୨ ବର୍ଷ ତିଷ୍ଠିଲାନି ୮ କୋଟିର ରାସ୍ତା

ବଇଣ୍ଡା, ୨୧।୫(ଡି.ଏନ.ଏ.) ଗ୍ରାମାଞ୍ଚଳବାସୀଙ୍କ ଗମନାଗମନ ସୁଗମ କରିବାକୁ ପ୍ରାୟ ୮କୋଟି ଟଙ୍କାରେ ନିର୍ମାଣ କରାଯାଇଥିଲା ରାସ୍ତା। ଏହାର ଗ୍ୟାରେଣ୍ଟି ଅବଧି ସରିନାହିଁ, ଅଥଚ ପିଚୁ ଉଠି ଶୋଚନୀୟ ହୋଇପଡ଼ିଛି ସଡ଼କ। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ା ପଞ୍ଚାୟତରୁ ମଇମୁରା ପଞ୍ଚାୟତକୁ ସଂଯୋଗ କରୁଥିବା ପକ୍କାରାସ୍ତାର ଏଭଳି ଦୁରାବସ୍ଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏ ନେଇ ବିପ୍ରଡିହ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏତେ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ମାତ୍ର ୨ବର୍ଷ ନ ତିଷ୍ଠିବା, ଗ୍ୟାରେଣ୍ଟି ସମୟ ଥାଇ ଠିକାସଂସ୍ଥା ଏହାର ମରାମତି ନ କରିବା ବିଭାଗୀୟ ଅଧିକାରୀ କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଗ୍ରାମବାସୀ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଗ୍ରାମାଞ୍ଚଳକୁ ସଂଯୋଗୀକରଣ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କନ୍ତପଡ଼ା-ମଇମୁରା ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ଏଥିରେ ଖର୍ଚ୍ଚ ହୋଇଥିଲା ୭ କୋଟି ୯୯ ଲକ୍ଷ ଟଙ୍କା। ଏହାର କାର୍ଯ୍ୟ ଗତ ୨୦୨୦ ଜାନୁୟାରୀ ୧୮ରେ ସମାପ୍ତ ହୋଇଥିଲା। ଉକ୍ତ ରାସ୍ତା ଦ୍ୱାରା ଉଭୟ ପଞ୍ଚାୟତର ଜଙ୍ଗଲ ଅଧ୍ୟୁଷିତ ବିପ୍ରଡିହ, ତରଣ୍ଡା, ଖଳିତଇଲା, କେଞ୍ଚୁଆନାଳୀ, ମଇମୁରା, କନ୍ତପଡା, ଗୋପୀନାଥପୁର ଆଦି ୭ ଗ୍ରାମର ଲୋକେ ଯୋଗଯୋଗର ସୁବିଧା ପାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ନିର୍ମାଣର କିଛିଦିନ ମଧ୍ୟରେ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠିଯାଇଛି। ପିତାବଳିବାହାଳ (କନ୍ତପଡା)ଠାରୁ ବିପ୍ରଡିହ ପର୍ଯ୍ୟନ୍ତ ରାସ୍ତା ୨ବର୍ଷରେ ଫାଟି ଆଁ କରିଛି। ବଡ଼ବଡ଼ ଖାଲଖମାରେ ଭର୍ତ୍ତି ହୋଇ ମରଣଯନ୍ତା ପାଲଟିଛି। ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଏଭଳି ନିମ୍ନମାନର କାମ ହୋଇଛି। ରାସ୍ତା ମରାମତି କରିବା ପାଇଁ ଦାବି କରାଯାଉଥିବାବେଳେ କେହି ଶୁଣୁନାହାନ୍ତି। ତୁରନ୍ତ ରାସ୍ତା ମରାମତି କରା ନ ଗଲେ ଜୋର୍‌ଦାର ଆନ୍ଦୋଳନ କରାଯିବ ବୋଲି ବିପ୍ରଡିହ ଗ୍ରାମର ସମୀର ପ୍ରଧାନ, ମିଟୁ ପ୍ରଧାନ, ପୀତାମ୍ବର ସାହୁ, ଜାନକୀ ସାହୁ, ଦେବରାଜ ନାୟକ, ବନମାଳୀ ନାୟକ, ଶ୍ରୀମତୀ ସାହୁ, ଦୁଃଖବନ୍ଧୁ ଦେହୁରୀ, ପରମାନନ୍ଦ ସାହୁ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ମଧୁସ୍ମିତା ଦଳେଇ କହିଛନ୍ତି, ଉକ୍ତ ରାସ୍ତାର ମରାମତି କରିବା ପାଇଁ ଠିକାସଂସ୍ଥାକୁ ଅର୍ଡର ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri