Aedes albopictus Mosquito. Super macro close up a Mosquito sucking human blood,
ଭୁବନେଶ୍ୱର,୩୧।୭(ବ୍ୟୁରୋ): କରୋନା ଭାଇରସ୍ ସଂକ୍ରମଣ ପରେ ଏବେ ରାଜ୍ୟରେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ଭୁବନେଶ୍ୱର, ବାଲେଶ୍ୱର ପରେ ଏବେ କଟକରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଶନିବାର କଟକ ମହାନଗର ନିଗମର ବିଭିନ୍ନ ସ୍ଥାନରେ ୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏନେଇ ସିଏମ୍ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ଚିହ୍ନଟ ହୋଇଥିବା କିଛି ଡେଙ୍ଗୁ ରୋଗୀଙ୍କର ଭୁବନେଶ୍ୱର ଲିଙ୍କ୍ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ଡେଙ୍ଗୁ ରୋଗୀଙ୍କ ପାଇଁ ଏସ୍ସିବି ମେଡିକାଲରେ ସ୍ବତନ୍ତ୍ର ଓ୍ବାର୍ଡ କରାଯାଇଥିବା ନେଇ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।