୧୮୭୨ କୋଟିର ୮ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟ ସରକାର ୧୮୭୨.୧୧କୋଟି ଟଙ୍କାର ୮ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ଅନୁମୋଦନ ଦିଆଯାଇଛି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୩୪୬୧ ଜଣଙ୍କ ନିମନ୍ତେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ପ୍ରକଳ୍ପଗୁଡିକ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ପଶୁପାଳନ ଏବଂ ଡାଉନଷ୍ଟ୍ରିମ୍‌ ସେକ୍ଟର ଅନ୍ତର୍ଭୁକ୍ତ।
ବୈଠକରେ ଅନୁମୋଦିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ଶ୍ୟାମ୍‌ ମେଟାଲିକ୍ସ ଯାଜପୁର ଜିଲା କଳିଙ୍ଗନଗରଠାରେ ୩୨୮.୭୫ କୋଟି ଟଙ୍କା ବ୍ୟୟରେ ୫୦ ମେଗାଓ୍ବାଟ କ୍ଷମତାବିଶିଷ୍ଟ ଫେରୋଆଲଏଜ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିରେ ୩୩୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଜିନ୍ଦଲ କୋକ ଲିଃ କଳିଙ୍ଗନଗରଠାରେ ୪୭୦ କୋଟି ଟଙ୍କା ବ୍ୟୟରେ କୋକ୍‌ ଏବଂ ପେଟ୍ରୋଲିୟମ୍‌ ୟୁନିଟ୍‌ ସମ୍ପ୍ରସାରଣ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୨୭୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଜି.ଭି. ମାଇନ୍ସ ଏବଂ ମିନେରାଲ୍ସ କେନ୍ଦୁଝର ଜିଲାରେ ୧୦୪.୪୮ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ଆଇରନ୍‌ ଓର୍‌ ପାଇପ୍‌ କନ୍‌ଭେ ସିଷ୍ଟମ୍‌ ସ୍ଥାପନ କରିବ। ସେଥିରେ ୨୩୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଗ୍ରିନ୍‌ଟେକ୍‌ ବାୟୋ ଏନର୍ଜି ବରଗଡ଼ ଜିଲାରେ ୨୫୦ କୋଟି ଟଙ୍କା ବ୍ୟୟରେ ଇଥାନଲ୍‌ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୨୦୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ବାୟୋ-ଆଗ୍ରୋ ଏନର୍ଜି ଲିଃ ସୋନପୁର ଜିଲାରେ ୨୨୮.୫୫ କୋଟି ଟଙ୍କା ବ୍ୟୟରେ ଇଥାନଲ୍‌ ପ୍ଲାଣ୍ଟ ସ୍ଥାପନ କରିବ। ଏଥିରେ ୩୩୭ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ। ଭାରତୀୟ ପଟାସ୍‌ ଲିଃ କଳାହାଣ୍ଡି ଜିଲାରେ ୨୧୯ କୋଟି ବ୍ୟୟରେ ଶସ୍ୟଭିତ୍ତିକ ଇଥାନଲ୍‌ ପ୍ଲାଣ୍ଟ ସ୍ଥାପନ କରିବ। ଏହି ପ୍ଲାଣ୍ଟରେ ୨୩୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଝାରସୁଗୁଡ଼ା ଜିଲାରେ ଏନର୍ଜି ଇଣ୍ଟ୍ରୋ ୨୦୫ କୋଟି ଟଙ୍କା ବ୍ୟୟରେ ଶସ୍ୟଭିତ୍ତିକ ଡିଷ୍ଟିଲାରି ୟୁନିଟ୍‌ ସ୍ଥାପନ କରିବ। ଏଥିରେ ୧୯୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଆବିସ ଏକ୍ସପୋର୍ଟିସ୍‌ ମୟୂରଭଞ୍ଜ ଜିଲାରେ ୬୬.୩୩ କୋଟି ବ୍ୟୟରେ ମେକାନାଇଜଡ୍‌ ହାଚେରୀ ୟୁନିଟ୍‌ ସ୍ଥାପନ କରିବ। ଏଥିରେ ୧,୬୫୦ ଜଣଙ୍କୁ ନିଯୁକ୍ତି ମିଳିପାରିବ।
ପ୍ରକଳ୍ପଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟଗୁଡ଼ିକ ନିମନ୍ତେ ରାଜ୍ୟଭିତରୁ କଞ୍ଚାମାଲ ଯେପରି ସୁବିଧାରେ ମିଳିପାରିବ ସେ ନେଇ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ କୃଷି ଓ କୃଷକ ସଶକ୍ତୀକରଣ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ ଶିଳ୍ପଗୁଡିକ ପାଇଁ ଆବଶ୍ୟକ ଜମି ଓ ଜଳ ଆକଳନ କରିବା ସହ ଶିଳ୍ପସଂସ୍ଥାଗୁଡିକୁ ଆବଣ୍ଟିତ ହୋଇଥିବା ଜମିର ଶତପ୍ରତିଶତ ବିନିଯୋଗ ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେଇ ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତ, ପ୍ରକଳ୍ପଗୁଡ଼ିକ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହେବ। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ବିଷ୍ଣୁପଦ ସେଠୀ, ଜଳ ସମ୍ପଦ ବିଭାଗ ସଚିବ ଅନୁ ଗର୍ଗ, ଶକ୍ତି ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri