୮୩୧ କୋଟିର ଜିଏସ୍‌ଟି ଠକେଇ

ନୂଆଦିଲ୍ଲୀ,୪।୧: ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ୮୩୧ କୋଟି ଟଙ୍କା ଟିକସ ଠକେଇର ପର୍ଦ୍ଦାଫାଶ କରିଛନ୍ତିି। ଗୁଟ୍‌ଖା, ପାନମସଲା ଏବଂ ତମାଖୁ ପ୍ରଡକ୍ଟର ମାନୁଫାକଚର ଏବଂ ଯୋଗାଣ କରୁଥିବା ଜଣେ ବ୍ୟକ୍ତିବିଶେଷ ଏହି ଠକେଇରେ ସାମିଲ ଥିଲେ। ଏହି ବ୍ୟକ୍ତି ଜଣଙ୍କୁ ଏବେ ଗିରଫ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ବିନା କୌଣସି ପଞ୍ଜୀକରଣ ଏବଂ ଟିକସ ପ୍ରଦାନ କରି ଏହି ବ୍ୟକ୍ତି କାରବାର ଜାରି ରଖିଥିଲେ। ସେଣ୍ଟ୍ରାଲ ଜିଏସ୍‌ଟି ଦିଲ୍ଲୀ ଓ୍ବେଷ୍ଟ କମିଶନରେଟ ପକ୍ଷରୁ ଏଭଳି ଏକ ଟିକସ ଠକେଇ ର଼୍ୟାକେଟ ଉପରୁ ପର୍ଦ୍ଦା ହଟାଯାଇଛି।
ତଥ୍ୟ ପ୍ରମାଣକୁ ଆଧାର କରି ସାମଗ୍ରୀ ଜବତ କରାଯାଇଛି। ଟିକସ ଠକେଇରେ ସମ୍ପୃକ୍ତ ରହିଥିବା ମାନିଛନ୍ତି। ଏହି ମାମଲା ଉପରେ ଖୋଳତାଡ ଜାରି ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବେଆଇନ ଭାବେ ଗୁଟଖା, ତମାଖୁ ଏବଂ ପାନ ମସଲା ପ୍ରଡକ୍ଟ ମାନୁଫାକଚର ହେଉଥିବା ଚଢାଉ ବେଳେ ସାମ୍ନାକୁ ଆସିଥିଲା। ଏକ ବେଆଇନ ଫ୍ୟାକ୍ଟ୍ରିରେ ପ୍ରାୟ ୪୫ ଜଣ କାମ କରୁଥିଲେ। ଗୁଟଖା ପ୍ରଡକ୍ଟକୁ ବିଭିନ୍ନ ପ୍ରଦେଶକୁ ସଫ୍ଲାଇ କରାଯାଉଥିଲା। ଚଢ଼ାଉ ବେଳେ ୪.୧ କୋଟି ଟଙ୍କାର କଞ୍ଚାମାଲ ଜବତ କରାଯାଇଛି। ଟିକସ ଫାଙ୍କିବା ଲାଗି ବ୍ୟକ୍ତି ବିଶେଷ ଇନଭଏସ ବ୍ୟବହାର କରୁ ନ ଥିଲେ। ଏହି କମ୍ପାନୀ ଜିଏସ୍‌ଟି ଆଇନର ବିଭିନ୍ନ ଧାରାକୁ ଉଲ୍ଲଂଘନ କରିଥିବା ଜଣାପଡିଛି। ଗିରଫ ବ୍ୟକ୍ତି ବିଶେଷଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେହିଭଳି ଟିକସ ଅସୁଲ କରିବା ଲାଗି ତଦନ୍ତ ଜାରି ରହିଛି। ଦିଲ୍ଲୀ ଜିଏସ୍‌ଟି ଜୋନ ଚଳିତ ଆର୍ଥତ୍କ ବର୍ଷରେ ୪,୩୨୭ କୋଟି ଟଙ୍କା ଟିକସ ଠକେଇ ଉପରୁ ପର୍ଦ୍ଦା ହଟାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଲକ୍ଷ ଟନ୍‌ ଗହମ ରପ୍ତାନି ହୋଇଛି

ନୂଆଦିଲ୍ଲୀ,୨୩ା୬: ଚଳିତ ବର୍ଷ ଜୁନ୍‌ ମଧ୍ୟରେ ଭାରତ ୩୦ ଲକ୍ଷ ଟନ୍‌ ଗହମ ରପ୍ତାନି କରିସାରିଛି। ଏହାଛଡ଼ା ଆହୁରି ମଧ୍ୟ କିଛି ଦେଶ ରପ୍ତାନି ପାଇଁ...

ବନ୍ୟା, ଭୂମିକମ୍ପ ପାଇଁ ଅଲଗା ହେବ ଗାଡ଼ି ବୀମା ପଲିସି

ନୂଆଦିଲ୍ଲୀ,୨୪।୬: ସାଧାରଣ ବୀମା କମ୍ପାନୀ ଭୂମିକମ୍ପ, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ, ଭଙ୍ଗାରୁଜା ଏବଂ ଦଙ୍ଗା ଭଳି ଘଟଣା ଲାଗି ଏଣିକି ଗାଡ଼ି ଲାଗି ସ୍ବତନ୍ତ୍ର ବାର୍ଷିକ...

୨୦୨୦ର ଶୀର୍ଷ ଫିଲାନଥ୍ରୋପିଷ୍ଟ ତାଲିକାରେ ନୀତା ଅମ୍ବାନୀ

ମୁମ୍ବାଇ,୨୧।୬: ନୀତା ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେଶନକୁ  ୨୦୨୦ର ଶୀର୍ଷ ଫିଲାନଥ୍ରୋପିଷ୍ଟ ତାଲିକାରେ ସାମିଲ କରାଯାଇଛି। ଆମେରିକାର ପ୍ରମୁଖ ମାଗାଜିନ ଟାଉନ ଆଣ୍ଡ କଣ୍ଟ୍ରି ଏହାର...

ଫୋନ୍‌ରେ ରହିବ ସମାନ ଚାର୍ଜର

ସାର୍ବଜନୀନ ଚାର୍ଜର ନିୟମ ଲାଗୁ କରିବା ନେଇ ୟୁରୋପିଆନ ୟୁନିୟନ ନିଷ୍ପତ୍ତି ଗ୍ରହଣ କରିଛି। ସ୍ମାର୍ଟଫୋନ ଲାଗି ୟୁଏସ୍‌ବି ସି-ଟାଇପ କେବଲକୁ ଷ୍ଟାଣ୍ଡାର୍ଡ ବନାଇବା ପାଇଁ...

ସ୍ବାଧୀନତା ଦିବସରେ ଲଞ୍ଚ୍‌ କରିବ ଓଲା ସ୍କୁଟର, ଭିଡିଓ ଶେୟାର କରି ଏମିତି କହିଲେ କମ୍ପାନୀ ସିଇଓ

ନୂଆଦିଲ୍ଲୀ,୧୪ା୮: ଓଲା ଇଲେକ୍ଟ୍ରିକ୍‌ କମ୍ପାନୀ ୧୫ ଅଗଷ୍ଟରେ ନିଜର ଇଲେକ୍ଟ୍ରିକ୍‌ ସ୍କୁଟର ଲଞ୍ଚ୍‌ କରିବ। ଲଞ୍ଚ୍‌ ପୂର୍ବରୁ କମ୍ପାନୀର ସିଇଓ ଭବିଶ ଅଗ୍ରଓ୍ବାଲ ଏକ ଭିଡିଓ...

ଏମ୍‌-କ୍ୟାପ୍‌ରେ ୮୬ ହଜାର କୋଟି ଯୋଗ

ନୂଆଦିଲ୍ଲୀ,୨୧।୨: ଗତ ସପ୍ତାହରେ ଟପ୍‌-୧୦ ମୂଲ୍ୟବାନ ଫାର୍ମଗୁଡିକ ମଧ୍ୟରୁ ୫ଟି ଫାର୍ମ ଏକତ୍ର ବଜାର ମୂଲ୍ୟାଙ୍କନରେ ପ୍ରାୟ ୮୬ ହଜାର କୋଟି ( ୮୫,୭୧୨.୫୬) ଟଙ୍କା...

ପ୍ରବାସୀଙ୍କ ଲାଗି ୧୬ ହଜାର କୋଟି ବିନିଯୋଗ

  ନୂଆଦିଲ୍ଲୀ,୨୧।୮: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଗରିବ କଲ୍ୟାଣ ରୋଜଗାର ଅଭିଯାନ(ଜିକେଆର୍‌ଏ)ରେ ବର୍ତ୍ତମାନ ସୁଦ୍ଧା ୧୬,୭୮୬ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି।...

ନରେଶ ଗୋୟଲଙ୍କ ବିରୋଧରେ ତଦନ୍ତ ବନ୍ଦକୁ ଇଡିର ବିରୋଧ

ନୂଆଦିଲ୍ଲୀ,୨୮।୬: ଜେଟ୍‌ ଏୟାରଓ୍ବେଜର ପ୍ରମୋଟର ନରେଶ ଗୋୟଲ ଏବଂ ତାଙ୍କ ସ୍ତ୍ରୀ ଅନୀତାଙ୍କ ବିରୋଧରେ ତଦନ୍ତ ବନ୍ଦକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧ କରିଥିବା ଜଣାପଡିଛି। ବର୍ତ୍ତମାନ...

Advertisement
Archives

Model This Week