ସଦରରେ ୮୧.୭୩, ଓଡ଼ାପଡ଼ାରେ ୮୦.୪୩%

ଢେଙ୍କାନାଳ ଅଫିସ, ୧୯ ।୨

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟରେ ରାଜନୈତିକ ହିଂସାକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥିବା ଢେଙ୍କାନାଳ ଜିଲାରେ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶୃଙ୍ଖଳାର ସହ ଶେଷ ହୋଇଛି। ଢେଙ୍କାନାଳ ସଦର ବ୍ଲକରେ ୮୧.୭୩% ଏବଂ ଓଡ଼ାପଡ଼ା ବ୍ଲକରେ ୮୦.୪୩% ମତଦାନ ହୋଇଛି। ତେବେ ରାଜସ୍ବ ଗ୍ରାମ ମାନ୍ୟତା ଦାବି ପୂରଣରେ ପ୍ରଶାସନିକ ଉଦାସୀନତା ପ୍ରତିବାଦରେ ବେଲଟିକିରି ପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ସେହିପରି ପ୍ରଦୂଷଣ ସମସ୍ୟା ସମାଧାନ ଦାବିରେ ଭାପୁର ପଞ୍ଚାୟତର ମହୁଲପୁଞ୍ଜି ଗ୍ରାମବାସୀ ଭୋଟବର୍ଜନ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚତ୍ ବୁଝାଶୁଝା ପରେ ମଧ୍ୟାହ୍ନ ୧୨ଟାରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ଏହି ଦୁଇ ଘଟଣାକୁ ବାଦ୍‌ଦେଲେ ମତଦାନକୁ ନେଇ ଉଭୟ ବ୍ଲକର ଭୋଟରଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ସଦର ବ୍ଲକର ୩୦ ପଞ୍ଚାୟତର ୩୯୯ ବୁଥ୍‌ରେ ୧ ଲକ୍ଷ ୧୮ ହଜାର ୨୬୯ ଭୋଟର ଥିବାବେଳେ ୯୬ ହଜାର ୬୬୦ ଜଣ ସେମାନଙ୍କ ମତସାବ୍ୟସ୍ତ କରିଛନ୍ତି। ତନ୍ମଧ୍ୟରେ ୪୬ ହଜାର ୩୪୧ ମହିଳା ଏବଂ ୫୦ ହଜାର ୩୧୯ ପୁରୁଷ ଭୋଟର ଅଛନ୍ତି। ସେହିପରି ଓଡ଼ାପଡ଼ା ବ୍ଲକରେ ୨୮ ପଞ୍ଚାୟତର ୪୧୯ ବୁଥ୍‌ରେ ୧ ଲକ୍ଷ ୧୦ ହଜାର ୩୨୦ ଭୋଟର ରହିଥିବାବେଳେ ୮୮ ହଜାର ୭୩୪ଜଣ ମତଦାନ କରିଥିଲେ। ସେଥିରୁ ୪୨ ହଜାର ୨୪୯ ମହିଳା, ୪୬ ହଜାର ୪୮୪ ପୁରୁଷ ଏବଂ ଅନ୍ୟାନ୍ୟ ବର୍ଗର ଜଣେ ଭୋଟର ଅଛନ୍ତି। ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଅବଶିଷ୍ଟ ଦୁଇ ପର୍ଯ୍ୟାୟରେ ବାକିଥିବା ୪ ବ୍ଲକରେ ଭୋଟ ହେବ। ସଚେତନ ନାଗରିକ ଭାବେ ନିର୍ବାଚନରେ ଅଂଶଗ୍ରହଣ କରିବା ଏବଂ ଶାନ୍ତିଶୃଙ୍ଖଳାର ସହ ଏହାକୁ ଶେଷ କରିବାକୁ ଜିଲାପାଳ ସରୋଜ କୁମାର ସେଠୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri