Posted inଜାତୀୟ

ସେନା ଗାଡ଼ି ଉଡାଇଦେଲେ ମାଓବାଦୀ: ୯ ଯବାନ ଶହୀଦ

ରାୟପୁର/ମାଲକାନଗିର,୬।୧(ଦୁର୍ଯ୍ୟୋଧନ ପାତ୍ର): କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର ଏକ ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଏକ ଗାଡ଼ିକୁ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ ୯ଜଣ ଶହୀଦ ହୋଇଥିବା ଜଣାପଡିଛି। ୮ ଦାନ୍ତେୱାଡା ଡିଆର୍‌ଡି ଯବାନଙ୍କ ସହିତ ଜଣେ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ୫୦ ଫୁଟ ଉପରକୁ ଯବାନଙ୍କ ଗାଡ଼ି ଉଡି ଯାଇଥିଲା।

ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ ବସ୍ତର ଡିଭିଜନ ଅଧୀନ ବିଜାପୁର ଜିଲାରେ ସ୍ବତନ୍ତ୍ର ମାଓବାଦୀ ଅପରେଶନ ପାଇଁ ଏକ ଭ୍ୟାନ୍‌ରେ ଡିଆର୍‌ଜି ଯବାନମାନେ ଯାଉଥିଲେ। ମାଓବାଦୀମାନେ ସଦର ମୁଖ୍ୟାଳୟରୁ ୮୦ କି.ମି ଦୂର କୁଟ୍ରୁ-ବେଡ୍ରେ ରାସ୍ତା ମଧ୍ୟରେ ଥିବା ଏକ କଲଭର୍ଟ ନିକଟରେ ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଗାଡ଼ିକୁ ଉଡ଼ା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ୫ଜଣ ଶବାନ ଶହୀଦ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଆଉ ୪ଜଣଙ୍କ ମୃତ୍ୟୁ ଘଟିଛି। ବସ୍ତର ଆଇଜି ସୁନ୍ଦରରାଜ ପି. ସୂଜନା ଦେଇ କହିଛି ଯେ, କୁଟ୍ରୁ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ସୂଚନା ମିଳିଥିଲା। ଏନେଇ ଡିଆର୍‌ଜି ଯବାନର ଏକ ଟିମ୍‌ କୋମ୍ବିଂ ଅପରେଶନରେ ଯାଉଥିଲେ। ସେତିକିବେଳେ ଏହି ବିସ୍ପୋରଣ ଘଟିଥିବା ସେ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉ କି, ଗତ କିଛିଦିନ ଧରି ଛତିଶଗଡ଼ରେ ମାଓବାଦୀ-ପୋଲିସ ମଧ୍ୟରେ ଛକାପଞ୍ଝା ଚାଲିଥିବା ବେଳେ ରବିବାର ପୋଲିସ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଗତ ୧ ମାସ ମଧ୍ୟରେ ପ୍ରାୟ ୨୦ଜଣ ମାଓବାଦୀ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅପରେଶନ କାଗାରକୁ ବିରୋଧ କରି ମାଓବାଦୀମାନେ ଏହି କାଣ୍ଡ ଭିଆଇଥିବା ଜଣାପଡିଛି।

ଅନ୍ୟପକ୍ଷେ ଘଟଣାସ୍ଥଳରୁ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିବା ବେଳେ ସିଆର୍‌ପିଏଫ୍‌, କୋବ୍ରା ଓ ଡିଆର୍‌ଜିର ଏକ ସ୍ବତନ୍ତ୍ର ଟିମ୍‌ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋରଦାର କରିଛନ୍ତି। ତେବେ ଆଣ୍ଟି ଲାଣ୍ଡମାଇନ ଗାଡି ନ ଥିବାରୁ ଏହି ବିସ୍ପୋରଣରେ ଗାଡିଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷେ ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଘଟଣା ସ୍ଥଳରେ ପଡି ରହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ବିନା ପୋଷାକରେ ଶିବଙ୍କୁ ପୂଜା କରନ୍ତି? ନିଜ ପିଣ୍ଡଦାନ ନିଜେ କରନ୍ତି, ଜାଣନ୍ତୁ ମହିଳା ନାଗାସାଧୁଙ୍କୁ ଭୟଙ୍କର ଜୀବନ ବିଷୟରେ…

ଉତ୍ତର ପ୍ରଦେଶର ପ୍ରୟାଗରାଜର ସଙ୍ଗମ ନଗରୀରେ ମହାକୁମ୍ଭ ଜାନୁଆରୀ ୧୩ରୁ ଆରମ୍ଭ ହୋଇଛି। ଆଜିଠାରୁୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଏହି କୁମ୍ଭମେଳା ଚାଲିବ।...

ଧାର୍ମିକ ସହରରେ ବିକ୍ରି ହୋଇପାରିବନି ମଦ! ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

ଭୋପାଳ,୧୩।୧: ମଧ୍ୟପ୍ରଦେଶରେ ମଦ ବନ୍ଦ ପ୍ରସଙ୍ଗ ବାରମ୍ବାର ଉଠୁଛି, ରାଜ୍ୟରେ ଅନେକ ଥର ମଦ ବନ୍ଦ ପାଇଁ ଦାବି ହୋଇଆସୁଛି। ଏହି ସମୟରେ, ମୁଖ୍ୟମନ୍ତ୍ରୀ ମୋହନ...

ସାବଧାନ: ଗ୍ରାହକ ଭାବେ ଆସି କ୍ୟୁଆର୍‌ କୋଡ୍‌ ବଦଳାଇ ଦେଉଛନ୍ତି ସାଇବର ଅପରାଧୀ

ଭୋପାଳ,୧୩।୧: ସାଇବର ଅପରାଧୀମାନେ ଏବେ ଦୋକାନର କ୍ୟୁଆର୍‌ କୋଡ୍‌ ବଦଳାଇ ଠକିବାର ନୂଆ କୌଶଳ ଆପଣାଇଛନ୍ତି। ମଧ୍ୟପ୍ରଦେଶର ଖଜୁରାହୋରେ ବହୁ ବ୍ୟବସାୟ ପ୍ରତିଷ୍ଠାନର କ୍ୟୁଆର୍‌ କୋଡ୍‌...

ଖଟ୍ଟରଙ୍କ ବିବାଦୀୟ ବୟାନକୁ ନେଇ ରାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୩।୧: କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟ୍ଟର ରବିବାର ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ଜବାହରଲାଲ ନେହେରୁ ‘ଆକ୍ସିଡେଣ୍ଟାଲି’ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।...

ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ: ୬ ଘଣ୍ଟାରେ ୧୫ ଲକ୍ଷ ସଂଗ୍ରହ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ନିଜ ନିର୍ବାଚନୀ ଖର୍ଚ୍ଚ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। ସେ କ୍ରାଉଡ୍‌ ଫଣ୍ଡିଂ ଜରିଆରେ ନିର୍ବାଚନ ଖର୍ଚ୍ଚ...

‘ଅମିତ ଶାହାଙ୍କୁ ତୁରନ୍ତ ଗିରଫ କରାଯାଉ’, ବଡ଼ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୧୩।୧: ଭାରତୀୟ ଜନତା ପାର୍ଟି ନେତ୍ରୀ ସ୍ମୃତି ଇରାନୀ ରବିବାର ଏକ ଖବରଦାତା ସମ୍ମିଳନୀ କରି ଆମ ଆଦମୀ ପାର୍ଟି (ଏଏପି) ଉପରେ ଜାତୀୟ ସୁରକ୍ଷା...

ମହାକୁମ୍ଭର ଶୁଭାରମ୍ଭରେ କ’ଣ କାମନା କଲେ ମୋଦି, କାହାକୁ ଜଣାଇଲେ ଅଭିନନ୍ଦନ ଜାଣନ୍ତୁ

ନୂଆଦିଲ୍ଲୀ,୧୩।୧: ବିଶ୍ୱର ସର୍ବବୃହତ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ‘ମହାକୁମ୍ଭ ୨୦୨୫’ ସୋମବାର ପବିତ୍ର ନଗରୀ ପ୍ରୟାଗରାଜରେ ଆରମ୍ଭ ହୋଇଛି। ଏହି ପବିତ୍ର ଅବସରରେ, ପ୍ରଧାନମନ୍ତ୍ରୀ...

ମୁମ୍ବାଇରେ ୨୨ କୋଟି ଚିଟ୍‌ଫଣ୍ଡ ଦୁର୍ନୀତିର ମାଷ୍ଟରମାଇଣ୍ଡ ୨ ୟୁକ୍ରେନୀୟ

ମୁମ୍ବାଇ,୧୩।୧: ମୁମ୍ବାଇରେ ବହୁକୋଟି ଟଙ୍କା ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାର ମାଷ୍ଟରମାଇଣ୍ଡଙ୍କ ମଧ୍ୟରେ ୨ ଜଣ ୟୁକ୍ରେନୀୟ ରହିଥିବା ତଦନ୍ତରୁ ଜଣାପଡ଼ିଛି। ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ଜମା ରଖିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri