Posted inଜାତୀୟ

ମିଶନ ଅମୃତ ସରୋବରରେ ପଛୁଆ ୮ ରାଜ୍ୟ: ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୧୯।୮ : ଜାତୀୟ ଲକ୍ଷ୍ୟ ହାସଲ କରିବା ସତ୍ତ୍ୱେ ମିଶନ ଅମୃତ ସରୋବର ଅନ୍ତର୍ଗତ ଥିବା ଲକ୍ଷ୍ୟ ପୂରଣ କରିବାରେ ଦେଶର ଆଠଟି ରାଜ୍ୟ ପଛରେ ପଡିଛନ୍ତି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଶନିବାର ଏକ ବିବୃତ୍ତିରେ କହିଛି। ଏଥିରେ କୁହାଯାଇଛି ଏହି ମିଶନକୁ କାର୍ଯ୍ୟକାରୀ କରିବାରେ ପଛରେ ପଡିଥିବା ରାଜ୍ୟଗୁଡ଼ିକ ହେଉଛନ୍ତି ପଶ୍ଚିମବଙ୍ଗ, ପଞ୍ଜାବ, ତେଲେଙ୍ଗାନା, କେରଳ, ତାମିଲନାଡୁ, ହରିୟାଣା, ବିହାର ଏବଂ ରାଜସ୍ଥାନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୦୨୨ରେ ଏହି ଅଭିଯାନ ଆରମ୍ଭ କରିଥିଲେ। ମିଶନ ଅମୃତ ସରୋବର ଅର୍ନ୍ତଗତ ପ୍ରତ୍ୟେକ ଜିଲାରେ ଅତି କମରେ ୭୫ ଟି କଳାଶୟକୁ ନବୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅଗଷ୍ଟ ୧୫ ସୁଦ୍ଧା ୫୦ ହଜାର ଅମୃତ ସରୋବର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମନ୍ତ୍ରଣାଳୟ ମେ ମାସରେ ଘୋଷଣା କରିଥିଲା ୫୦,୦୭୧ ଅମୃତ ସରୋବର କାର୍ଯ୍ୟସୂଚୀ ପୂରଣ ହେବା ନେଇ ଜାତୀୟ ଲକ୍ଷ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ହାସଲ କରାଯାଇଛି।

ଏଥିରେ ଦର୍ଶାଯାଇଛି ପଶ୍ଚିମବଙ୍ଗ, ପଞ୍ଜାବ, ତେଲେଙ୍ଗାନା, କେରଳ, ତାମିଲନାଡୁ, ହରିୟାଣା, ବିହାର ଏବଂ ରାଜସ୍ଥାନ ବ୍ୟତୀତ ସମସ୍ତ ରାଜ୍ୟର ୭୫ ଟି ଅମୃତ ସରୋବର ଜିଲା ସ୍ତରୀୟ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରାଯାଇଛି, ଯେଉଁଠାରେ କିଛି ଜିଲାରେ ଏପର୍ଯ୍ୟନ୍ତ ଏହା ହୋଇପାରି ନାହିଁ। ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଅମୃତ ସରୋବର ଚିହ୍ନିତ ୧,୧୨,୨୭୭ଜଳାଶୟ ମଧ୍ୟରୁ ୮୧,୪୨୫ରେ କାମ ଆରମ୍ଭ ହୋଇଛି। ସମୁଦାୟ ୬୬,୨୭୮ ଅମୃତ ସରୋବର ନିର୍ମାଣ କିମ୍ବା ନବୀକରଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ ଦେଖି ଭାବପ୍ରବଣ ହୋଇପଡ଼ିଲେ ମୋଦି: ଭିଡିଓ ଦେଖିଲେ ହୋଇଯିବେ ଅଭିଭୂତ

ନୂଆଦିଲ୍ଲୀ,୨୭।୩: ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଛି। ରାମଲଲାଙ୍କ ଜନ୍ମବାର୍ଷିକୀ ପାଳନ ପାଇଁ ବହୁ ସଂଖ୍ୟକ ଭକ୍ତ ଏକାଠି ହୋଇଥିଲେ।…

ବିହାରରୁ ବଡ଼ ଖବର! ଏହି ତାରିଖରେ ବିଧାନ ପରିଷଦରୁ ଇସ୍ତଫା ଦେବେ ନୀତିଶ କୁମାର

ପାଟନା,୨୭।୩: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ବିଧାନସଭା ପରିଷଦ (MLC) ର ସଦସ୍ୟତାରୁ ଇସ୍ତଫା ଦେବେ । ସୂତ୍ର ଅନୁଯାୟୀ, ନୀତିଶ କୁମାର ମାର୍ଚ୍ଚ  ୩୦ରେ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଲକଡାଉନ୍‌କୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଦେଶରେ…

ନୂଆଦିଲ୍ଲୀ,୨୭।୩: ଇରାନରେ ଯୁଦ୍ଧ ଯୋଗୁ ଭାରତରେ ଲକଡାଉନ ହେବା ନେଇ ଗୁଜବ ହେଉଛି। ଏହାରି ଭିତରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ରଖିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ କହିଛନ୍ତି, ଦେଶରେ…

ରାପର-ସିଙ୍ଗରଙ୍କ ହାତରେ ଦେଶର ଶାସନ ଭାର

କାଠମାଣ୍ଡୁ,୨୭।୩: ଆଜି ନେପାଳୀ ରାଜନୀତିରେ ଏକ ଐତିହାସିକ ମୁହୂର୍ତ୍ତ ପ୍ରକାଶ ପାଇଛି। ବାଲେନ ଶାହ – ଜଣେ ରାପର୍‌ ଇଞ୍ଜିନିୟର – ଶୁକ୍ରବାର ନେପାଳର ପ୍ରଧାନମନ୍ତ୍ରୀ ଭାବରେ…

ସଠିକ୍ ହିସାବ ଦେଇପାରିଲେନି SDO, ବାନ୍ଧିଲା ଭିଜିଲାନ୍ସ

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ଟ୍ରମ୍ପଙ୍କ ନୂଆ ପାଓ୍ବାର: ଏବେ ଆମେରିକୀୟ ଡଲାରରେ ରହିବ ତାଙ୍କ ଦସ୍ତଖତ, ଜାଣନ୍ତୁ ପୂର୍ବରୁ କିଏ କରୁଥିଲେ…

ଓ୍ବାଶିଂଟନ,୨୭ା୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ପାଓ୍ବାର ବଢ଼ିଛି। ଏଣିକି ଆମେରିକୀୟ ଡଲାରରେ ଟ୍ରମ୍ପଙ୍କ ଦସ୍ତଖତ ରହିବ। ଏହା ଆମେରିକାର ସ୍ବାଧୀନତାର ୨୫୦ତମ ବାର୍ଷିକୀ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri