Posted inଜାତୀୟ

୧୪ ରାଜ୍ୟର ମହିଳାଙ୍କ ମତ ‘ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଠିକ୍‌’

ନୂଆଦିଲ୍ଲୀ,୨୮।୧୧: ତୁମ ମତରେ ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଉଚିତ କି? ଏହି ପ୍ରଶ୍ନର ଉତ୍ତର ପାଇଁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଚ୍‌ଏଫ୍‌ଏସ୍‌) ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏଥିରେ ୧୪ ରାଜ୍ୟର ୩୦ ପ୍ରତିଶତ ମହିଳା କିଛି ପରିସ୍ଥିତିରେ ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବାକୁ ଉଚିତ ଦର୍ଶାଇଛନ୍ତି।

ଏହି ସର୍ଭେ ଅନୁଯାୟୀ, ୩ ରାଜ୍ୟର ପ୍ରାୟ ୮୦ ପ୍ରତିଶତ ମହିଳା ସ୍ବାମୀଙ୍କ ମାଡ଼କୁ ଉଚିତ ବୋଲି କହିଛନ୍ତି। ଏହି ୩ ରାଜ୍ୟ ହେଲା ତେଲେଙ୍ଗାନା (୮୪%), ଆନ୍ଧ୍ର ପ୍ରଦେଶ (୮୪%) ଓ କର୍ନାଟକ (୭୭%)। ଏହି ତାଲିକାରେ ମଣିପୁର (୬୬ %), କେରଳ (୫୨ %), ଜମ୍ମୁ-କଶ୍ମୀର (୪୯%), ମହାରାଷ୍ଟ୍ର (୪୪%) ଓ ପଶ୍ଚିମବଙ୍ଗ (୪୨%)ର ବଡ଼ ସଂଖ୍ୟାରେ ମହିଳାମାନେ ପୁରୁଷମାନେ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବାକ ଯଥାର୍ଥ ବୋଲି କହିଛନ୍ତି।

ଏନ୍‌ଏଫ୍‌ଏଚ୍‌ଏସ୍‌ ପକ୍ଷରୁ ପଚରାଯାଇଥିଲା, ତୁମ ମତରେ ସ୍ତ୍ରୀଙ୍କୁ ସ୍ବାମୀ ମାଡ଼ ମାରିବା ଉଚିତ କି? ୧୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୩୦ ପ୍ରତିଶତ ମହିଳା ପ୍ରଶ୍ନର ଉତ୍ତରରେ ‘ହଁ’ କହିଛନ୍ତି।

ଉତ୍ତରଦାତାମାନେ ଦେଇଥିବା ସବୁଠୁ ସାଧାରଣ କାରଣ ହେଉଛି, ଘର କିମ୍ବା ପିଲାଙ୍କ ପ୍ରତି ମହିଳାଙ୍କ ଅବହେଳା ଏବଂ ଶାଶୁ ଘର ଲୋକଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା। ୧୮ଟି ରାଜ୍ୟର ୧୩ ରାଜ୍ୟ (ହିମାଚଳ ପ୍ରଦେଶ, କେରଳ, ମଣିପୁର, ଗୁଜରାଟ, ନାଗାଲାଣ୍ଡ, ଗୋଆ, ବିହାର, କର୍ନାଟକ, ଆସାମ, ମହାରାଷ୍ଟ୍ର, ତେଲେଙ୍ଗାନା, ନାଗାଲାଣ୍ଡ ଓ ପଶ୍ଚିମବଙ୍ଗ)ର ମହିଳା ଶାଶୁ ଘର ଲୋକଙ୍କୁ ଅସମ୍ମାନିତ କରିବା ଏହା ପଛର ମୁଖ୍ୟ କାରଣ ବୋଲି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri