Posted inଜାତୀୟ

୮ବର୍ଷୀୟାଙ୍କୁ ବଳାତ୍କାର କଲେ ୧୦ମ ଶ୍ରେଣୀ ଛାତ୍ର

କିଶୋର ବୟସରେ ଅପରାଧ ମନୋବୃତ୍ତି ସମ୍ପ୍ରତି ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ନାବାଳକମାନେ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ଆସୁଛି। ନିକଟରେ ମଧ୍ୟପ୍ରଦେଶ ଭିଣ୍ଡରେ ୮ବର୍ଷୀୟା ପଡ଼ୋଶୀଙ୍କୁ ୧୦ମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଛାତ୍ରଙ୍କୁ ବାଳ ଅପରାଧ କୋର୍ଟରେ ହାଜର କରାଇବା ପରେ ତାଙ୍କୁ ସ୍ବଧାରଗୃହକୁ ପଠାଇ ଦିଆଯାଇଛି।

ଭିଣ୍ଡ(ମଧ୍ୟପ୍ରଦେଶ),୨୦ା୪: ମହାରାଷ୍ଟ୍ର ଭିଣ୍ଡ ଅଞ୍ଚଳରେ ପୀଡ଼ିତା ନାବାଳିକାଙ୍କ ପରିବାର ରୁହନ୍ତି। ତାଙ୍କ ଘର ନିକଟରେ ଅଭିଯୁକ୍ତ ନାବାଳକ ରହୁଛନ୍ତି। ଅଭିଯୁକ୍ତ ଜଣକ ୧୦ମ ଶ୍ରେଣୀରେ ପଢ଼ନ୍ତି। ସେ ପୀଡ଼ିତାଙ୍କ ପରିବାର ସହିତ ପୂର୍ବରୁ ମିଳାମିଶା କରନ୍ତି। ଗୁରୁବାର ସନ୍ଧ୍ୟା ସମୟରେ ପୀଡ଼ିତା ତାଙ୍କ ଘରେ ଏକାକୀ ଥିବାବେଳେ ନାବାଳକ ଜଣକ ସେଠାକୁ ଯାଇଥିଲେ। ପରେ ଘର ଭିତରେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ନାବାଳିକା ଜଣକ ଚିତ୍କାର କରିବାରୁ ଅନ୍ୟ ପଡ଼ୋଶୀ ମାନେ ଆସି ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ନାବାଳକଙ୍କୁ ଜିମାରେ ନେବା ସହ ପୀଡ଼ିତାଙ୍କୁ ହସ୍ପିଟାଲ ପଠାଇଥିଲା। ପରେ ପୋଲିସ ପୋକ୍‌ସୋ ଆକ୍ଟର ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରିବା ସହ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଇଥିଲା। ସେଠାରୁ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁସ୍ଥ ରହିଛି ଏବଂ ସେ ଏବେ ପରିବାର ସହ ରହୁଛନ୍ତି ବୋଲି ପୋଲିସ ଅଧିକାରୀ ମୁକେଶ କୁମାର ଶାକ୍ୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri