ସ୍କୁଲ ରାସ୍ତା ନିର୍ମାଣ ନାଁରେ ୮ ଲକ୍ଷ ଚଳୁ

ରାଜନଗର, ୯ା୯(ଭାସ୍କର ରାଉତରାୟ): ଦୁଇବର୍ଷ ଭିତରେ ରାସ୍ତାକୁ ଫେବର ବ୍ଲକ ଓ ଢଳେଇ କରିବା ଦୂରର କଥା, ରାସ୍ତାରେ ମାଟି ମୁଠେ ପଡ଼ିନି। ଯେଉଁଥିପାଇଁ ଛାତ୍ରୀଛାତ୍ରୀମାନେ ୮ଶହ ମିଟର ବୁଲି କରି ବିଦ୍ୟାଳୟକୁ ପଢିବାକୁ ଆସୁଛନ୍ତି। ରାସ୍ତା ଅବସ୍ଥା ଏପରି ଦୟନୀୟ ଯେ, ୨୫୦ ମିଟର ସ୍କୁଲ ରାସ୍ତାରେ ଚାଲି କରି ଏ ମୁଣ୍ଡରୁ ସେ ମୁଣ୍ଡ ଯିବା କଷ୍ଟସାଧ୍ୟ। ରାସ୍ତାକୁ ଦେଖିଲେ ଦୀର୍ଘବର୍ଷ ଧରି କୌଣସି କାମ ହୋଇ ନ ଥିବା ଜଳ ଜଳ ଦେଖାଯାଉଛି। ସ୍ଥାନୀୟ ଲୋକେ ମଧ୍ୟ ସମାନ ଅଭିଯୋଗ କରୁଛନ୍ତି। ମାତ୍ର ସରକାରୀ ରେକର୍ଡରେ ୭ ମାସ ଭିତରେ ତିନି ତିନିଟି ଯୋଜନାରେ ଏହି ରାସ୍ତାକୁ ଚକାଚକ କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ରାଜ୍ୟ ଅର୍ଥ କମିଶନ ଓ ସାଂସଦଙ୍କ ପାଣ୍ଠିରୁ କାମ କରାଯାଇଥିବା ଦର୍ଶାଇ ୮ ଲକ୍ଷ ଟଙ୍କା ମିଳିମିଶି ଖାଇ ଦେଇଥିବା ପଞ୍ଚାୟତର ସମିତିସଭ୍ୟ ଓ ସରପଞ୍ଚ ଅଭିଯୋଗ କରିଛନ୍ତି।
ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବଡ଼ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସବ୍‌ଷ୍ଟେଶନ ସ୍କୋୟାର ରୋଡ଼। ଏହି ରାସ୍ତାରେ ଗ୍ରାମବାସୀଙ୍କ ସହ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସିଥାନ୍ତି। ବିଦ୍ୟାଳୟରୁ ଯାଇଥିବା ରାସ୍ତା ସବ୍‌ଷ୍ଟେଶନ ନିକଟରେ ତନ୍ତିଆପାଳ-ବଡ଼ପଲ୍ଲୀ ରାସ୍ତାକୁ ସଂଯୋଗ କରିଛି। ଏହି ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁ ଛାତ୍ରୀଛାତ୍ରୀମାନେ ୮ଶହ ମିଟର ବୁଲି ବିଦ୍ୟାଳୟକୁ ଆସୁଛନ୍ତି। ଏହି ରାସ୍ତାର ୭୦ ମିଟର ଢଳେଇ ହୋଇଥିବା ବେଳେ ୧୮୦ ମିଟର ଫେବର ବ୍ଲକ କରାଯାଇ ୨୦୧୮ ରୁ ୨୦୨୧ରେ ନିର୍ମାଣ ହୋଇଥିଲା। ଏହି ରାସ୍ତା ନିର୍ମାଣ ପରେ ୭ ଜାନୁୟାରୀ ୨୦୨୨ରେ ରାଜନଗର ବିଧାୟକ ଏହି ରାସ୍ତାକୁ ଲୋକାର୍ପଣ କରିଥିଲେ। ବିଧାୟକଙ୍କ ସହିତ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ ଓ ସେତେବେଳର ସରପଞ୍ଚ ରଶ୍ମିତା ପ୍ରତିହାରୀ ଉଦ୍‌ଘାଟନ କରିଥିଲେ। ସେହି ରାସ୍ତାରେ ଘର କରି ରହିଥିବା ଅଜାମ୍ବର ଜେନାଙ୍କ କହିବା କଥା ହେଲା, ରାସ୍ତାକାମ ନିମ୍ନମାନର ଯୋଗୁ ବିଧାୟକ ଉଦ୍‌ଘାଟନ କରିଯିବାର କିଛିଦିନ ପରେ ରାସ୍ତାର କିଛି ଅଂଶ ଭୁଶୁଡି ପଡ଼ିଛି। ରାସ୍ତା ଅବସ୍ଥା ଏପରି ଶୋଚନୀୟ ଯେ, ସାଇକେଲରେ ଗଲେ ବାଟରେ ଓହ୍ଲାଇକି ଯିବାକୁ ପଡୁଛି। ଦୁଇବର୍ଷ ଭିତରେ ରାସ୍ତାରେ ମୁଠେ ବାଲି କି ମାଟି ପଡିନାହିଁ। ଶୋଚନୀୟ ଯୋଗୁ ଲୋକେ ଯାଇ ପାରୁ ନ ଥିବା ବେଳେ ସରକାରୀ ରେକର୍ଡରେ କିନ୍ତୁ ରାସ୍ତା ଚକାଚକ ରହିଛି। ରାସ୍ତା ଚକାଚକ କରାଯାଇଥିବା ଦର୍ଶାଇ ଗତ ୭ ମାସରେ ତିନି ତିନିଟି ଯୋଜନାରେ ୭,୭୮,୭୮୮ ଟଙ୍କା ଉଠାଇ ନିଆଯାଇଛି। ୫ ବର୍ଷରେ ଏହି ୨୫୦ ମିଟର ରାସ୍ତାକୁ ୮ଥର ନିର୍ମାଣ ଓ ମରାମତି କରାଯାଇଥିବା ଦର୍ଶାଇ ୧୫,୪୪,୦୯୮ ଟଙ୍କା ଉଠାଇ ନିଆଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ବଡ଼ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସବ୍‌ଷ୍ଟେଶନ ରାସ୍ତାକୁ ସିମେଣ୍ଟ କଂକ୍ରିଟ ରୋଡ ଯୋଜନାରେ ନିର୍ମାଣ କରାଯାଇଥିବା ଦର୍ଶାଇ ୨୦ ଜୁଲାଇ ୨୦୧୮ରେ ୧,୮୩,୪୯୬ ଟଙ୍କା, ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠିରୁ ଏହି ରାସ୍ତାର ମରାମତି ଓ ପୁନଃ ନିର୍ମାଣ ନଁାରେ ୨୪ ଫେବୃୟାରୀ ୨୦୨୧ରେ ୧,୮୩, ୮୮୭ ଟଙ୍କା, ୧୨ ଅକ୍ଟୋବର ୨୦୨୧ରେ ବିପର୍ଯ୍ୟୟ ରିଲିଫ ପାଣ୍ଠିରେ ଏହି ରାସ୍ତାର ମରାମତି ନଁାରେ ୫୫,୯୭୫ ଟଙ୍କା, ୨୦ ନଭେମ୍ବର ୨୦୨୧ରେ ଷ୍ଟେଟ୍‌ ଫାଇନାନ୍ସ କମିଶନ ଅର୍ଥରେ ଏହି ରାସ୍ତା ନିର୍ମାଣ ନଁାରେ ୨,୮୦,୧୪୪ ଟଙ୍କା, ୨୭ ଡିସେମ୍ବର ୨୦୨୧ରେ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ଏହି ରାସ୍ତା ମରାମତି ନଁାରେ ୬୧,୮୦୮ ଟଙ୍କା, ଷ୍ଟେଟ ଫାଇନାନ୍ସ କମିଶନ ଅର୍ଥରେ ରାସ୍ତା ପୁନଃନିର୍ମାଣ ନଁାରେ ୨୨ ଡିସେମ୍ବର ୨୦୨୨ରେ ୧,୯୧,୫୦୬ ଟଙ୍କା, ୩ ମାର୍ଚ୍ଚ ୨୦୨୩ରେ ସାଂସଦ ପାଣ୍ଠିରୁ ରାସ୍ତା ପୁନଃ ନିର୍ମାଣ ନଁାରେ ୪,୮୦,୬୩୨ ଟଙ୍କା ଓ ଏମ୍‌ଜିଏନ୍‌ଆର୍‌ଇଜିଏସରେ ଏହି ରାସ୍ତାର ଦୁଇ ପାର୍ଶ୍ୱରେ ମାଟି ଫିଲିଙ୍ଗ ନଁାରେ ୬ ଜୁନ ୨୦୨୩ରୁ ୨୦ ଜୁନ ୨୦୨୩ ମଧ୍ୟରେ ଶ୍ରମିକ ମଜୁରି ବାବଦକୁ ୧,୬,୬୫୦ ଟଙ୍କା ଉଠାଇ ନିଆଯାଇଛି। ୨୦୧୮ ମସିହାରେ ଏହି ରାସ୍ତାକୁ କଂକ୍ରିଟକରଣ କରାଯାଇଥିବା ବେଳେ ୨୦୨୧ରେ ରାସ୍ତା ପୁନଃ ନିର୍ମାଣ ପାଇଁ ଦୁଇଟି ଯୋଜନାରେ ୪ ଥର ବିଲ୍‌ କରାଯାଇଛି। ସବୁଠୁ ବଡ଼କଥା ହେଲା ୩ଟି ଯାକ ଯୋଜନାର ବିଲ୍‌ ବ୍ଲକ କାର୍ଯ୍ୟାଳୟରେ ବସି କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପଞ୍ଚାୟତରେ ଫାଇଲ ନ ଖୋଲି ବ୍ଲକ କାର୍ଯ୍ୟାଳୟରେ ଫାଇଲ ଖୋଲି ହଡପ କରାଯିବା ପଛରେ କାହାର ହାତ ଅଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ପଚାରିବାରୁ ଭେଟିକି କହିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri