ଅନଲାଇନରେ ମୃତ ୮୫ ବର୍ଷ ବୟସ୍କା ବୃଦ୍ଧା : ପେନସନ ପାଇଁ ନିଜକୁ ଜୀବିତ ପ୍ରମାଣ କରିବାକୁ ବୁଲୁଛନ୍ତି ସରକାରୀ କାର୍ଯ୍ୟାଳୟ…

ଅଜମେର,୨୫।୪ : ରାଜସ୍ଥାନର ଅଜମେର ଜିଲାର ବେୱାରରେ ଅବସ୍ଥିତ ବଞ୍ଜାରି ପଞ୍ଚାୟତରେ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଣେ ୮୫ ବର୍ଷ ବୟସ୍କା ବୃଦ୍ଧା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ବାସ କରୁଥିବା ଗାଟୁ ଦେବୀ ନାମକ ବୃଦ୍ଧାଙ୍କୁ ମୃତ ଘୋଷଣା କରି ତାଙ୍କ ପେନସନ ବନ୍ଦ କରିଦିଆଯାଇଛି। ଅଧିକାରୀ କହିଛନ୍ତି, ଫିଙ୍ଗର ପ୍ରିଣ୍ଟ ନଥିବାରୁ ବାୟୋମେଟ୍ରିକ ଯାଞ୍ଚ ଅଭାବରୁ ଅନଲାଇନରେ ତ୍ରୁଟି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ଏହି କାରଣରୁ ତାଙ୍କ ବିଧବା ପେନସନ ବନ୍ଦ ହୋଇଯାଇଛି।

ଗତ ଏକ ବର୍ଷ ଧରି ବାୟୋମେଟ୍ରିକ ଯାଞ୍ଚ ପାଇଁ ଅନଲାଇନ ପୋର୍ଟାଲ ମାଧ୍ୟମରେ ସେ ଅନେକ ସରକାରୀ କାର୍ଯ୍ୟାଳୟ ବୁଲି ଗୁହାରି କରୁିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଶେଷ ଥର ପାଇଁ ଫେବୃଆରୀ ୨୦୨୨ରେ ଗାଟୁ ଦେବୀ ବିଧବା ପେନସନ ପାଇଥିଲେ। ସେବେଠାରୁ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ନ ହେବା କାରଣରୁ ତାଙ୍କ ପେନସନକୁ ଅଟକାଇ ରଖାଯାଇଛି।

ସେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିବା ପରେ ମଧ୍ୟ ଏପର୍ଯ୍ୟନ୍ତ କେହି ତାଙ୍କ କଥା ବୁଝୁ ନ ଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ, ୧୫ ମାର୍ଚ୍ଚ ୨୦୨୨ ରେ ବଞ୍ଜାରି ପଞ୍ଚାୟତ ସମିତି ଗାଟୁ ଦେବୀଙ୍କ ବିଧବା ପେନସନକୁ ବନ୍ଦ କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଅତୀତରେ ତଳେ ପଡ଼ି ବୃଦ୍ଧ ମହିଳାଙ୍କର ଗୋଡ ଭାଙ୍ଗି ଯାଇଥିଲା। ଫଳରେ ସେ ଏବେ ଠିକ ଭାବରେ ଚାଲିବାକୁ ମଧ୍ୟ ସକ୍ଷମ ନୁହଁନ୍ତି । ଏପରିସ୍ଥଳେ ସେ ଛୋଟାଇ ଛୋଟାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବୁଲି ନିଜକୁ ଜୀବିତ ପ୍ରମାଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ପାଖରେ ଟଙ୍କା ନ ଥିବାରୁ ତାଙ୍କ ଅବସ୍ଥା ସଙ୍କଟ ଜନକ ହେବାରେ ଲୋଗିଛି।

ପଞ୍ଚାୟତ ସମିତିର ପେନସନ କନିଷ୍ଠ କିରାଣି କହ୍ନେୟାଲାଲ କହିଛନ୍ତି, ମାତାଜୀ ଗାଟୁ ଦେବୀ ଘରେ ନ ଥିବାରୁ ଗତ ବର୍ଷ ତାଙ୍କର ଫିଙ୍ଗରପ୍ରିଣ୍ଟ ଯାଞ୍ଚ କରାଯାଇପାରି ନ ଥିଲା। ଏହି କାରଣରୁ ଭୁଲରେ ଅନଲାଇନରେ ତାଙ୍କୁ ମୃତ ଭାବେ ଦର୍ଶାଯାଇଛି। ତେଣୁ ତାଙ୍କର ପେନସନ ବନ୍ଦ ହୋଇଯାଇଛି। ପୂର୍ବରୁ ଅନଲାଇନରେ ଏକ ବିକଳ୍ପ ଥିଲା, ଯେଉଁଥିରେ ଡକ୍ୟୁମେଣ୍ଟ ଅପଲୋଡ ହେଲେ ଜଣେ ସରକାରୀ କାଗଜପତ୍ରରେ ପୁଣି ଜୀବନ୍ତ ହୋଇପାରୁଥିଲେ, କିନ୍ତୁ ବର୍ତ୍ତମାନ ସେହି ବିକଳ୍ପକୁ ହଟାଇ ଦିଆଯାଇଛି। ତାଙ୍କୁ ପୁଣି ପେନସନ ପାଇଁ ଏକ ନୂତନ ଆବେଦନ କରିବାକୁ ପଡିବ। ତାଙ୍କୁ ସରକାରୀ କାଗଜପତ୍ରରେ ପୁନର୍ଜୀବିତ କରିବାର ଅନ୍ୟ କୌଣସି ବିକଳ୍ପ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri