୧୦ ଏକର ଜମିରେ ୮ଫୁଟ୍‌ର ପାଣି

ପାପଡ଼ାହାଣ୍ଡି, ୭ା୫ (ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ବିରିଗୁଡା ଦେଇ ଯାଇଥିବା ଭାରତମାଳା ରାସ୍ତାରେ ପୋଲ ସ୍ଥାନାନ୍ତର ଯୋଗୁ ୧୦ ଏକର ଜମିରେ ପାଣି ଜମିଛି। କାଳ ବୈଶାଖୀ ବର୍ଷାରେ ବର୍ତମାନ ଜମିରେ ୮ ଫୁଟ ଉଚ୍ଚର ପାଣି ଜମି ରହିଛି। ବର୍ଷା ଦିନେ ଚାଷ ଜମିଗୁଡିକ ସମ୍ପୂର୍ଣ୍ଣ ଜଳ ମଗ୍ନ ହେବା ଆଶଙ୍କା ରହିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚାଷୀମାନେ ପ୍ରସ୍ତାବିତ ସ୍ଥାନରେ ନୂଆ ପୋଲ ନିର୍ମାଣ ନ କରି ପୁରୁଣା କସମମୁଣ୍ଡା କର୍ଲଭଟ ସ୍ଥାନରେ ହିଁ ପୋଲ ତିଆରି କରିବାକୁ ଦାବି କରିଛନ୍ତି।
ସୂଚନା ମୁତାବକ କଷମମୁଣ୍ଡା କୋନାରି ନିକଟରେ ଭାରତମାଳା ଯୋଜନାରେ ନିର୍ମିତ ପୋଲ ଯୋଗୁ ୧୦ ଏକର ଚାଷ ଜମିରେ ବର୍ଷା ପାଣି ଜମି ରହିଛି। ଗତକାଲି ହୋଇଥିବା ଅଳ୍ପ ବର୍ଷାରେ ବିରିଗୁଡା ଅଞ୍ଚଳର କଷମମୁଣ୍ଡା କୋନାରୀ ନିକଟରେ ୧୦ ଏକର ଚାଷ ଜମିରେ ୮ ଫୁଟ ର ପାଣି ମାଡି ଯାଇଛି। ଏହି କଷମମୁଣ୍ଡା କୋନାରୀରେ କୁଶଗୁଡା, ପଲକାଜାମା ଦାମାପାଲା,ତିଲିଆପାଣି, ଚଚରାଗୁଡା ଅଞ୍ଚଳରୁ ବର୍ଷା ପାଣି ଆସି କଷମମୁଣ୍ଡା କୋନାରୀ ହୋଇ ମୋକିଆ ନଦୀରେ ପ୍ରବାହିତ ହୋଇଥାଏ। ପୂର୍ବରୁ ସରକାର ଦ୍ୱାରା ହୋଇଥିବା କର୍ଲଭଟ ଦେଇ ପାଣି ନିଷ୍କାସନ ହୋଇ ଯାଉଥିଲା। ବର୍ତ୍ତମାନ ଭାରତମାଳା ରାସ୍ତା ହେବା ଯୋଗୁ ଏହି ସ୍ଥାନ ଉଚ୍ଚା ହେବା ସହ ପୂର୍ବ କର୍ଲଭଟ ଭାଙ୍ଗି ଦିଆଗଲା। ବର୍ତ୍ତମାନ ପୂର୍ବ ସ୍ଥାନରେ ପୋଲ ନିର୍ମାଣ ନକରି ତାଠାରୁ ଟିକେ ଉଚ୍ଚା ସ୍ଥାନରେ ପୋଲ ତିଆରି କାମ ଆରମ୍ଭ କରାଯାଇଛି। ବର୍ଷା ପାଣି ଜମିଲେ ବିରିଗୁଡା ଓ ଚଚରାଗୁଡା ପ୍ରଧାନମନ୍ତ୍ରୀ ରାସ୍ତା ମଧ୍ୟ ଖରାପ ହେବା ଆଶଙ୍କା ରହିଛି। ଯଦି ବର୍ଷା ପାଣି ନିଷ୍କାସନ ନ ହୁଏ ତେବେ ଚଚରାଗୁଡା ଗାଁରେ ମଧ୍ୟ ପାଣି ପଶିବା ଆଶଙ୍କା ରହିଛି। ପୂର୍ବ କର୍ଲଭଟ ସ୍ଥାନରେ ନୂତନ ପୋଲ ହେଲେ ଚାଷୀ ଉପକୃତ ହେବେ। ନଚେତ ଫସଲ ନଷ୍ଟ ହେବା ଆଶଙ୍କା ରହିଛି ବୋଲି ଗ୍ରାମର ଗୋପୀନାଥ ଗୌଡ଼, ପର୍ଶୁରାମ ଗୌଡ଼, ଗୋବର୍ଦ୍ଧନ ଗୌଡ଼, ମନୋହର ଗୌଡ଼, ଅନନ୍ତରାମ ଗୌଡ଼, ଚକ୍ର ବିଷୋୟୀ, ନର ବିଷୋୟୀ, କମଳ ବିଷୋୟୀ, ଅର୍ଜୁନ ବିଷୋୟୀ, ନରସିଂହ ଗୌଡ଼, ଭୁବନ ଗୌଡ଼, ଦେବରାଜ ଭତରା, ଲକି ଗୌଡ଼, ଡ଼ମ୍ବରୁ ବିଷୋୟୀ, ଘନ ବିଷୋୟୀ, ଜୟରାମ ବିଷୋୟୀ, ଫଗଣୁ ବିଷୋୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri