ହଷ୍ଟେଲରେ ୮ ବର୍ଷୀୟ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ

ନନ୍ଦପୁର/ଲମତାପୁଟ,୨ା୫(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ)-କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧୀନ ଲମତାପୁଟ ବ୍ଲକ ଅଞ୍ଚଳର ଏକ ହଷ୍ଟେଲରେ ଜଣେ ୮ ବର୍ଷୀୟ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ହଷ୍ଟେଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ କାହାରିକୁ କିଛି ନ ଜଣାଇ ଘଟଣାର ୧୭ ଦିନ ପରେ ଛାତ୍ରୀଙ୍କୁ ଘରକୁ ପଠାଇ ଦେଇଥିଲେ। ପରିବାର ଲୋକେ ଛାତ୍ରୀଙ୍କ ସହ ବଳାତ୍କାର ହୋଇଥିବା ଜାଣି ବୁଧବାର ମାଛକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ। ଶୁକ୍ରବାର ଛାତ୍ରୀଙ୍କ ଡାକ୍ତରୀ ମାଇନା ଓ ବିଚାରପତିଙ୍କ ନିକଟରେ ବୟାନ ରେକର୍ଡ କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣାକୁ ଚପାଇବାକୁ ନେଇ ଜନ ଅସନ୍ତୋଷ ବଢ଼ିଛି।

ସୂଚନା ଅନୁଯାୟୀ, ଏପ୍ରିଲ ୧୩ ରାତିରେ କେହି ଜଣେ ଅପରିଚିତ ଯୁବକ ଛାତ୍ରୀ ନିବାସରେ ପଶି ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ୩୦ ତାରିଖରେ ହଷ୍ଟେଲ କର୍ତ୍ତୃପକ୍ଷ ଛାତ୍ରୀଙ୍କୁ ଘରକୁ ପଠାଇ ଦେଇଥିଲେ। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଦେଖି ପରିବାର ଲୋକେ ତାଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ତାଙ୍କଠାରୁ ଘଟଣା ସମ୍ପର୍କରେ ଜାଣି ମାଛକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ କେସ୍‌ ନଂ. ୩୩/୨୫ରେ ମାମଲା ରୁଜୁ କରିଛି। ଏସ୍‌ଆଇ ସୁକ୍ରା ମାଢ଼ି ତଦନ୍ତ ଆରମ୍ଭ କରିଛନ୍ତି।

ଗୁରୁବାର କୋରାପୁଟ ଏସ୍‌ପି ରୋହିତ ବର୍ମା, ନନ୍ଦପୁର ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ, ପୋଲିସ ବିଭାଗର ବୈଷୟିକ ଟିମ୍‌ ଛାତ୍ରୀ ନିବାସରେ ପହଞ୍ଚି ଘଟଣାର ତନାଘନା କରିଥିଲେ। ସ୍ଥାନୀୟ କେତେକ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ଅଭିଯୁକ୍ତଙ୍କୁ ଗିରଫ ଓ ଛାତ୍ରୀନିବାସ ପରିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡ଼ିତାଙ୍କ ପରିବାର ଓ ବିଭିନ୍ନ ରାଜନୈତିକ ଦଳର ନେତା, କର୍ମୀ ବିକ୍ଷୋଭ କରିଥିଲେ। ପ୍ଲା କାର୍ଡ ଧରି ଲମତାପୁଟ ଶିବ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ଲମତାପୁଟ ଫାଣ୍ଡି ଅଧିକାରୀ ଶ୍ରୀକାନ୍ତ ଘୋଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଘଟଣା ସମ୍ବେଦନଶୀଳ ହୋଇଥିବାରୁ ପୋଲିସ ତଦନ୍ତ ପ୍ରକ୍ରିୟା ସମ୍ପର୍କରେ କହିବାକୁ ଏସ୍‌ଡିପିଓ ମଲ୍ଲିକ ମନା କରିଛନ୍ତି। ଏସ୍‌ପି ବର୍ମାଙ୍କ ନିର୍ଦ୍ଦେଶରେ ଶୁକ୍ରବାର ନନ୍ଦପୁର, ପାଡୁଆ, ବୈପାରୀଗୁଡ଼ା, ଜୟପୁର ଓ କୋରାପୁଟ ଜିଲା ମୁଖ୍ୟାଳୟ ପୋଲିସ ଛାତ୍ରୀ ନିବାସ ପରିସରରେ ତଦନ୍ତ କରିଛନ୍ତି।

ଏ ସମ୍ପର୍କରେ ଛାତ୍ରୀ ନିବାସ ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅଭିଯୋଗ ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡିଙ୍କୁ ପଚାରିବାରୁ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉଛି। ଏଡିଡବୁ୍ଲ୍ୟଓ ଅର୍ଜୁନ ନାୟକ ଛାତ୍ରୀ ନିବାସରେ ସ୍ଥିତି ଯାଞ୍ଚ, ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି। ଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି। ଡାକ୍ତରୀ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri