Posted inଫୁରସତ

୮୦ ବର୍ଷୀୟା ବୃଦ୍ଧାଙ୍କ ପାରାଗ୍ଲାଇଡିଂ, ଭିଡିଓ ଦେଖିଲେ…

ବୟସ କେବଳ ଏକ ସଂଖ୍ୟା। ଇଚ୍ଛାଶକ୍ତି ଥିଲେ ପରିଣତ ବୟସରେ ମଧ୍ୟ ଲୋକେ ସଫଳତା ହାସଲ କରିଥାନ୍ତି। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧା ପରିଣତ ବୟସରେ ମଧ୍ୟ ପାରାଗ୍ଲାଇଡିଂ କରୁଛନ୍ତି। ଏହି ଭିଡିଓଟି ତାଙ୍କ ନାତୁଣୀ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ତାଙ୍କ ଜେଜେମା’ଙ୍କର ୭ ବର୍ଷ ପୂର୍ବେ ଦେହାନ୍ତ ହୋଇଛି, କିନ୍ତୁ ତାଙ୍କ ଫୋନ୍‌ ଗ୍ୟାଲେରୀରେ ହୃଦୟସ୍ପର୍ଶୀ କ୍ଲିପ୍‌ ମିଳିଛି। ଯାହାକୁ ସେ ହାତଛଡ଼ା କରିନାହାନ୍ତି।

ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ସେଲିନା ମୋସା ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଶର୍ଟ କ୍ଲିପ୍‌ରେ ସେଲିନାଙ୍କ ୮୦ ବର୍ଷୀୟା ଜେଜେମା’ଙ୍କୁ ପାରାଗ୍ଲାଇଡିଂରେ ଦେଖିବାକୁ ମିଳୁଛି। ସେ ସମ୍ପୂର୍ଣ୍ଣ ନିର୍ଭୟରେ ଥିଲେ ଏବଂ ସାହସୀ ହୋଇ ଏହି ଖୁସି ମୁହୂର୍ତ୍ତରେ ଭାଗ ନେଇଥିଲେ। ସେ ପ୍ରମାଣ କରିଛନ୍ତି, ବୟସ କେବଳ ଏକ ସଂଖ୍ୟା। ଏହା ବ୍ୟତୀତ ବୃଦ୍ଧା ପାରାଗ୍ଲାଇଡିଂ ସମୟରେ ଏକ ଶାଢ଼ି ପିନ୍ଧିଥିଲେ।

ସେ କ୍ୟାପଶନରେ ଲେଖିଛନ୍ତି, ବୟସ କେବଳ ଏକ ସଂଖ୍ୟା ଏବଂ ମୋ ଆଖି ଏହାକୁ ପ୍ରମାଣ କରିବାକୁ ପଡ଼ିବ। ମୋ’ ଜେଜେମା ୮୦ ବର୍ଷ ବୟସରେ ଏହା କରିଥିଲେ। ଏହି ଭିଡିଓକୁ ମୋ’ ଗ୍ୟାଲେରୀରେ ବହୁତ ଦିନ ପରେ ପାଇଲି ଏବଂ ଏହାକୁ ଶେୟାର କରିବାରେ ମୁଁ ନିଜକୁ ଅଟକାଇ ପାରିଲି ନାହିଁ। ବର୍ତ୍ତମାନ ସେ ଆମକୁ ସବୁଦିନ ପାଇଁ ଛାଡ଼ିବାର ୭ ବର୍ଷ ବିତିଗଲାଣି। କିନ୍ତୁ ସେ ସବୁବେଳେ ମନେ ରହିବେ। ତୁମକୁ ମନେ ପକାଉଛି, ତୁମକୁ ଭଲ ପାଏ ଜେଜେମା’।

ଭିଡିଓଟିକୁ ଏକ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଇନ୍‌ଷ୍ଟାଗ୍ରାମ ୟୁଜରମାନେ କ୍ଲିପ୍‌ ଦେଖିବା ପରେ ଖୁସି ହୋଇଯାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ଜୀବନର ଏକ ପର୍ବ, ଏହାକୁ ଦେଖ। ସେ ଏପରି ପ୍ରେରଣା ଏବଂ ବଞ୍ଚିବାର ଲକ୍ଷ୍ୟ। ଅନ୍ୟ ଜଣେ ୟୁଜର କହିଛନ୍ତି, ସେ ଜଣେ ସୁପରମ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri