ସ୍କୁଲ ରାସ୍ତା ନିର୍ମାଣ ନାଁରେ ୮ ଲକ୍ଷ ଚଳୁ

ରାଜନଗର, ୯ା୯(ଭାସ୍କର ରାଉତରାୟ): ଦୁଇବର୍ଷ ଭିତରେ ରାସ୍ତାକୁ ଫେବର ବ୍ଲକ ଓ ଢଳେଇ କରିବା ଦୂରର କଥା, ରାସ୍ତାରେ ମାଟି ମୁଠେ ପଡ଼ିନି। ଯେଉଁଥିପାଇଁ ଛାତ୍ରୀଛାତ୍ରୀମାନେ ୮ଶହ ମିଟର ବୁଲି କରି ବିଦ୍ୟାଳୟକୁ ପଢିବାକୁ ଆସୁଛନ୍ତି। ରାସ୍ତା ଅବସ୍ଥା ଏପରି ଦୟନୀୟ ଯେ, ୨୫୦ ମିଟର ସ୍କୁଲ ରାସ୍ତାରେ ଚାଲି କରି ଏ ମୁଣ୍ଡରୁ ସେ ମୁଣ୍ଡ ଯିବା କଷ୍ଟସାଧ୍ୟ। ରାସ୍ତାକୁ ଦେଖିଲେ ଦୀର୍ଘବର୍ଷ ଧରି କୌଣସି କାମ ହୋଇ ନ ଥିବା ଜଳ ଜଳ ଦେଖାଯାଉଛି। ସ୍ଥାନୀୟ ଲୋକେ ମଧ୍ୟ ସମାନ ଅଭିଯୋଗ କରୁଛନ୍ତି। ମାତ୍ର ସରକାରୀ ରେକର୍ଡରେ ୭ ମାସ ଭିତରେ ତିନି ତିନିଟି ଯୋଜନାରେ ଏହି ରାସ୍ତାକୁ ଚକାଚକ କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ରାଜ୍ୟ ଅର୍ଥ କମିଶନ ଓ ସାଂସଦଙ୍କ ପାଣ୍ଠିରୁ କାମ କରାଯାଇଥିବା ଦର୍ଶାଇ ୮ ଲକ୍ଷ ଟଙ୍କା ମିଳିମିଶି ଖାଇ ଦେଇଥିବା ପଞ୍ଚାୟତର ସମିତିସଭ୍ୟ ଓ ସରପଞ୍ଚ ଅଭିଯୋଗ କରିଛନ୍ତି।
ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବଡ଼ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସବ୍‌ଷ୍ଟେଶନ ସ୍କୋୟାର ରୋଡ଼। ଏହି ରାସ୍ତାରେ ଗ୍ରାମବାସୀଙ୍କ ସହ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସିଥାନ୍ତି। ବିଦ୍ୟାଳୟରୁ ଯାଇଥିବା ରାସ୍ତା ସବ୍‌ଷ୍ଟେଶନ ନିକଟରେ ତନ୍ତିଆପାଳ-ବଡ଼ପଲ୍ଲୀ ରାସ୍ତାକୁ ସଂଯୋଗ କରିଛି। ଏହି ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁ ଛାତ୍ରୀଛାତ୍ରୀମାନେ ୮ଶହ ମିଟର ବୁଲି ବିଦ୍ୟାଳୟକୁ ଆସୁଛନ୍ତି। ଏହି ରାସ୍ତାର ୭୦ ମିଟର ଢଳେଇ ହୋଇଥିବା ବେଳେ ୧୮୦ ମିଟର ଫେବର ବ୍ଲକ କରାଯାଇ ୨୦୧୮ ରୁ ୨୦୨୧ରେ ନିର୍ମାଣ ହୋଇଥିଲା। ଏହି ରାସ୍ତା ନିର୍ମାଣ ପରେ ୭ ଜାନୁୟାରୀ ୨୦୨୨ରେ ରାଜନଗର ବିଧାୟକ ଏହି ରାସ୍ତାକୁ ଲୋକାର୍ପଣ କରିଥିଲେ। ବିଧାୟକଙ୍କ ସହିତ ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ ଓ ସେତେବେଳର ସରପଞ୍ଚ ରଶ୍ମିତା ପ୍ରତିହାରୀ ଉଦ୍‌ଘାଟନ କରିଥିଲେ। ସେହି ରାସ୍ତାରେ ଘର କରି ରହିଥିବା ଅଜାମ୍ବର ଜେନାଙ୍କ କହିବା କଥା ହେଲା, ରାସ୍ତାକାମ ନିମ୍ନମାନର ଯୋଗୁ ବିଧାୟକ ଉଦ୍‌ଘାଟନ କରିଯିବାର କିଛିଦିନ ପରେ ରାସ୍ତାର କିଛି ଅଂଶ ଭୁଶୁଡି ପଡ଼ିଛି। ରାସ୍ତା ଅବସ୍ଥା ଏପରି ଶୋଚନୀୟ ଯେ, ସାଇକେଲରେ ଗଲେ ବାଟରେ ଓହ୍ଲାଇକି ଯିବାକୁ ପଡୁଛି। ଦୁଇବର୍ଷ ଭିତରେ ରାସ୍ତାରେ ମୁଠେ ବାଲି କି ମାଟି ପଡିନାହିଁ। ଶୋଚନୀୟ ଯୋଗୁ ଲୋକେ ଯାଇ ପାରୁ ନ ଥିବା ବେଳେ ସରକାରୀ ରେକର୍ଡରେ କିନ୍ତୁ ରାସ୍ତା ଚକାଚକ ରହିଛି। ରାସ୍ତା ଚକାଚକ କରାଯାଇଥିବା ଦର୍ଶାଇ ଗତ ୭ ମାସରେ ତିନି ତିନିଟି ଯୋଜନାରେ ୭,୭୮,୭୮୮ ଟଙ୍କା ଉଠାଇ ନିଆଯାଇଛି। ୫ ବର୍ଷରେ ଏହି ୨୫୦ ମିଟର ରାସ୍ତାକୁ ୮ଥର ନିର୍ମାଣ ଓ ମରାମତି କରାଯାଇଥିବା ଦର୍ଶାଇ ୧୫,୪୪,୦୯୮ ଟଙ୍କା ଉଠାଇ ନିଆଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ବଡ଼ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସବ୍‌ଷ୍ଟେଶନ ରାସ୍ତାକୁ ସିମେଣ୍ଟ କଂକ୍ରିଟ ରୋଡ ଯୋଜନାରେ ନିର୍ମାଣ କରାଯାଇଥିବା ଦର୍ଶାଇ ୨୦ ଜୁଲାଇ ୨୦୧୮ରେ ୧,୮୩,୪୯୬ ଟଙ୍କା, ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠିରୁ ଏହି ରାସ୍ତାର ମରାମତି ଓ ପୁନଃ ନିର୍ମାଣ ନଁାରେ ୨୪ ଫେବୃୟାରୀ ୨୦୨୧ରେ ୧,୮୩, ୮୮୭ ଟଙ୍କା, ୧୨ ଅକ୍ଟୋବର ୨୦୨୧ରେ ବିପର୍ଯ୍ୟୟ ରିଲିଫ ପାଣ୍ଠିରେ ଏହି ରାସ୍ତାର ମରାମତି ନଁାରେ ୫୫,୯୭୫ ଟଙ୍କା, ୨୦ ନଭେମ୍ବର ୨୦୨୧ରେ ଷ୍ଟେଟ୍‌ ଫାଇନାନ୍ସ କମିଶନ ଅର୍ଥରେ ଏହି ରାସ୍ତା ନିର୍ମାଣ ନଁାରେ ୨,୮୦,୧୪୪ ଟଙ୍କା, ୨୭ ଡିସେମ୍ବର ୨୦୨୧ରେ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ଏହି ରାସ୍ତା ମରାମତି ନଁାରେ ୬୧,୮୦୮ ଟଙ୍କା, ଷ୍ଟେଟ ଫାଇନାନ୍ସ କମିଶନ ଅର୍ଥରେ ରାସ୍ତା ପୁନଃନିର୍ମାଣ ନଁାରେ ୨୨ ଡିସେମ୍ବର ୨୦୨୨ରେ ୧,୯୧,୫୦୬ ଟଙ୍କା, ୩ ମାର୍ଚ୍ଚ ୨୦୨୩ରେ ସାଂସଦ ପାଣ୍ଠିରୁ ରାସ୍ତା ପୁନଃ ନିର୍ମାଣ ନଁାରେ ୪,୮୦,୬୩୨ ଟଙ୍କା ଓ ଏମ୍‌ଜିଏନ୍‌ଆର୍‌ଇଜିଏସରେ ଏହି ରାସ୍ତାର ଦୁଇ ପାର୍ଶ୍ୱରେ ମାଟି ଫିଲିଙ୍ଗ ନଁାରେ ୬ ଜୁନ ୨୦୨୩ରୁ ୨୦ ଜୁନ ୨୦୨୩ ମଧ୍ୟରେ ଶ୍ରମିକ ମଜୁରି ବାବଦକୁ ୧,୬,୬୫୦ ଟଙ୍କା ଉଠାଇ ନିଆଯାଇଛି। ୨୦୧୮ ମସିହାରେ ଏହି ରାସ୍ତାକୁ କଂକ୍ରିଟକରଣ କରାଯାଇଥିବା ବେଳେ ୨୦୨୧ରେ ରାସ୍ତା ପୁନଃ ନିର୍ମାଣ ପାଇଁ ଦୁଇଟି ଯୋଜନାରେ ୪ ଥର ବିଲ୍‌ କରାଯାଇଛି। ସବୁଠୁ ବଡ଼କଥା ହେଲା ୩ଟି ଯାକ ଯୋଜନାର ବିଲ୍‌ ବ୍ଲକ କାର୍ଯ୍ୟାଳୟରେ ବସି କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପଞ୍ଚାୟତରେ ଫାଇଲ ନ ଖୋଲି ବ୍ଲକ କାର୍ଯ୍ୟାଳୟରେ ଫାଇଲ ଖୋଲି ହଡପ କରାଯିବା ପଛରେ କାହାର ହାତ ଅଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ପଚାରିବାରୁ ଭେଟିକି କହିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri