨ ଘଣ୍ଟିଆ ଲାଞ୍ଜିଗଡ ବନ୍ଦ ଡାକରା: ସ୍କୁଲ, କଲେଜ, ଦୋକାନ ବଜାର ସବୁ ଠପ୍‌

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସବ-ରେଜିଷ୍ଟାର କାର୍ଯ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ଥାପନ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ବିରୋଧ କରିଛନ୍ତି।…

ବିବାହର କିଛି ଘଣ୍ଟା ପରେ ଏକ ସନ୍ତାନକୁ ଜନ୍ମ ଦେଲେ କନ୍ୟା, ଆଶ୍ଚର୍ଯ୍ୟ ହୋଇଗଲା ବର, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୫।୨: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜିମନଗର ଥାନା ଅଞ୍ଚଳ ଅନ୍ତର୍ଗତ…

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ନଡ୍ଡା-ଖାର୍ଗେ କଥା କଟାକଟି: ରାହୁଲଙ୍କୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୫।୨: ସଂସଦର ବଜେଟ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଗୃହରେ ହୋହଲ୍ଲା ଜାରି ରହିଛି। ଗୁରୁବାର ଲୋକ ସଭା କାର୍ଯ୍ୟ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା। କିନ୍ତୁ…

UPI New Rules: ବଦଳିଲା UPI ଟ୍ରାଞ୍ଜାକ୍ସନ ପଦ୍ଧତି, ଜାଣନ୍ତୁ କେଉଁମାନେ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୫।୨: ଭାରତରେ ଡିଜିଟାଲ ପେମେଣ୍ଟ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ପନିପରିବା କିଣିବା ଠାରୁ ଆରମ୍ଭ କରି ଅନଲାଇନ ସପିଂ, ବିଦ୍ୟୁତ୍‌ ବିଲ…

ମମତା ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା, ୨୦ ଲକ୍ଷ କର୍ମଚାରୀଙ୍କୁ ୨୫% DA ଦେବାକୁ ନିର୍ଦ୍ଦେଶ

କୋଲକାତା,୫।୨: ପଶ୍ଚିମବଙ୍ଗ ସରକାର ଏବଂ କର୍ମଚାରୀଙ୍କ ମଧ୍ୟରେ ମହଙ୍ଗା ଭତ୍ତା (ଡିଏ) ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦରେ ସୁପ୍ରିମକୋର୍ଟ ଗୁରୁବାର ପ୍ରାୟ ୨୦ ଲକ୍ଷ…

ଧାନ କିଣାକୁ ନେଇ ଅବ୍ୟବସ୍ଥା: ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଚାଷୀ

ଲଇକେରା, ୫।୨(ରଞ୍ଜନ କୁମାର ମେହେର ): ଝାରସୁଗୁଡା ଜିଲାରେ ବର୍ତ୍ତମାନ ଧାନ କିଣାକୁ ନେଇ ଘୋର ଅବ୍ୟବସ୍ଥା ଲାଗି ରହିଛି। ଗୁରୁବାର ସକାଳୁ ମଣ୍ଡିକୁ ଟ୍ରାକ୍ଟରରେ ଧାନ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri